ଅନୁଗୁଳ : ଫାଶରେ ପଡ଼ିଲା କଲରାପତରିଆ । ଅନୁଗୋଳ ବନଖଣ୍ଡ କରତପଟା ସେକ୍ସନ ଡ଼ିମିରିପାଳ ଗାଁ ନିକଟରେ ଜନ୍ତାରେ ପଡ଼ିଲା କଲରାପତରିଆ ବାଘ । ଜନ୍ତୁ ଶିକାର ପାଇଁ ଗାଁରେ ଫାଶ ବସାଯାଇଥିଲା । ସେହି ଯନ୍ତାରେ କଲରାପତରିଆ ବାଘ ପଡି ଛଟପଟ ହେଉଛି । ଛଟପଟ ହେବା ସହ ଗର୍ଜନ କରୁଛି । କଲରାପତରିଆର ଗର୍ଜନରେ ଆତଙ୍କିତ ହୋଇପଡିଛନ୍ତି ଅଞ୍ଚଳବାସୀ । ବାଘକୁ ଯନ୍ତାରୁ ନିଶ୍ଚେତକ ଦେଇ ଉଧାର କରି କୁଲାସିଂହା ନର୍ସରୀରେ ରଖାଯାଇଛି । ତାର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଜଙ୍ଗଲରେ ଛଡ଼ାଯିବ ।
ଫାଶରେ ପଡ଼ିଲା କଲରାପତରିଆ, ଲୋକେ ଆତଙ୍କିତ







