ଓଡ଼ିଶା

୪ ପଥଚାରୀଙ୍କ ଉପରେ ମାଡ଼ିଗଲା ବସ୍, ଅବସ୍ଥା ଗୁରୁତର

ଯାଜପୁର : ୪ ଜଣଙ୍କ ଉପରେ ମାଡ଼ିଗଲା ବସ୍ । ଯାଜପୁର ସଦର ଥାନା କୁଜାଲା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ମାଡ଼ିଗଲା ବସ୍ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଆଜି ସକାଳେ  ଏକ ଘରୋଇ ବସ୍ ବରୀରୁ କଟକ ଯାଉଥିବା ସମୟରେ କୁଜାଲା ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ୪ ଜଣଙ୍କ ଉପରେ ମାଡି ଯାଇଥିଲା । ଆହତ ମାନେ ହେଲେ ସ୍ଥାନୀୟ ଅଞ୍ଚଳର ମନୁ ଜେନା,ବାଦଲ ଜେନା, ଚିଣ୍ଟୁ ଜେନା ଓ ରାକେଶ ଜେନା । ସେମାନଙ୍କ ମଧ୍ୟରୁ ମନୁ ଓ ଚିଣ୍ଟୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL