ଓଡ଼ିଶା

ବାଂଲାଦେଶୀଙ୍କୁ ଧରିବା ଲାଗି କେନ୍ଦ୍ରାପଡା ଓ ଜଗତସିଂହପୁରରେ ଯାଞ୍ଚ କଡ଼ାକଡ଼ି

ଜଗତସିଂହପୁର: ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଫାଣ୍ଡି ପଛପଟେ ଥିବା ବେହରାମପୁର ବସ୍ତିରେ ପୁଲିସ ରବିବାର ରାତିରେ ବାଂଲାଦେଶୀ ରହୁଥିବା ଖବର ପାଇ ଚଢଉ କରିଥିଲା। ସନ୍ଦିଗ୍ଧ ବାଂଲାଦେଶୀଙ୍କ କାରନାମା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ ଗୁଡିକୁ ପୁଲିସ ଯାଞ୍ଚ କରୁଛି। ଦୁହୁରିଆ, ଗରାପୁର, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ଓ ମହାକାଳପଡା ଆଦି ଅଞ୍ଚଳରେ ଯାଞ୍ଚ କରାଯାଉଛି।
ସେପଟେ ଜଗତସିଂହପୁର ବେହରାମପୁର ବସ୍ତିରେ ବାଂଲାଦେଶୀ ରହୁଥିବା ସୂଚନା ପାଇବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚରେ ରେଡ୍ କରାଯାଇଛି। ସଦର ଥାନା ପୁଲିସ୍‌ ଉପସ୍ଥିତିରେ ଚଢାଉ କରାଯାଇ ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଉଠାଇ ସେଲ୍ଟର ହୋମ୍ କୁ ଅଣାଯାଇଛି। ଏପରିକି ବେହରାମପୁର ବସ୍ତିରେ ବାଂଲାଦେଶୀଙ୍କ ଘର ଭଙ୍ଗାଯିବା ପରେ ତତ୍ପରତା ପ୍ରକାଶ ପାଇଛି। ବାଂଲାଦେଶୀଙ୍କ ଘରୁ ବିପୁଳ ମାରଣାସ୍ତ୍ର ଜବତ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ସୂଚନା ମୂତାବକ ରବିବାର ରାତିରେ ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଫାଣ୍ଡି ପଛପଟେ ଥିବା ବେହରାମପୁର ବସ୍ତିରେ ବାଂଲାଦେଶୀ ରହୁଥିବା ଖବର ପାଇ ଚଢଉ କରିଥିଲା। ଚଢଉ ସମୟରେ ବସ୍ତି ଲୋକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା, ଯେଉଁଥିରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ପରେ ୩ ପ୍ଲାଟୁନ ଫୋର୍ସ ମଗାଇ ପୁଲିସ ଚଢଉ କରି ୨ ଜଣଙ୍କୁ ଧରିଥିବା ବେଳେ ପ୍ରାୟ ୧୦/୧୨ ଜଣ ଖସି ପଳାଇଛନ୍ତି। ବାଂଲାଦେଶୀ ସନ୍ଦେହରେ ସେମାନଙ୍କୁ ଜଗତସିଂହପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ସେମାନେ ରହୁଥିବା ଘରୁ ଗୋଟିଏ ବନ୍ଧୁକ ସହ ୧୦ରୁ ୧୨ଟି ଖଣ୍ଡା, କଟୁରି ଓ ଶାବଳ ଆଦି ଜବତ ହୋଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL