ଓଡ଼ିଶା

ଏକ୍ସେଲ୍ କ୍ରିକେଟ ଏକାଡେମୀ ତରଫରୁ ୧୫ ବର୍ଷରୁ କମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର  : ଓଡ଼ିଶାର ମନ୍ଦାରମାଳିନୀ ସହର, ଭୁବନେଶ୍ୱରରେ  ଯୁବପିଢ଼ିମାନଙ୍କ ମଧ୍ୟରେ କ୍ରିକେଟ ପ୍ରତିିଥିବା ସ୍ନେହ, ଶ୍ରଦ୍ଧା ଓ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ଏକ୍ସେଲ୍ କ୍ରିକେଟ ଏକାଡ଼େମୀ ତରଫରୁ ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଅଛି । ଭୁବନେଶ୍ୱର ସେଣ୍ଟ ଯୋଶେଫ୍ ହାଇସ୍କୁଲ ପଡ଼ିଆରେ ଏହି ପ୍ରତିଯୋଗିତା ଦ୍ୱିତୀୟ ବର୍ଷ ପାଇଁ ଆୟୋଜିତ କରାଯାଇଅଛି । ଖେଳର ବିକାଶ ସହ ଯୁବ କ୍ରିକେଟରମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇ ଦେବାପାଇଁ ଏହାର ଆଭିମୁଖ୍ୟ ରଖାଯାଇଛି । ଏକ୍ସେଲ୍ କ୍ରିକେଟ ଏକାଡେମୀ ହେଉଛି ଆଇନଜୀବୀ ଶ୍ରୀମନ୍ତ ସୁଆର, କବିତା ସୁଆର ଓ କୋଚ୍ ମହମ୍ମଦ ଆଜାଦ୍ ସାର୍‌ଙ୍କ ଏକ ଦୃଷ୍ଟି କୋଣ । ଏହି ଏକାଡେମୀରେ ୧୫ ବର୍ଷରୁ କମ୍ ବୟସର ପିଲାମାନେ ଏହି ଶୃଙ୍ଖଳା ଚାମ୍ପିୟନ୍‌ସିପ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସମୁଦାୟ ୧୨ଟି ଟିମ୍ ଅଂଶ ଗ୍ରହଣ କରିଅଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ତା ୨୪.୧୨.୨୦୨୫ ରିଖ ଠାରୁ ୩୦.୧୨.୨୦୨୫ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବ ।

ଏହାର ଫାଇନାଲ୍ ମ୍ୟାଚ୍ ତା.୩୦.୧୨.୨୦୨୫ ରିଖରେ ଅନୁଷ୍ଠିତ ହେବାକୁ ଯାଉଅଛି । ଆୟୋଜିତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ନ୍ୟାସନାଲ୍ କ୍ରିକେଟର ଅଂଶୁମାନ ସାହୁ ଓ ସାମ୍ବାଦିକ ସୁଦର୍ଶନ ଛୋଟରାୟ ଯୋଗଦାନ କରିଥିଲେ । ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ
ସମାଜସେବୀ ପ୍ରଶାନ୍ତ କୁମାର ପ୍ରଧାନ, ଆଇନଜିବୀ ସୈଲେଜ୍ ମିଶ୍ର ସଂଯୋଜନା କରିଥିଲେ । ଏକ୍ସେଲ୍‌ କ୍ରିକେଟ ଏକାଡେମୀର ମୁଖ୍ୟ ସଦସ୍ୟ ଶୁଭାକାଂଖି ଭାବରେ ପ୍ରଶାନ୍ତ ସୁଆର, ମନିସ୍ ସେଠ୍ ଓ ଅଜୟ କୁମାର ସାହୁ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL