ଭୁବନେଶ୍ୱର : ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ । ଜୀବନର କୌଣସି ପରିସ୍ଥିତିରେ ସେ ସାଲିସ୍ କରି ନଥିଲେ। ବିଜୁବାବୁ ଓଡିଶା ପାଇଁ ଅନେକ ସ୍ଵପ୍ନ ଦେଖିଥିଲେ। ଯାହା ଅଧୁରା ରହିଛି ସେ ଦିଗରେ ଆମ ସରକାର ପଦକ୍ଷେପ ନେଉଛନ୍ତି । ଆମ ସରକାର ତାଙ୍କ ସ୍ଵପ୍ନ ପୂରଣ ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି । ତାଙ୍କ ଜୀବନ ଥିଲା ସଙ୍ଘର୍ଷପୂର୍ଣ୍ଣ । ସେବା ସହିତ ବିକାଶକୁ ସେ ପ୍ରାଥମିକତା ଦେଇ ଆସିଥିଲେ ।
ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି








