ଓଡ଼ିଶା

ଫୋନ୍‌ରେ କଥା ହୋଇ ନଦୀକୁ ଡେଇଁଲେ ମହିଳା

ସମ୍ବଲପୁର : ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ମହାନଦୀ ପୋଲ ଉପରୁ ଡେଇଁ ଜୀବନ ହାରିଲେ ମହିଳା । ମୃତ ମହିଳା ବୁର୍ଲା ଅଞ୍ଚଳର ଅଞ୍ଜୁ କୁମ୍ଭାର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ହଠାତ ଅଞ୍ଜୁ ମହାନଦୀ ସେତୁ ଉପରକୁ ଚଢିଥିଲେ। ଏହାକୁ ଦେଖି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ କାହା କଥା ଶୁଣି ନଥିଲେ । ଫୋନରେ କାହା ସହ କଥା ହୋଇ ସେ ପୋଲ ତଳକୁ ଡେଇଁ ପଡ଼ିଥିଲେ । ପରେ ସ୍ଥାନୀୟ ଲୋକେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରୁ ଅଞ୍ଜୁଙ୍କୁ ଗୁରୁତର ଭାବେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ପାଇଁ ଅଞ୍ଜୁ ଜୀବନ ହାରିଛନ୍ତି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୁଲିସ୍‌ ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL