ଆଳି: ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ । ତଣ୍ଟି ଉପରେ ଛିଡ଼ା ହୋଇ ସ୍ୱାମୀକୁ ହତ୍ୟା କରି ଥିବା ସ୍ୱୀକାର କରିଛି ସ୍ତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମାଳପାଟଣା ଗାଁରେ ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ମୃତକ ହେଉଛନ୍ତି ନିରଞ୍ଜନ ସାହୁ। ଗତକାଲି ବିଳମ୍ବିତ ରାତିରେ ନିରଞ୍ଜନ ମଦ ପିଇ ଘରକୁ ଫେରିଥିଲେ । ଘରେ ପହଞ୍ଚି ସ୍ତ୍ରୀ ଓ ପୁଅ,ଝିଅଙ୍କ ସହ ଝଗଡ଼ା କରିଥିଲେ । ଏହାପରେ ନିରଞ୍ଜନ ଶୋଇଥିବା ଅବସ୍ଥାରେ ତାଙ୍କ ସ୍ତ୍ରୀ ମନୋରମା ତଣ୍ଟି ଉପରେ ଛିଡ଼ା ହୋଇ ତାଙ୍କୁ ହତ୍ୟାକରି ଥିଲେ । ଏହି ମାମଲାରେ ମନୋରମାଙ୍କ ସହ ତାଙ୍କ ପୁଅ ଓ ନାବାଳିକା ଝିଅ ସାମିଲ ଥିବା ନିଜେ ମନୋରମା ସ୍ୱୀକାର କରିଛନ୍ତି ।
ଆଜି ସକାଳୁ ନିରଞ୍ଜନଙ୍କ ମୃତଦେହ ଘରବାହାରେ ପଡ଼ିଥିବା ପଡୋଶୀ ଦେଖିବାକୁ ପାଇଥିଲେ । ଆଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି । ଏ ଘଟଣାରେ ସ୍ତ୍ରୀ ମନୋରମାଙ୍କ ସହିତ ତାଙ୍କ ପୁଅ, ଓ ନାବାଳିକା ଝିଅକୁ ଥାନାରେ ଅଟକ ରଖିଛି ପୋଲିସ୍ ।








