ଓଡ଼ିଶା

ଲୋକସେବା ଭବନରେ ରିଲ୍ସ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରିଲ୍ସ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆଜି କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଆଗକୁ ଗାଇଡ୍‌ ଲାଇନ୍‌ ଆଣିବ । ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସମସ୍ତଙ୍କୁ ରିଲ୍ସ ତିଆରି କରିବା ମନା ।

ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷାକର୍ମୀଙ୍କୁ ଏ ବାବଦରେ କଡ଼ା ତାଗିଦ କରିବ । ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ତୁରନ୍ତ ପଦକ୍ଷେପ ନେବେ ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL