ଓଡ଼ିଶା

ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ରାଜଧାନୀରେ ଜନଜୀବନ ପ୍ରଭାବିତ

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ଡକାଯାଇଥିବା ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବନ୍ଦକୁ ‘ଇଣ୍ଡିଆ’ (INDIA) ମେଣ୍ଟର ଅନ୍ୟ ଦଳଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଥିଲେ। ତେବେ ୪ ଦଫା ଦାବି ନେଇ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହୋଇଥିଲା| ସେଥିରେ MMDR ବିଲ୍ ପ୍ରତ୍ୟାହାର, CECଙ୍କ ଇସ୍ତଫା ଦାବି ସହ ବହିତ୍ରୁଟି ମଧ୍ଯ ସାମିଲ ଥିଲା|

କଂଗ୍ରେସ କର୍ମୀ ଓ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ। ବିଭିନ୍ନ ସ୍ଥାନରେ କର୍ମୀଙ୍କ ପିକେଟିଂ ସହ  ଟାୟାର ଜାଳି ରାସ୍ତା ଅବରୋଧ ମଧ୍ୟ କରିଥିଲେ। ଅନେକ ଅଞ୍ଚଳରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ଭୁବନେଶ୍ୱର ରେଳ ଷ୍ଟେସନରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେତେବେଳେ କଂଗ୍ରେସ ଓ ‘ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍’ର କର୍ମୀମାନେ ‘ରେଳ ରୋକୋ’ ଆନ୍ଦୋଳନ କରିବାକୁ ଉଦ୍ୟମ କରିଥିଲେ। ପୋଲିସ ଓ ରେଳବାଇ ସୁରକ୍ଷା ବଳ କର୍ମଚାରୀମାନେ ଆନ୍ଦୋଳନକାରୀଙ୍କୁ ରେଳ ଧାରଣା ଆଡ଼କୁ ଯିବାରୁ ଅଟକାଇଥିଲେ ଏବଂ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି କରିବାରୁ ଅଟକାଇ ଦେଇଥିଲେ।

ରେଳ ଷ୍ଟେସନରେ ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ଆନ୍ଦୋଳନକାରୀମାନେ ରେଳ ଧାରଣା ଆଡ଼କୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଥିଲା। ମାଷ୍ଟର କ୍ୟାଣ୍ଟିନ୍ ଛକ ଓ ପଳାଶୁଣି ଛକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଯେଉଁଠାରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରି ଗାଡ଼ି ଚଳାଚଳ ବନ୍ଦ କରିବା ସହ ଯାତ୍ରୀମାନଙ୍କୁ ଏହି ବନ୍ଦକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL