ଓଡ଼ିଶା

ରାଜ୍ୟରୁ ମୌସୁମୀ ବିଦାୟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଫେରୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠୁ ରାଜ୍ୟରୁ ଆରମ୍ଭ ହେଲା ମୌସୁମୀ ବିଦାୟ ପ୍ରକ୍ରିୟା ।  ବରଗଡ , ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି l ଆଗାମୀ ୩-୪ ଦିନ ମଧ୍ୟରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ ବିଦାୟ ପାଇଁ ପାଗ ଅନୁକୂଳ ହେବ।

ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଆସନ୍ତା ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇପାରେ ବୋଲି ଅନୁମାନ କରାଯାଉଛି। ସାଧାରଣତଃ ଏହି ସମୟ ସୁଦ୍ଧା ମୌସୁମୀ ଫେରିଯାଇଥାଏ। ଏଥର ମୌସୁମୀ ଋତୁରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL