ଓଡ଼ିଶା

ବାଇକ ସ୍କୁଟି ମୁହାଁମୁହିଁ: ୩ ମୃତ ୨ ଗୁରୁତର

ପାଟଣା: ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି-ପଣ୍ଡାପଡ଼ା ରାସ୍ତାରେ ସାରୁପାଟ ନିକଟରେ ଗୋଟିଏ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ ପଣ୍ଡାପଡ଼ା ଥାନା ଅଞ୍ଚଳ ବଳଭଦ୍ରପୁର ଗ୍ରାମର ହିରଣ୍ୟ ନାଏକ ଙ୍କ ପୁଅ ରାଜା ନାଏକ(ଦିଲୁ )ଓ ଏହି ଥାନା ଅନ୍ତର୍ଗତ ଅସନବାହାଳି ଗ୍ରାମର ବୈରାଗୀ ନାଏକ ଙ୍କ ପୁଅ ରାହୁଲ ନାଏକ ବୋଲି ଜଣା ପଡ଼ିଛି।

ମୃତ ୩ ଜଣ ହେଲେ ଅସନବାହାଳୀ ଗ୍ରାମର ଦୁଃଶାସନ ବାରିକ (୪୦) ପିତା ମାୟାଧର ବାରିକ , ବଳଭଦ୍ରପୁର ଗ୍ରାମର ପ୍ରତାପ ସେନାପତି ଙ୍କ ପୁତ୍ର ଲକ୍ଷ୍ମଣ ସେନାପତି (୨୫) ଏବଂସେହି ଗ୍ରାମର ଜଗର ଦଳେଇ ଙ୍କ ପୁତ୍ର ମନୋଜ କୁମାର ଦଳେଇ (୧୯) ବୋଲି ଜଣାପଡ଼ିଛି l

୨ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ବାଇକ ଓ ସ୍କୁଟିକୁ ଜବତ କରିଛନ୍ତି। ଆସନ୍ତା କାଲି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL