ଓଡ଼ିଶା

ଆନନ୍ଦପୁରରେ ବାଘ ପାଦଚିହ୍ନ, ତୀକ୍ଷଣ ନଜର ରଖିଛି ବନବିଭାଗ

ଆନନ୍ଦପୁର: ଆନନ୍ଦପୁରରେ ବାଘ ଆତଙ୍କ । ଆନନ୍ଦପୁର ବନଖଣ୍ଡ ସଢଙ୍ଗୀ ଗାଁରେ ବାଘ ପାଦ ଚିହ୍ନ ସ୍ପଷ୍ଟ ପରେ ଭୟଭୀତ ଅବସ୍ଥାରେ ଗାଁଲୋକେ । ସେପଟେ ବାଘର ପାଦ ଚିହ୍ନ ସ୍ପଷ୍ଟ ହେବା ପରେ ତୀକ୍ଷଣ ନଜର ରଖିଛି ବନ ବିଭାଗ । ଗାଁର ଜଣେ ଯୁବକ ବିଳମ୍ବିତ ରାତିରେ ବାଘକୁ ଦେଖି ଗ୍ରାମବାସୀ ଙ୍କୁ ଜଣାଇଥିଲେ । ଖବରପାଇ ଆନନ୍ଦପୁର ବନବିଭାଗ ଗାଁରେ ପହଁଞ୍ଚି ଚାଷ ଜମିରେ ପଡ଼ିଥିବା ପାଦ ଚି଼ହ୍ନ ବାଘର ବୋଲି ସ୍ପଷ୍ଟ କରିଛନ୍ତି ।

 

ଆନନ୍ଦପୁରରେ ବାଘର ସ୍ଥିତି ବନବିଭାଗ ଜାହିର କରିବା ପରେ ଜଙ୍ଗଲ ନିକଟସ୍ଥ ଗାଁଲୋକେ ଭୟଭୀତ ହୋଇଛନ୍ତି । ଗତକାଲିଠାରୁ ବାଘକୁ ସନ୍ତୋଷପୁର ବିଟ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ହଦଗଡ଼ ଜଙ୍ଗଲ ଆଡକୁ ଟ୍ରାପ କରି ନିଆଯାଉଥିବା ବନବିଭାଗ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL