ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ ୫୨୦ର ଡେଥ୍ ଜୋନ୍ ପାଲଟିଥିବା କେ ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ସଡ଼କ ଦୁର୍ଘଟଣାରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମଧ୍ଯ ରାତ୍ରିରେ କୁନ୍ଦୁରୁପାଣି ଛକ ନିକଟରେ ଲୁହା ପଥର ବୋଝେଇ ହାଇୱା ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ଟ୍ରକ୍ ରେ ନିଆଁ ଲାଗି ଯାଇଥିଲା।
ହାଇୱା-ଟ୍ରକ ମୁହାଁମୁହିଁ: ପ୍ରାଣ ହରାଇଲେ ଦୁଇ ଡ୍ରାଇଭର






