ଓଡ଼ିଶା

ଆସନ୍ତାକାଲିଠୁ ମୋହନ ଭାଗବତଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ । ଆସନ୍ତାକାଲିଠୁ ମୋହନ ଭାଗବତଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସମ୍ବଲପୁରରେ ସ୍ୱୟଂସେବକଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ଣ ୪ଟାରେ ସେ ସମ୍ବଲପୁରରେ ପହଞ୍ଚିବେ। ଏହି ଗସ୍ତ ସମୟରେ ସ୍ୱୟଂସେବକଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ସଂଘର ପୂର୍ବ ଓ ପଶ୍ଚିମ ଓଡ଼ିଶା ପ୍ରାନ୍ତର କାର୍ଯ୍ୟକର୍ତ୍ତାଙ୍କ ସହ ସାଂଗଠନିକ ବୈଠକ କରିବେ।

କାଲି ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ସ୍ୱୟଂସେବକଙ୍କ ‘ଆହ୍ୱାନଗଣ’ କାର୍ଯ୍ୟକ୍ରମରେ ମୋହନ ଭାଗବତ ଉପସ୍ଥିତ ରହିବେ। ଏହି ଅବସରରେ ସେ ସ୍ୱୟଂସେବକଙ୍କୁ ମାର୍ଗଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି RSSର ଓଡ଼ିଶା ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ।

ଗସ୍ତର ଦ୍ୱିତୀୟ ଦିନରେ ସଂଘର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ। ମୋହନ ଭାଗବତ ବୈଠକର ତତ୍ତ୍ୱାବଧାନ କରିବା ସହ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିବେ। ବୈଠକରେ ସଂଘର ସାଂଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇପାରେ।   ଦୁଇଦିନିଆ କାର୍ଯ୍ୟକ୍ରମ ଶେଷ କରି ଆସନ୍ତା ରବିବାର ସଂଧ୍ୟାରେ ଓଡ଼ିଶାରୁ ଫେରିଯିବେ ମୋହନ ଭାଗବତ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL