ଜାତୀୟ

ଏସ୍‌ଆଇଆର ପ୍ରସଙ୍ଗ: ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ

କଲକାତା : ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ବର୍ତ୍ତମାନ ପଶ୍ଚିମବଙ୍ଗ ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଅଭିଯାନ ଜାରି ରହିଛି। ଏହି ଅଭିଯାନକୁ ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ସରକାର ଦୃଢ ବିରୋଧ କରିଆସୁଛନ୍ତି। ଗୁରୁବାର କୃଷ୍ଣନଗରଠାରେ ଆୟୋଜିତ ୠାଲିକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମମତା ଏସଆଇଆର ପ୍ରସଙ୍ଗରେ ଇସିଙ୍କୁ ନିଶାଣ କରିଛନ୍ତି। ମମତା ଧମକ ଦେଇଛନ୍ତି ଯେ ଯଦି ଭୋଟର ତାଲିକାରୁ ଜଣେ ବ୍ୟକ୍ତିଙ୍କ ନାମ ବାଦ ପଡିବ, ତେବେ ଅବସ୍ଥା ସାଂଘାତିକ ହେବ। ଇସିଙ୍କ ପକ୍ଷରୁ ଉଦ୍ଦେଶ୍ୟମୂଳକ ଭାବେ ଏସଆଇଆର କାର୍ଯ୍ୟ ପାଇଁ ବିଜେପି ସମର୍ଥକ ଅଧିକାରୀଙ୍କୁ ପଶ୍ଚିମବଙ୍ଗରେ ନିୟୋଜିତ କରାଯାଇଛି। ମମତା ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗରେ ବଙ୍ଗାଳୀ ଭାଷା କହୁଥିବା ବ୍ୟକ୍ତିଙ୍କୁ ବାଂଲାଦେଶୀ ବୋଲି ଆକ୍ଷେପ କରାଯାଉଛି। ୨୦୨୬ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାର ରାଜ୍ୟରେ ତୃଣମୂଳ କଂଗ୍ରେସ (ଟିଏମଓି) ସମର୍ଥକଙ୍କୁ ଭୋଟର ତାଲିକାରୁ ବାଦ ଦେବାକୁ ଚକ୍ରାନ୍ତ ଚଳାଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ଭୋଟର ତାଲିକାରୁ ନାମ ବାଦ ପଡିଲେ, ପନିକି ଧରି ପ୍ରତିବାଦ ଜଣାଇବାକୁ ମମତା ରାଜ୍ୟର ଗୃହିଣୀଙ୍କୁ ଆହ୍ବାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL