ମୋହନଭାଇ ସରକାର,
ଛ’ମାସ ଖୁଣ ମାଫ୍:
ମୋହନ ଭାଇ ସରକାରଙ୍କର ଛ’ମାସ ସମୟ ଅବଧି ସମାପ୍ତ ହେଲା। ଏକ ନୂତନ ସରକାର ପାଇଁ ଛ’ମାସ ଅବଧି ବହୁତ୍ ଗୁରୁତ୍ୱପୂର୍ଣ୍ଣ ମନେହୁଏ କାରଣ ଏହି ପ୍ରାରମ୍ଭିକ ଅବଧିରେ ଏକ ନୂତନ ସରକାରଙ୍କ ଆଭିମୁଖ୍ୟ କଣ ରହିବ ସ୍ପଷ୍ଟ ହୋଇଥାଏ। ରାଜ୍ୟର ବିକାଶ ପାଇଁ ଏପରି ପ୍ରସଙ୍ଗ ବହୁତ୍ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ରାଜ୍ୟରେ ବି ଏପରି ଅବିକଳ ସମୀକ୍ଷା ରାଜନୀତି ଚାଲିଛି ତେଣୁ ଓଡ଼ିଶାରେ ନିଶ୍ଚୟ ହେବ। ତେଣୁ ଏପରି ସନ୍ଧିକ୍ଷଣ ସମୟରେ ଅତିକମରେ ଆଜି ଆମେ ନିଜକୁ ନିଜେ ପ୍ରଶ୍ନ ପଚାରିବା, ମୋହନଭାଇ ସରକାରଙ୍କର ଆଭିମୁଖ୍ୟ କଣ ଅଛି? ଏପରି ପ୍ରଶ୍ନ କରିବା ନାଗରିକର ସାମ୍ବିଧାନିକ କର୍ତ୍ତଵ୍ୟ। ପ୍ରଶ୍ନ ପଛରେ ଥିବା ଅଭିପ୍ରାୟଟି ହେଉଛି, ନୂତନ ସରକାରର ଆଭିମୁଖ୍ୟ ଜାଣିଗଲେ, ଆସନ୍ତା ସାଡେ ଚାରିବର୍ଷ ସରକାର କିପରି ଚାଲିବ ଓ କେତେ ପରିମାଣରେ ରାଜ୍ୟବିକାଶ ହେବ ତାହାର ଏକ ଆକଳିତ ଚିତ୍ର ଏବେ ଠାରୁ ଆମେ ସ୍ପଷ୍ଟ ଦେଖିପାରିବା। ସରକାରଙ୍କ ଆଭିମୁଖ୍ୟ ଜନତା ଜାଣିଗଲେ, ଜନତା ନିଜ ନିଜର ଯୋଜନା କାର୍ଯ୍ୟ ସଫଳ କରିବା ପାଇଁ ସକ୍ଷମ ହୁଅନ୍ତି ଏବଂ ଏଥିପାଇଁ ରାଜ୍ୟବିକାଶ ଅଭିବୃଦ୍ଧି ହେବ।
ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋର ସମୀକ୍ଷା କହୁଛି, ଆଗରୁ ଯେପରି ସରକାର ଚାଲିଥିଲା ମୋହନ ଭାଇଙ୍କ ସରକାର ସେମିତି ଚାଲିବ। ନିର୍ବାଚନ ପ୍ରତିଶ୍ରୁତି ଗୁଡ଼ିକୁ ନୂତନ ସରକାର ପୂରଣ କରି ଦେଇଛନ୍ତି। ତେଣୁ ସେଥିରେ ଆଉ ସମସ୍ୟା ନାହିଁ। ବାକି ରହିଲା ରାଜ୍ୟଶାସନ। ଆଗରୁ ଯେମିତି ଚାଲିଥିଲା ସେମିତି ଶାସନ ଚାଲିବ। ଅନ୍ୟ ଏକ ଦିଗ ହେଉଛି ରାଜ୍ୟବିକାଶ? ଏହା କିପରି ରହିବ? ବିକାଶର ଅଭିବୃଦ୍ଧି ଆଗରୁ ଯେମିତି ହେଉଥିଲା ସେପରି ହୋଇ ଚାଲିବ, ତେଣୁ ଚିନ୍ତା କରିବା ଆବଶ୍ୟକ ନାହିଁ। ଆଗରୁ କେତେ ଅଭିବୃଦ୍ଧି ହୋଇଥିଲା ଆମେ ଜାଣିଛୁ ଓ ଆଗକୁ କେତେ ହେବ ବିଜ୍ଞ ଜନତା ଆକଳନ କରିବାକୁ ସକ୍ଷମ। ତେଣୁ ଓଡ଼ିଶା ଜନତାଙ୍କୁ ମୋର ନିବେଦନ ଆଗରୁ ଆପଣମାନେ ଯେମିତି କାର୍ଯ୍ୟ କରୁଥିଲେ ସେଥିରେ କୌଣସି ସଂଶୋଧନ କରିବାର ଆବଶ୍ୟକତା ନାହିଁ। ବାସ୍ ସେମିତି କାର୍ଯ୍ୟ କରିଯାନ୍ତୁ। ଧନ୍ୟବାଦ୍। ରାମ ରାମ ରାଧେ। ଜୟ ଜଗନ୍ନାଥ।
ଆନନ୍ଦ ମହାପାତ୍ର।
ଶକ୍ତି ସମୀକ୍ଷକ
ବିନୀତ
ବାଘମ୍ବର ପଟ୍ଟନାୟକ
ସ୍ମାର୍ଟ ମିଟର ବସାଇବା ସମୟରେ ଆପଣଙ୍କ ଘରେ ଆଗରୁ ବସିଥିବା ଡିଜିଟାଲ ମିଟରକୁ ଅନ୍ତର କରନ୍ତୁ ନାହି!
ଓଡିଶାର ଏକ କୋଟି ବିଦ୍ୟୁତ ଉପଭୋକ୍ତାଙ୍କୁ ଏହା ଆମର ପରାମର୍ଶ:
ସ୍ମାର୍ଟ ମିଟର ବସାଇବା ପରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁତ ଗୁଡିଏ ଅଭିଯୋଗ ଉପଭୋକ୍ତା କରି କହୁଛନ୍ତି ସ୍ମାର୍ଟ ମିଟର ବସାଇବା ପରେ ଅଧିକ ବିଦ୍ୟୁତ ବିଲ ଆସୁଛି। ଏହାର ସମାଧାନ ପାଇଁ ଆପଣଙ୍କୁ ମୋର ମାତ୍ର ଗୋଟିଏ ଅନୁରୋଧ ଓ ପରାମର୍ଶ ମଧ୍ୟ। ଦେଖନ୍ତୁ, ସ୍ମାର୍ଟ ମିଟର କାର୍ଯ୍ୟକ୍ରମ ବିଦ୍ୟୁତ ସଂସ୍କାରର ତୃତୀୟ ସୋପାନ ଅଟେ। ୨୦୦୫ ମସିହା ପୂର୍ବରୁ ଉପଭୋକ୍ତାଙ୍କ ଗୃହରେ ଯେଉଁ ମେକାନିକାଲ ମିଟର ବସିଥିଲା, ତାହାକୁ ଅନ୍ତର କରି ଡିଜିଟାଲ ମିଟର ବସାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ଦିନରେ ପ୍ରାୟ ସତ ପ୍ରତିଶତ ଉପଭୋକ୍ତାଙ୍କ ବାସଗୃହରେ ଡିଜିଟାଲ ମିଟର ବସିଛି।
କେନ୍ଦ୍ରୀୟ ନୀତି ଓ ରାଜ୍ୟ ନିୟାମକ ଆୟୋଗଙ୍କ ଆଦେଶ ଅନୁସାରେ ସ୍ମାର୍ଟ ମିଟର ବସାଇବା କାର୍ଯ୍ୟକ୍ରମ ଟାଟା ଆବଣ୍ଟନ କମ୍ପାନୀଗୁଡିକ ଆରମ୍ବ କରିଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପଭୋକ୍ତା ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ଜଣାପଡୁଛି। ତେଣୁ ଆମର ଆପଣଙ୍କୁ ପରାମର୍ଶ ହେଉଛି, ଟାଟା ଆବଣ୍ଟନ କମ୍ପାନୀ ଆପଣଙ୍କ ଗୃହରେ ଯେତେବେଳେ ସ୍ମାର୍ଟ ମିଟର ବସାଉଛନ୍ତି, ସେତିକିବେଳେ ଆପଣ ନିଜର ଘରେ ଆଗରୁ ବସିଥିବା ଡିଜିଟାଲ ମିଟରକୁ ଅନ୍ତର କରିବାକୁ ରୋକଠୋକ ମନା କରିଦିଅନ୍ତୁ। ଅର୍ଥାତ ଆପଣଙ୍କ ଗୃହରେ ଦୁଇଟି ମିଟର ଯଥା ସ୍ମାର୍ଟ ମିଟର (ଆବଣ୍ଟନ କମ୍ପାନୀର) ଓ ଡିଜିଟାଲ ମିଟର (ଆପଣଙ୍କର) ରହିବ। ସ୍ମାର୍ଟ ମିଟର ଅନୁସାରେ ଆପଣଙ୍କ ବିଲ ଆସିବ। କିନ୍ତୁ ଡିଜିଟାଲ ମିଟରରେ କେତେ ବିଦ୍ୟୁତ ମାସିକ ବ୍ୟବହାର ହେଲା ଆପଣ ଜାଣିପାରିବେ ଏବଂ ଏହାକୁ ଆପଣ ସ୍ମାର୍ଟ ମିଟର ରିଡିଂ ସହ ତୁଳନା କରିବାକୁ ସକ୍ଷମ ହେବେ। ଯଦି କୌଣସି ମାସରେ ସ୍ମାର୍ଟ ମିଟରରେ ଅଧିକ ରିଡିଂ ଆସୁଥିବା ଆପଣ ଜାଣିପାରିଲେ, ସଙ୍ଗେ ସଙ୍ଗେ ତାହାର ଫୋଟୋ ନେଇ ତାହାକୁ ନୋଟ କରନ୍ତୁ ଓ ଆମକୁ ଖବର ଦିଅନ୍ତୁ। ତାହାର ସମାଧାନ ଆମେ ନିଶ୍ଚୟ କରିବୁ।
ଆନନ୍ଦ ମହାପାତ୍ର ।
ଶକ୍ତି ସମୀକ୍ଷକ
ବହୁତ ହୋଇଗଲା ଉପଭୋକ୍ତାଙ୍କ ଶୋଷଣ, ମିଟରଭଡା ଅଦାୟ ରଦ୍ଦକର
ଆପଣ ଯେତେବେଳେ ବଜାରକୁ ସଉଦା କ୍ରୟପାଇଁ ଯାଉଛନ୍ତି, ସେତେବେଳେ ଦଣ୍ଡି-ଚରାକୁ ଧରି ଯାଉଛନ୍ତି କି? ଉତ୍ତର ହେଉଛି ନା, କାରଣ ଦୋକାନୀଟି ରଖୁବା ଦଣ୍ଡି-ଚରାଳୁରେ ଦ୍ରବ୍ୟଗୁଡିକୁ ଓଜନ କରି ଆପଣଙ୍କୁ ହସ୍ତାନ୍ତର କରେ। ଦଣ୍ଡି-ତରାଜୁର କ୍ରୟମୂଲ୍ୟ ଓ ଏହାର ରକ୍ଷଣାବେକ୍ଷଣ ଖର୍ଚକୁ ଦ୍ରବ୍ୟମୂଲ୍ୟ ସହିତ ମିଶ୍ରଣ କରି ଦୋକାନିଟି ଦ୍ରବ୍ୟମୂଲ୍ୟ ସ୍ଥିରକରି ବିକ୍ରୟ କରେ। ଆପଣ ଯେଉଁ ଦ୍ରବ୍ୟମୂଲ୍ୟ ପଇଠ କରନ୍ତି ସେଥିରେ ଦଣ୍ଡି-ତରାଜୁ ମୂଲ୍ୟବି ପରିଶୋଧ କରନ୍ତି I ଓଳନରେ ସନ୍ଦେହ ହେଲେ ଆବଶ୍ୟକ ସ୍ଥଳେ ଆପଣ ଦଣ୍ଡି-ତରାଜୁର ମାନ୍ୟତାପ୍ରାପ୍ତ ପ୍ରମାଣପତ୍ର ଯାଞ୍ଚ କରିପାରିବେ କିମ୍ବା ନିଜ ଘରେ ରଖିଥିବା ଓଜନ ଯନ୍ତ୍ରରେ ପୁନଃ ଓଜନ କରିପାରିବେ । ଭାରତରେ ପ୍ରାୟ ସମସ୍ତ ଦ୍ରବ୍ୟ ଓ ସେବା ବିକ୍ରୟ ପ୍ରକ୍ରିୟାରେ ଓଜନଜନ୍ତ୍ରର ମୂଲ୍ୟ ଓ ଏହାର ରକ୍ଷଣାବେକ୍ଷଣ ଖର୍ଚ ବିକ୍ରେତା ବହନ କରୁଥିବା ବେଳେ ବିଦ୍ୟୁତସେବା ବିକ୍ରୟ କ୍ଷେତ୍ରରେ ଏହାର ବ୍ୟତିକ୍ରମ କାହିଁକି?
ଆପଣ କେତେ ପରିମାଣର ବିଦ୍ୟୁତ ମାସିକ କ୍ରୟକରି ବ୍ୟବହାର କରୁଛନ୍ତି ତାହାକୁ ମାପିବା ପାଇଁ ଆବଣ୍ଟନ କମ୍ପାନୀ ଆପଣଙ୍କ ଗୃହରେ ବିଦ୍ୟୁତ ମିଟର ସ୍ଥାପନ କରିଛନ୍ତି। ତେବେ ଏଥିପାଇଁ ଆପଣ ମିଟର ଭଜା କାହିଁକି ଦେବେ? ଯଦି ମିଟର ପାଇଁ ଭଡା ଦେବେ ତେବେ ଟ୍ରାନ୍ସଫର୍ମର ଜନ୍ତ୍ର ପାଇଁ ଭଡା କାହିଁକି ନଦେବେ? ଏସବୁ ପ୍ରଶ୍ନର ଉତ୍ତର ପାଇଁ କେନ୍ଦ୍ରୀୟ ବିଦ୍ୟୁତ ଆଇନି, ୨୦୦୩ ଓ ଏଥିରୁ ଭଦୂତ ନୀତି ଓ ନିୟମାବଳୀକୁ ଅନୁଧ୍ୟାନ କରିବା ଆବଶ୍ୟକ ହୋଇପଡିଛି ବିଦ୍ୟୁତ ଆଇନ, ୨୦୦୩ ଧାରା ୪୫(୩) ଅନୁସାରେ ଉପଭୋକ୍ତାଙ୍କ ଠାରୁ ମିଟରଭଡା ଅଦାୟ କରିବାରେ କୌଣସି ବାଧ୍ଯ ବାଧ୍ଯକତା ନାହିଁ! ଧାରା ୫୫(୧)ରେ ମିଟର ଚୟନ ଓ କ୍ରୟ କରିବାପାଇଁ ଉପଭୋକ୍ତାଙ୍କୁ ସୁଯୋଗ ଦିଆଯାଇଛି। ମିଟର ବସାଇବା ଓ ଏହାର ପରିଚାଳନା ପାଇଁ କେନ୍ଦ୍ରୀୟ ବିଦ୍ୟୁତ ପ୍ରାକରଣ (ସିଇଏ) ୨୦୦୬ରେ ନିୟମାବଳୀ ପ୍ରଣିତ କରିଛନ୍ତି। ଏହି ନିୟମାବଳୀର ଧାରା ୬କୁ ୨୦୨୨ରେ ସଂଶୋଧନ କରି ଆବଣ୍ଟନ କମ୍ପାନୀକୁ ମିଟର ବସାଇବା ପାଇଁ ସାଧାରଣ ଭାବେ କୁହାଯାଇଛି। ମିଟର ବସାଇବା ନିୟମାବଳୀରେ ଏପରି ସଂଶୋଧନ ହେବା ଦ୍ବାରା ଆବଣ୍ଟନ କମ୍ପାନୀଗୁଡ଼ିକ ଉପଭୋକ୍ତାମାନଙ୍କୁ ମିଟର ଚୟନ ତଥା କ୍ରୟ କରିବା ପାଇଁ ସୁଯୋଗ ଦେଉନାହାନ୍ତି। ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପ୍ରଣିତ କରିଥିବା ବିଦ୍ୟୁତ ବଣ୍ଟନ ସର୍ଭାବଳୀର ଧାରା ୧୦୨ରେ କୁହାଯାଇଛିଯେ ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ ପ୍ରଣାଳୀରେ ମିଟରଭତା ସ୍ଥିର କରାଯିବ।
ତେବେ ଓଇଆରସି ଜାରି କରିଥିବା ଖୁଚୁରା ବିଦ୍ଯୁତମୂଲ୍ୟ ଆଦେଶରେ ସ୍ମାର୍ଟମିଟର ମୂଲ୍ୟ ୫୦୦୦ ଟଙ୍କା ସ୍ଥିର କରାଯାଇଛି। ଆବଣ୍ଟନ କମ୍ପାନୀ ଉପଭୋକ୍ତାଙ୍କ ଘରେ ସ୍ମାର୍ଟମିଟର ବସାଇ ମିଟରଭଡା ବାବଦକୁ ମାସିକ ୬୦ ଟଙ୍କା ହିସାବରେ ୯୬ ମାସ (ଆଠ ବର୍ଷ) ପର୍ଯ୍ୟନ୍ତ ଅଦାୟ କରିବାପାଇଁ ଅନୁମୋଦନ ହୋଇଛି। ସେହିପରି ଡିଜିଟାଲ ମିଟରମୂଲ୍ୟ ଓଇଆରସି ୨୫୦୦ ଟଙ୍କା ଧାର୍ଯ୍ୟ କରି ମାସିକ ୪୦ ଟଙ୍କା ହିସାବରେ ୬୦ ମାସ(ପାଞ୍ଚ ବର୍ଷ) ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ଠାରୁ ଅଦାୟ କରିବାପାଇଁ ଅନୁମୋଦନ ହୋଇଛି । ଚଳିତ ବର୍ଷପାଇଁ ଓଇଆରସି ଜାରି କରିଥିବା ଖୁଚୁରା ବିଦ୍ଯୁତମୂଲ୍ୟ ଆଦେଶର ପାରା ୬୦ରେ ଆବଣ୍ଟନ କମ୍ପାନୀ ଉତ୍ତର ରଖୁଛନ୍ତିଯେ, ମିଟରଭଜା ବ୍ୟତିତ ମିଟର ବସାଇବା ପାଇଁ ଏହାର ଆନୁଷଙ୍ଗିକ ଖର୍ଚ, ମିଟର କ୍ରୟ ପାଇଁ ହୋଇଥିବା ପୁଞ୍ଜିନିବେଶ ଉପରେ ସୁଧ, ବ୍ୟାକ୍-ଏଣ୍ଡ ଭିତିଭୂମି ସ୍ଥାପନ, ମିଟର ସ୍ଥାପନ, ସାଇଟ୍ ପରିଦର୍ଶନ ଏବଂ ମିଟର ପରୀକ୍ଷଣ ପାଇଁ ଯେଉଁ ଖର୍ଚ ହେଉଛି ତାହାକୁ ଆବଣ୍ଟନ କମ୍ପାନୀ ବାର୍ଷିକ ରାଜସ୍ବ ଆବଶ୍ୟକତାରେ ଅନ୍ତର୍ଭୁକ୍ତ କରି ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ କରାଯାଉଛି। ଅର୍ଥାତ ସମୁଦାୟ ମିଟରଖର୍ଚ ବାବଦକୁ ଉପଭୋକ୍ତାଟି ମିଟରଭଡା ଦେଇ ସମ୍ପୂର୍ଣ ଭରଣା କରୁଥିବା ବେଳେ ପୁଣି ଥରେ ବିଦ୍ୟୁତମୂଲ୍ୟରେ ମିଟରଖର୍ଚ ବହନ କରିବା ଶୋଷଣ ନୁହେଁତ ଆରକଣ?
ଖୁଚୁରା ବିଦ୍ଯୁତମୂଲ୍ୟ ଆଦେଶରେ ମିଟରମୂଲ୍ୟ ଓ ମିଟରଭଡା ନିର୍ଣ୍ଣୟ ଉପରେ ଆୟୋଗ ସବିଶେଷ ତଥ୍ୟ ଦେଉନାହାନ୍ତି। ଆବଣ୍ଟନ ଭିତ୍ତିଭୂମିକୁ ସୁଦୃଢ ତଥା ମଜଭୁତ କରି କ୍ଷତି କମାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗତ ୧୫ ବର୍ଷରେ ପ୍ରାୟ ୨୫୦୦୦ (ପଚିଶ ହଜାର) କୋଟିଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ଯାହାକୁ ବିନିଯୋଗ କରି ଆବଣ୍ଟନ କମ୍ପାନୀଗୁଡ଼ିକ ପ୍ରଚୁର ମାତ୍ରାରେ ମିଟରକ୍ରୟ କରି ଉପଭୋକ୍ତାଙ୍କ ଗୃହରେ ସ୍ଥାପନ କରିଛନ୍ତି। ଏହାଛଡା ଆବଣ୍ଟନ କମ୍ପାନୀ ନିଜ ପୁଞ୍ଜିନିବେଶରେ ମିଟରକ୍ରୟ କରି ଉପଭୋକ୍ତା ଗୃହରେ ସ୍ଥାପନ କରିଛନ୍ତି। ଚିନ୍ତାର ବିଷୟ ହେଉଛି, ସରକାରୀ ଅନୁଦାନ ବିନିଯୋଗରେ କ୍ରୟ ହୋଇଥିବା ମିଟର ଉପରେ ଉପଭୋକ୍ତାଙ୍କ ଠାରୁ ଅନ୍ୟାୟ ଭାବେମିଟର ଭଜା ଅଦାୟ ହେଉଛି। ଦ୍ଵିତୀୟରେ, ମିଟରକ୍ରୟ ଓ ସ୍ଥାପନ ପାଇଁ ଆବଣ୍ଟନ କମ୍ପାନୀ ଯେଉଁ ପୁଞ୍ଜିନିବେଶ ଓ ସୁଧସହ ଅନ୍ୟାନ ଆନୁଷଙ୍ଗିକ ଖର୍ଚ କରୁଛନ୍ତି, ଚାହାଠାରୁ ଅଧିକ ଉପଭୋକ୍ତାଙ୍କ ଠାରୁ ଅଦାୟ କରିବାଭଳି ବେନିୟମ କାର୍ଯ୍ୟ କରୁଛନ୍ତି। ତେବେ ଆବଣ୍ଟନ କମ୍ପାନୀଗୁଡ଼ିକର ଏପରି ଅସଙ୍ଗତି ଓ ଠକେଇ ଉପରେ ବିଦ୍ୟୁତମୂଲ୍ୟ ଆଦେଶରେ ସ୍ପଷ୍ଟ ହୋଇଥିବା ଜଣାପଡିଛି। ୨୦୨୪-୨୫ ବର୍ଷପାଇଁ ଜାରି ହୋଇଥିବା ଖୁଚୁରା ବିଦ୍ୟୁତମୂଲ୍ୟ ଆଦେଶର ପାରା ୯୩ରେ ଆୟୋଗଙ୍କ ଉପଭୋକ୍ତା ଶୋଷଣ ପ୍ରବୃତି ସ୍ପଷ୍ଟ ବାରି ହୋଇପଡୁଛି। ତେଣୁ ପାରା ୯୩କୁ ନିମ୍ନରେ ପୁନଃପଠନ କରିବା ନିହାତି ଆବଶ୍ୟକ ହୋଇପଡିଛି।
CAPEX ଅଧୀନରେ ପୁନରୁଦ୍ଧାର ପାଇଁ ମିଟର ମୂଲ୍ୟ |
ଆୟୋଗ ଚିନ୍ତାଧାରାରେ ଏହି ପ୍ରସ୍ତାବର ବିଶ୍ଳେଷଣ କରିଥିଲେ। ଯଦିଓ ପ୍ରସ୍ତାବଟି ଯଥାର୍ଥ ମନେହୁଏ, ତଥାପି ଏହା ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଆବଶ୍ୟକ କରେ | CAPEX ରେ ମିଟର ମୂଲ୍ୟ ଅନ୍ତର୍ଭୂକ୍ତ କରିବା ପର୍ଯ୍ୟନ୍ତ କ issue ଣସି ସମସ୍ୟା ହେବ ନାହିଁ, ଯେଉଁଠାରେ ନୂତନ ମିଟର ସ୍ଥାପନ କରାଯିବ | କିନ୍ତୁ ସେଠାରେ ଅନେକ ଗ୍ରାହକ ଥାଇପାରନ୍ତି, ଯେଉଁମାନେ ପୂର୍ବରୁ ମିଟର ଭଡା ଭଡା ଦେଇସାରିଛନ୍ତି ଏବଂ ଅନ୍ୟ ଗ୍ରାହକ ମଧ୍ୟ ଥାଇପାରନ୍ତି, ଯେଉଁମାନେ ମିଟର ଭଡା ଭଡା ଦେଇସାରିଛନ୍ତି | ସେହି କ୍ଷେତ୍ରରେ, ମିଟର ଭଡା ରଦ୍ଦ କରିବା ଆର୍ଥିକ ସମନ୍ୱୟରେ ସମସ୍ୟା ସୃଷ୍ଟି କରିପାରେ | ତେଣୁ, ମିଟର ଭଡା, ବିଭିନ୍ନ ମିଟର ବର୍ଗରେ ଗ୍ରାହକଙ୍କ ସଂଖ୍ୟା, ଆଇନଗତ ପ୍ରଭାବ, ଯଦି ଥାଏ, ଏବଂ କାର୍ଯ୍ୟାନ୍ୱୟନ ପାଇଁ ସବିଶେଷ ଯୋଜନା ଇତ୍ୟାଦି ପ୍ରଦାନ କରି DISCOMS ଏକ ନୂତନ ପ୍ରସ୍ତାବ ଦାଖଲ କରିବା ଆବଶ୍ୟକ | ସେହି ଅନୁଯାୟୀ ଆୟୋଗ ଏହି ପ୍ରସ୍ତାବକୁ ଯାଞ୍ଚ କରିବେ | CAPEX ଅଧୀନରେ ପୁନରୁଦ୍ଧାର ପାଇଁ |
ବାର୍ଷିକ ବିଦ୍ୟୁତମୂଲ୍ୟ ନିଶ୍ଚୟ ସମୟରେ ଆବଣ୍ଟନ କମ୍ପାନୀଗୁଡିକ ମିଟରଭଜା ଅଦାୟକୁ ରଦ୍ଦ କରି ଏହାକୁ ପୁଞ୍ଜିନିବେଶରେ ଅନ୍ତର୍ଭୁକ୍ତ କରି ବିଦ୍ୟୁତମୂଲ୍ୟ ନିଷ୍କ୍ରିୟ ପ୍ରଣାଳୀରେ ଅନୁମୋଦନ କରିବାପାଇଁ ଗତ ୨୦ ବର୍ଷଧରି ଯୁକ୍ତି ଉପସ୍ଥାପନ କରି ଆସୁଥଲେବି ଆୟୋଗ ପ୍ରତିବନ୍ଧକ ହୋଇଛନ୍ତି। ଆବଣ୍ଟନ କମ୍ପାନୀଗୁଡିକ ବସାଇଥିବା ମିଟର ଗୁଡିକର ପରମାୟୁ ଅତିକମରେ ୧୦ ବର୍ଷ ଓ ଏହା ତାଙ୍କର ଏକ ପ୍ରମୁଖ ସମ୍ପତି କିନ୍ତୁ ଆଳିଯାଏ ଆୟୋଗ ମିଟରକୁ ଆବଣ୍ଟନ କମ୍ପାନୀର ମୋଟ ସମ୍ପତିରେ ମିଶ୍ରଣ ନକରିବାର ଅର୍ଥକଣ? ଆବଣ୍ଟନ କମ୍ପାନୀଗୁଡ଼ିକର ମିଟରଭଡା ରଦ୍ଦ କରିବା ପ୍ରସ୍ତାବକୁ ଆୟୋଗ କାହିଁକି ଆର୍ଥିକ ଶୃଙ୍ଖଳାକୁ ଆଳକରି ଅନୁମୋଦନ କରୁନାହାନ୍ତି? ବାର୍ଷିକ ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ ପ୍ରଣାଳୀରେ ପାଞ୍ଚଅଙ୍କ ବିଶିଷ୍ଟ ସଂଖ୍ୟାର କୋଟିକୋଟି ଟଙ୍କା ହିସାବ ବିଚାରକୁ ନିଆଯାଉଥିବା ବେଳେ ମାତ୍ର ଦୁଇଅଙ୍କ ବିଶିଷ୍ଟ କୋଟିଟଙ୍କାର ହିସାବ କରିବା ପାଇଁ ଆୟୋଗଙ୍କୁ କେଉଁ ଆର୍ଥିକ ବିଶୃଙ୍ଖଳା ବାରଣ କରିଛି? ସତକଥାଟି ହେଉଛି, ଆୟୋଗଙ୍କ କାର୍ଯ୍ୟାଳୟରେ କୌଣସି ଅର୍ଥ ବିଶେଷଙ୍ଗ ନିର୍ଦେଶକ ପଦବୀରେ ନାହାନ୍ତି। ଆୟୋଗଙ୍କ କାର୍ଯ୍ୟାଳୟରେ ଯେଉଁ ଆର୍ଥିକ ବିଶୃଙ୍ଖଳା ସୃଷ୍ଟି ହୋଇଛି ତାହାକୁ ଯନ୍ତ୍ର ନିର୍ଦ୍ଦେଶକ ସୃଷ୍ଟି କରିଛନ୍ତି । ଏପରି ଅଭାବନୀୟ ଆର୍ଥିକ ବିଶୃଙ୍ଖଳା ଆଳରେ ଉପଭୋକ୍ତାଙ୍କୁ ପ୍ରବଳ ଶୋଷଣ କରୁଛନ୍ତି ଓ ଘରୋଇ ଆବଣ୍ଟନ କମ୍ପାନୀଗୁଡ଼ିକ ଠାରୁ ପ୍ରବଳ ମୁନଫା କମାଉଛନ୍ତି I ଏହା ଓଡିଶାର ସଭ୍ୟସମାଜ ପାଇଁ ଏକ ଲନ୍ୟାକର ଘଟଣା ନିଶ୍ଚୟ
ମିଟର ଭଡା ରଦ୍ଦ କରିବା ଖବର ଓଡିଶା ପାଇଁ ନୂଆ ନୁହେଁ ଭାରତର ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଗୋଆ ଭଳି ଅନ୍ୟାନ ରାଜ୍ୟ ମିଟରଭଡା ଆଦୟକୁ ସମ୍ପୂର୍ଣ ରଦ୍ଦ କରିଦେଇଛନ୍ତି। ଓଡିଶା କ୍ଷେତ୍ରରେ ବ୍ୟତିକ୍ରମ କାହିଁକି? ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ ପ୍ରଣାଳୀରେ ସମୁଦାୟ ମିଟର ଖର୍ଚରୁ କିଛିଅଂଶ ଖୁଚୁରା ବିଦ୍ୟୁତମୂଲ୍ୟରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟସରକାର ଉତ୍ତର ଦାଖଲ କରିଛନ୍ତି। ସମୁଦାୟ ମିଟରଖର୍ଚର କିଛି ଅଂଶକୁ ଯଦି ବିଦ୍ଯୁତମୂଲ୍ୟରେ ମିଶ୍ରଣ କରିବାପାଇଁ ରାଜ୍ୟସରକାର ଅନୁମତି ପ୍ରଦାନ କରିଛନ୍ତି ତେବେ ସମୁଦାୟ ଖର୍ଚକୁ ମିସାଇଦେଲେ କେଉଁ ସରକାରୀ ନୀତିନିୟମ କିମ୍ବା ବିବ୍ୟବସ୍ତା ଉଲ୍ଲଘନ ହୋଇଯିବ? ପୁନଶ୍ଚ ଡିଜିଟାଲ ମିଟରକୁ ଅନ୍ତରକରି ସ୍ମାର୍ଟମିଟର ବସାଇବା ଉପରେ ଉପଭୋକ୍ତମାନେ ସନ୍ଦେହ ପ୍ରକାଶ କରିଆସୁଛନ୍ତି ଓ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ଏହାର ନିରାକରଣ ଆବଶ୍ୟକ ହୋଇପଡିଛି ଓ ଏଥିପାଇଁ ଡିଜିଟାଲ ମିଟରକୁ ଅନ୍ତର ନକରି ଆବଣ୍ଟନ କମ୍ପାନୀଗୁଡ଼ିକ ସ୍ମାର୍ଟମିଟର ସ୍ଥାପନ କରନ୍ତୁ, ଫଳରେ ଉପଭୋକ୍ତାଟିର ପ୍ରକୃତରେ ମାସିକ କେତେ ବିଦ୍ୟୁତ ବ୍ୟବହାର ହେଉଛି ତାହାକୁ ଯାଞ୍ଚ କରିବା ସୁଯୋଗ ପାଇପାରିବେ ଓଇଆରସି କାର୍ଯ୍ୟାଳୟର ଏପରି ଅରାଜକତା ଉପରେ ରାଜ୍ୟସରକାର ଏକ ଉଚସ୍ଥରୀୟ କମିଟି ଗଠନ କରିବାର ଆବଶ୍ୟକତା ଅଛି। ଦୋଷି ଦଣ୍ଡିତ ହେଉ ଏବଂ ଏକକୋଟି ନିରୀହ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ଶୋଷଣରୁ ମୁକ୍ତ ହୁଅନ୍ତୁ, ଏହାହିଁ ମୋହନଭାଇ ରାଜ୍ୟସରକାରଙ୍କ ପାଖରେ ମୋର କୋଡହସ୍ତେ ପାର୍ଥନା ଓ ନିବେଦନ ମଧ୍ଯ I ରାମ ରାମ ରାଧେ I
ଆନନ୍ଦ ମହାପାତ୍ର ।
ଶକ୍ତି ସମୀକ୍ଷକ