ଜାତୀୟ

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ଢାକା : ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଉଗ୍ରରୂପ ଧାରଣ କରୁଥିବାବେଳେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଜୟ ମହାପାତ୍ର ହୋଇଥିବାବେଳେ ସେ ସୁନାମଗଞ୍ଜ ଜିଲା ଅନ୍ତର୍ଗତ ଭାଙ୍ଗାଦୋହର ଗ୍ରାମ ବାସିନ୍ଦା ବୋଲି ଜଣାପଡିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ଗୁରୁବାର କିଛି ଲୋକ ଜୟଙ୍କୁ ନିକଟସ୍ଥ ଦୋକାନ ନିକଟକୁ ଡାକି ନିସ୍ତୁକ ମାଡ ମାରିଥିଲେ। ଗୁରୁତର ଅବସ୍ଥାରେ ଜୟଙ୍କୁ ସିଲହଟ୍‌ସ୍ଥିତ ଓସମାନି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଜୟଙ୍କର ମୃତ୍ୟୁ ଘଟିଛି।

ମାଡ ମାରିବା ପୂର୍ବରୁ ଅଭିଯୁକ୍ତମାନେ ଜୟଙ୍କୁ ବିଷ ପିଆଇଥିଲେ ବୋଲି ମଧ୍ୟ ପରିବାର ଅଭିଯୋଗ କରିଛି। ଆକ୍ରମଣକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବାକୁ ଜୟଙ୍କ ପରିବାର ଦାବି କରିଛନ୍ତି। ସୂଚନାଯୋଗ୍ୟ ବାଂଲାଦେଶର ଛାତ୍ର ନେତା ଓସମାନ ହାଦିଙ୍କ ମୃତ୍ୟୁ ପରେ ସେଠାରେ ହିନ୍ଦୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଜାରି ରହିଛି। ବିଗତ ପନ୍ଦର ଦିନ ମଧ୍ୟରେ ଦୀପୁ ଚନ୍ଦ୍ର ଦାସଙ୍କଠାରୁ ଆରମ୍ଭ କରି ଅମ୍ରିତ ମଣ୍ଡଳ, ବଜେନ୍ଦ୍ର ବିଶ୍ବାସ, ଖୋକନ ଦାସ, ରାଣା ପ୍ରତାପ ବୈରାଗୀ ଓ ଶରତ ମଣି ଚକ୍ରବର୍ତ୍ତୀଙ୍କୁ ଅତି ନୃଶଂସଭାବେ ହତ୍ୟା କରାଯାଇଛି। ହିନ୍ଦୁଙ୍କ ଉପରେ ଚାଲିଥିବା ଆକ୍ରମଣ ବନ୍ଦ କରିବାକୁ ଭାରତ ପକ୍ଷରୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL