ଅନ୍ତର୍ଜାତୀୟ

କେନିଆରେ ବଡ଼ ଧରଣର ଭୂସ୍ଖଳନ : ୨୧ ମୃତ, ୩୦ ନିଖୋଜ

ନୌରୋବୀ :  କେନିଆର ପଶ୍ଚିମ ରିଫ୍ଟ ଭ୍ୟାଲିରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯାହା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯାହା ଫଳରେ ଏଥିରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩୦ ଜଣ ନିଖୋଜ ରହିଛନ୍ତି । ଏଥିସହ ୧୦୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଭୂସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ଅନେକ ଲୋକଙ୍କ ଜୀବନ ଯାଇଥିବାବେଳେ ଅଧିକାଂଶ ଆହତ ଏବଂ ନିଖୋଜ ରହିଛନ୍ତି । ଭୂସ୍ଖଳନ ଯୋଗୁଁ ସମସ୍ତଙ୍କ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇ ପଡିଛି । ଏହାରି ମଧ୍ୟରେ ସରକାର ଏଲଡୋରେଟ ସହରର ଏକ ହସ୍ପିଟାଲରେ ଆହତଙ୍କୁ ବିମାନରେ ସ୍ଥାନାନ୍ତର କରିଛନ୍ତି ।

ଅନ୍ୟପଟେ ଏକ ଶବ୍ଦ ଶୁଣି ତୁରନ୍ତ ପିଲାମାନଙ୍କ ସହିତ ଘର ବାହାରକୁ ଦୌଡି ପଳାଇ ଆସିଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆପଣଙ୍କୁ ଜଣାଇ ରଖୁଛୁ ଯେ, ପୂର୍ବରୁ ଚେସୋଙ୍ଗୋଚରେ ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ନିକଟରେ ପାପୁଆ ନ୍ୟୁ ଗିନିର ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ଘଟିଥିଲା । ଯେଉଁଥିରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ଘଟିବା ସହ ଘରଦ୍ୱାର ନଷ୍ଟ ହୋଇଥିଲା । ଏଭଳି ଘଟଣା ପ୍ରାୟ ବିଳମ୍ବିତ ରାତି ୨ ଟା ସମୟରେ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL