ଜାତୀୟ

ଲୁଧିଆନା ୱେଷ୍ଟଏଣ୍ଡ ମଲରେ ଅଗ୍ନିକାଣ୍ଡ

ଲୁଧିଆନା : ଲୁଧିଆନାର ୱେଷ୍ଟଏଣ୍ଡ  ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ପ୍ରଥମ ମହଲାରେ ଥିବା ଡ୍ରେସ୍ ଶୋ’ରୁମରେ ଅଗ୍ନିକାଣ୍ଡ ଘଟିବାରୁ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏପରି ଘଟଣା ବିଳମ୍ବିତ ରାତିରେ ଘଟିଛି । ଅଗ୍ନିକାଣ୍ଡ ହେବା ମାତ୍ରେ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ସାଇରନ୍ ବାଜିବା ମାତ୍ରେ ତୁରନ୍ତ ସମସ୍ତେ ଜୀବନ ରକ୍ଷା କରିବା ପାଇଁ ଦୌଡିବାକୁ ଲାଗିଥିଲେ । କିନ୍ତୁ ସେହି ସମୟରେ ଅଧିକାଂଶ ଦୋକାନ ବନ୍ଦ ଥିଲା । ସୌଭାଗ୍ୟବଶତଃ ଅଗ୍ନିଶମ ବାହିନୀ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହା ବ୍ୟତୀତ ଏଥିରେ କୌଣସି ଆହତ ହୋଇଥିବାର ସୂଚନା ନାହିଁ ।

ସୂଚନାନୁଯାୟୀ, ବିଳମ୍ବିତ ରାତିରେ ୱେଷ୍ଟଏଣ୍ଡ  ମଲରେ ଅଗ୍ନିକାଣ୍ଡ ଘଟିଥିଲା । ସେହି ସମୟରେ ଅଧିକାଂଶ ଦୋକାନ ବନ୍ଦ ଥିଲା । କିନ୍ତୁ କିଛି ଲୋକ ମଲ୍ଟିପ୍ଲେକ୍ସରେ ଫିଲ୍ମ ଦେଖୁଥିଲେ । ନିଆଁ ବ୍ୟାପିବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ସେମାନଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ କୌଣସି ଆହତଙ୍କ ସୂଚନା ନାହିଁ । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ତେଣୁ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL