ଓଡ଼ିଶା

ଯୁବକଙ୍କୁ ପିଟିପିଟି ହତ୍ୟା

ସାଲେପୁର : ବାହା ହେବାକୁ ଡାକିନେଲେ ପିଟିପିଟି ମାରିଦେଲେ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମା’ । ମୋ ପୁଅକୁ ପିଟି ପିଟି ମାରିଦେଲେ । ଗୋଟିଏ ବୋଲି ପୁଅ ମୋର ଚାଲିଗଲା । ମୋ ପୁଅକୁ ଯେମିତି ମାରିଛନ୍ତି ସେମାନଙ୍କୁ ଉଚିତ୍ ଦଣ୍ଡ ମିଳୁ । ମୋ ପୁଅର ଆତ୍ମାକୁ ଶାନ୍ତି ମିଳିବ ।

ବିଂଝାରପୁର ଥାନା ମଇଁଦା ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଯୁବକଙ୍କ ଘର କଟକ ଜିଲ୍ଲା ସାଲେପୁର ବ୍ଳକ ଦେଉଳି ଗାଁରେ। ତାଙ୍କ ନାଁ ଅଶୋକ ଦାସ । ତାଙ୍କୁ ମଇଁଦା ଗାଁର କଇନ ଦାସଙ୍କ ପରିବାର ରାତି ସାରା ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅଶୋକଙ୍କ ପରିବାର ।

ତେବେ ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ଦିନ ଅଶୋକ ଦାସ ଭୁବନେଶ୍ୱରରେ କାମ କରୁଥିବା ବେଳେ ତାଙ୍କୁ ଫୋନ୍ ଯୋଗେ ବିଂଝାରପୁର ଥାନା ମଇଁଦା ଗାଁର କଇନ ଦାସ ତାଙ୍କ ଝିଅ ସହ ବିବାହ କରେଇଦେବା କଥା କହି ଡାକିଥିଲେ ।ଫଳରେ ଅଶୋକ ସେଠାରୁ ତାଙ୍କ ଘରକୁ ଯାଇଥିଲା ।

ପୂର୍ବରୁ କଇନ ଦାସଙ୍କ ଝିଅ ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତ ଦେଉଳି ଗାଁର ବବୁଲ ଦାସଙ୍କୁ ବିବାହ କରିଥିଲେ । ପରେ ସେହି ଗାଁର ଅଶୋକ ଦାସଙ୍କୁ ପ୍ରେମ କରି ବସିଥିଲେ । ଏହି ବିବାଦ ଥିବା ବେଳେ ଝିଅକୁ ତାଙ୍କ ବାପା କଇନ ଦାସ ନିଜ ଗ୍ରାମ ମଇଁଦାକୁ ନେଇଯାଇଥିଲେ । ଏହାରି ଭିତରେ କଇନ ଦାସ ଅଶୋକଙ୍କୁ ଡାକି ଘରକୁ ନେଇ ପରିବାର ସମେତ ଅଶୋକକୁ ରାତିସାରା ବାନ୍ଧିକି ପିଟିବା ସହିତ ଅଶୋକଙ୍କ ବାପା ମା ଙ୍କୁ ଫୋନ୍ ଯୋଗେ ଡାକିଥିଲେ । ସେଠାରେ ବାପା ମା ପରିବାର ବୃନ୍ଦ କିଛି ପହଂଚିବା ପରେ ତାଙ୍କୁ ପାଞ୍ଚ ଲକ୍ଷ ଡିମାଣ୍ଡ କରିଥିଲେ । ପଇସା ଯୋଗାଡ଼ କରିବା ପାଇଁ ମା, ଭାଇ ମାମୁଁ ଫେରିଆସିଲେ କିନ୍ତୁ ବାପାଙ୍କୁ ଅଟକ ରଖିଥିବା ଆଭିଯୋଗ ହୋଇଛି ।

ପରେ ଚା ପେଇବା ବାହାନାରେ ବାପାଙ୍କୁ ବଜାରକୁ ନେବା ସହିତ ପୁଅକୁ ମାରିକି ଗାମୁଛାରେ ଗୁହାଳ ଘରେ ଟଙ୍ଗାଇ ଦେଇଥିବା ଦେଖିବାକୁ ପାଇଥିଲେ ବାପା । ପରେ ବିଂଝାରପୁର ମେଡିକାଲକୁ ବାପା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଂଝାରପୁର ଥାନାରେ ଏ ନେଇ ପୁରା ପରିବାର ନାମରେ ଏତଲା ଦିଆଯାଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କରିଛନ୍ତି । ସେପଟେ ଝିଅ ଘର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL