ପିପିଲି: ଚାପିଦେଲା ହାଇୱା । ଦୁର୍ଘଟଣାରେ ୨ ଜଣ ମୃତ। ଅନ୍ୟ ଜଣେ ଗୁରୁତର| ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥ ଦାଣ୍ଡମକୁନ୍ଦପୁର ବାଇ ପାସରେ ଘଟିଛି ଦୁର୍ଘଟଣା । ମୃତକଙ୍କ ପରିଚୟ ମିଳିପାରିନାହିଁ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।
ଚାପିଦେଲା ହାଇୱା, ୨ ମୃତ, ଜଣେ ଗୁରୁତର







