ଓଡ଼ିଶା

କୋର୍ଟ ଆଗରେ ଯୁବକଙ୍କୁ ହତ୍ୟା

ଭଞ୍ଜନଗର : କୋର୍ଟ ସମ୍ମୁଖରେ କ୍ରାଇମ ।  ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଘଟିଛି ଛାତିଥରା ହତ୍ୟାକାଣ୍ଡ ।  ମୃତ ଯୁବକ ଭଞ୍ଜନଗର ଥାନା ବୁଦୁଲି ଗାଁର ଅଶୋକ ସ୍ବାଇଁ ।  ସୂଚନା ଅନସାରେ, କୌଣସି ଏକ ମାମଲାର ଶୁଣାଣି ପାଇଁ ଭଞ୍ଜନଗର କୋର୍ଟକୁ ଆସିଥିଲେ ଅଶୋକ ।  ଏହି ସମୟରେ କୋର୍ଟ ସମ୍ମୁଖରେ ଅନ୍ୟ ଜଣେ ଯୁବକ ଏକ ଟାଙ୍ଗିଆରେ ଅଶୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ।  ଘଟଣା ଘଟିବା ପରେ ଅଭିଯୁକ୍ତକୁ କାବୁ କରି ପୋଲିସକୁ ଜିମା ଦେଲେ ଲୋକେ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଅଶୋକଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ହୋଇଛି ।  ଏହି ଘଟଣା ପରେ ଭଞ୍ଜନଗର ସହରରେ ଆତଙ୍କ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL