ବେଙ୍ଗାଲୁରୁ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ମାଲିକାନା ଲଗଜରି ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବିରୋଧରେ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମାମଲା ରୁଜୁ । ଅନୁମୋଦିତ ସମୟଠାରୁ ଅଧିକ ସମୟ ଧରି ପବ ଖୋଲିଥିବାରୁ ବାଷ୍ଟିଆନ୍ ଗାର୍ଡେନ୍ ସିଟି ସମେତ ବେଙ୍ଗାଲୁରୁର ଦୁଇଟି ପବ୍ ବିରୋଧରେ ପୋଲିସ ସ୍ୱତଃପ୍ରବୃତ୍ତ ଭାବେ ମାମଲା ରୁଜୁ କରିଛି ।
ସୂଚନା ଅନୁଯାୟୀ ଡିସେମ୍ବର ୧୧ ତାରିଖ ଦିନ ବିଲମ୍ବିତ ରାତିରେ ଶିଳ୍ପା ସେଟ୍ଟୀଙ୍କ ପବରେ କୌଣସି କାରଣରୁ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମିତିକି ହାତା ହାତି ପର୍ଯ୍ଯନ୍ତ କଥା ଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓ ଆଧାରରେ ପୋଲିସ ନିଜଆଡୁ ମାମଲା ରୁଜୁ କରିଛି । କିଛି କର୍ମଚାରୀଙ୍କୁ ପଚରାଉଚରା କରାଯିବା ସହ ତଦନ୍ତ ଚାଲିଛି । ମଙ୍ଗଳବାର ଦିନ ଚର୍ଚ୍ଚ ଷ୍ଟ୍ରିଟ୍ ନିକଟରେ ଶିଳ୍ପା ଶେଟ୍ଟିଙ୍କ ବାଷ୍ଟିଆନ୍ ପବ୍ ଉପରେ ଆୟକର ବିଭାଗ ମଧ୍ୟ ଚଢ଼ାଉ କରିଥିଲା ।






