ଓଡ଼ିଶା

ଦୁଇ ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ : ଗୁଳିମାଡ଼ରେ ୨ ଗୁରୁତର

ରେଢ଼ାଖୋଲ : ଦୁଇ ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ,ଗାଁରେ ଫୁଟିଲା ଗୁଳି।  ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ।  ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ମାଣିକପୁର ଓ ଝାରବନ୍ଧଲି ଗାଁ ମଧ୍ୟରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଝାରବନ୍ଧିଲି ଗ୍ରାମର ୨ଜଣ ଗୁରୁତରଥିବା ବେଳେ ମାଣିକପୁର ଗ୍ରାମର ୭ଜଣ ଗୁରୁତର ହେଇ ରେଢାଖୋଲ ମେଡିକାଲରେ ଚିକିତ୍ସା ହେଉଛନ୍ତି ।

ସେଥିମଧ୍ୟରୁ ମାଣିକପୁର ଗ୍ରାମର ମୋହନ ପାତ୍ର ଏବଂ ଲୋକନାଥ ବେହେରାଙ୍କ ଦୁଇ ଗୋଡରେ ଗୁଳି ବଜି ଥିବାରୁ ୨ଜଣ ଅଧିକ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି  । ଅନ୍ୟମାନେ ରେଢାଖୋଲ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।  ଝାରବନ୍ଧିଲି ଗ୍ରାମର ୨ଜଣ ଗୁରୁତରଙ୍କୁ କିଶୋର ନଗର ମେଡିକାଲରେ ଭର୍ତ୍ତି ।

ସୂଚନା ଯୋଗ୍ୟ ଯେ ଗତ ୩ ତାରିଖ ରାତିରେ ଝାରବନ୍ଧିଲି ଗ୍ରାମକୁ ଫଗୁଣ ପୂର୍ଣ୍ଣିମୀ ଯାତ୍ରା ଦେଖି ଯାଇଥିଲେ ମାଣିକପୁର ଗ୍ରାମର କିଛି ଯୁବକ ।  ସେଠାରେ କୌଣସି କଥାକୁ ନେଇ ଦୁଇ ଗାଁ ଭିତରେ ଗଣ୍ଡଗୋଳ ହୋଇଥିଲା।  ଏହାକୁ କେନ୍ଦ୍ର କରି ଆଜି ସକାଳେ ମାଣିକପୁରାର କିଛି ଲୋକ ଘଟଣାକୁ ନେଇ ଗ୍ରାମର ମହିଳା ଏବଂ ପୁରୁଷ ବୁଝାସୁଝା କରିବାକୁ ଯାଇଥିଲେ ।

କିନ୍ତୁ ହଠାତ୍ ମାଣିକପୁର ଗାଁ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ ।  ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ । ବନ୍ଧୁକରେ ଉଭୟ ଗୁଳି ମରାମରି ହୋଇଥିଲେ ପରେ ଏଥିରେ ମାଣିକପୁର ଗ୍ରାମର ୭ଜଣ ଗୁରୁତର ରହିଥିବା ବେଳେ ଝାରବନ୍ଧିଲି ଗ୍ରାମର ୨ଜଣ ଆହତ ହୋଇଛନ୍ତି ।  କିଶୋର ନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିବା ବେଳେ ସେପଟେ ରେଢାଖୋଲ ମେଡିକାଲରେ ରେଢାଖୋଲ ପୁଲିସ ମଧ୍ୟ ପହଁଞ୍ଚି ତଦନ୍ତ କରୁଛି I

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL