ଭୁବନେଶ୍ୱର: ବିଧାନସଭାରେ ମୁହାଁମୁହିଁ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା। ବାକ୍ ଯୁଦ୍ଧରେ କମ୍ପିଲା ଗୃହ।

ଆଜି ଗୃହରେ ନିଜ ନିଜ ଲୋକସଭା କ୍ଷେତ୍ରର ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ଗୃହରେ ଅଭିଯୋଗ କରିଥିଲେ ଯେ, ସୋନପୁରରେ ସିଏଚସି ନିର୍ମାଣ ଶୈଳୀରେ ଦେଶର ଦ୍ଵିତୀୟ ସ୍ଥାନରେ ରହିଛି। କିନ୍ତୁ ଡାକ୍ତର ନାହାନ୍ତି। ମନ୍ତ୍ରୀ ତାଙ୍କ ଏରିଆକୁ ଭଲ ଡାକ୍ତର ବଦଳି କରି ନେଇ ଯାଉଛନ୍ତି। ଅନେକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି।
ଜବାବରେ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ବିଜେଡି ସରକାର ୨୪ ବର୍ଷ ଧରି କ୍ଷମତାରେ ଥିବାବେଳେ ବିଜେପି ଉତ୍ତରାଧିକାରୀ ସୂତ୍ରରେ ପାଇଛି। ପୂର୍ବ ସରକାରଙ୍କ ବିଧାୟକ ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ। ଦେଢ଼ ବର୍ଷ ଭିତରେ ସ୍ପେସିଆଲିଷ୍ଟ ଡାକ୍ତର ତିଆରି ହୋଇ ପାରିବେ ନାହିଁ। ବର୍ତ୍ତମାନ ସୁଦ୍ଧା ୫ ହଜାର ୧୯୫ ମେଡିକାଲ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ହୋଇଛନ୍ତି। କିନ୍ତୁ ସ୍ପେସିଆଲିଷ୍ଟ ଡାକ୍ତର ଅଭାବ ରହିଛି। ଆଗମୀ ଦିନରେ ପଦବୀ ପୂରଣ କରାଯିବ।
“ଆଜିର ଦୁନିଆ: ଓଡିଆଙ୍କୁ ସଶକ୍ତ କରିବା, ଜୀବନକୁ ସମୃଦ୍ଧ କରିବା”
ମୁଖ୍ୟ ସମ୍ପାଦକ: ସୁଦର୍ଶନ ଛୋଟରାୟ
Editor-in-Chief: Sudarshan Chhotoray

This News and Current Affairs Website is published & owned by The Info News India-Ajira Dunia Media Ventures
Ajira Dunia @2024. All Rights Reserved || Developed By CBSPL