ସମ୍ପାଦକୀୟ ଦୃଷ୍ଟିଭଙ୍ଗି

ଆଜିର ଦୁନିଆ, କେବଳ ଏକ ମାଧ୍ୟମ ନୁହେଁ -ଏହା ଏକ ସଂକଳ୍ପ, ସ୍ୱର ଓ ସମ୍ଭାବନା l ପରିବର୍ତ୍ତିତ ଓ ପରିବର୍ତ୍ତନଶୀଳ ସମୟର ଆବଶ୍ୟକତା କୁ ଦେଖି ଆମେ ଲୋକଙ୍କ ସ୍ୱର ସହ ସ୍ୱର ମିଶାଇ ଆଗକୁ ବଢିବାର ସ୍ବପ୍ନ ଦେଖିଛୁ l ସମାଜର ସବୁ ବର୍ଗର ଲୋକଙ୍କୁ ଆପଣେଇ ନେବାର ଦକ୍ଷତା ଅର୍ଜନ କରିବା ଏତେ ସହଜ ହବନି ତଥାପି ପ୍ରୟାସ ଜାରି ରଖିବୁ l 
ଆମେ ନିରପଷ ନୁହଁ, ପକ୍ଷଭୁକ୍ତ ହେବୁ, କେବଳ ସାଧାରଣ ଲୋକଙ୍କ ପାଈଁ, ଯେଉଁମାନେ ସମାଜର ଦୁସ୍ଥ, ଅବହେଳିତ, ଶୋଷିତ, ବଂଚିତ ଓ ସର୍ବୋପରି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ମୁଖ୍ୟସ୍ରୋତ ରେ କୌଣସି ନା କୌଣସି କାରଣ ପାଈଁ ସାମିଲ ହୋଇ ପାରିନାହାନ୍ତି l ସେମାନଙ୍କ ପାଖରେ ବିକାଶ ଓ ସୁଶାସନ ଓ ସାମାଜିକ ନ୍ୟାୟ ପହଂଚିଲେ ଯାଇ ଦେଶ ଆଗକୁ ଆଗକୁ ବଢିବ l
 
ସାମ୍ବାଦିକତାରେ ମୋର ପାଖାପାଖି ଦୀର୍ଘ ତିନି ଦଶନ୍ଧିର ଅଭିଜ୍ଞତା l ମୁଦ୍ରିତ ଗଣମାଧ୍ୟମ, ବୈଦୁତିକ ଓ ସର୍ବୋପରି ଡିଜିଟାଲ ମାଧ୍ୟ୍ୟମରେ କାମ କରିବାର ଦୀର୍ଘ ଅଭିଜ୍ଞତା ଓ କଳା କୌଶଳ ସମ୍ପର୍କରେ ପରିଚିତ l କେବେ ଵି ପଇସା କି  କ୍ଷମତା ସହ ସାଲିସ କରିନି, କ୍ଷମତା ରାଜନୀତି ଓ ଅମଲାତନ୍ତ୍ର ର ନିକଟତର ହୋଇ ମଧ୍ୟ ତାର ଫାଇଦା ନେବାକୁ କେବେ ଵି  ଚେଷ୍ଟା କରିନି l ବୃତ୍ତିଗତ ଜୀବନରେ ପ୍ରଥମ କେଇ ବର୍ଷ ଶିଖିବା ପାଈଁ ଭିନ୍ନ ଗଣମାଧ୍ୟମ ସଂସ୍ଥାରେ ନିୟମିତ ଭାବେ ସ୍ୱଳ୍ପ ଦରମାରେ କାମ କରିବାର ଆବଶ୍ୟକତା କୁ ଛାଡିଦେଲେ ବାକି ପୁରା ସମୟ ସ୍ୱାଧୀନ ସାମ୍ବାଦିକ ଭାବେ କାମ କରି ସମାଜର ସବୁଠାରୁ ଅବହେଳିତ ବର୍ଗ ପାଈଁ କାମ କରିବାର ସଂକଳ୍ପ ମୋତେ କ୍ଷମତା ଉପଯୋଗ କରିବା ଠାରୁ ଦୁରେଇ ରଖିଥିଲା l 
 
ତେଣୁ,  ଆଜିର ଦିନରେ ଗଣମାଧ୍ୟମ ପାଇଁ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ୱେ ସାଲିସବିହୀନ ସଂଗ୍ରାମ ଜାରି ରଖିବାକୁ ପଡିବ ଓ ଦେଶ ତଥା ରାଜ୍ୟର ସାମଗ୍ରିକ ବିକାଶ ପାଈଁ ସଂକଳ୍ପବଦ୍ଧ ହେଵାକୁ ପଢିବ l ଏହି ଜୟଯାତ୍ରାରେ ଆପଣ ନିଶ୍ଚୟ ସାମିଲ ହେବେ ବୋଲି ଆଶା କରୁଛି l
 
ଆପଣଙ୍କ ମାନଙ୍କ ସାହାଯ୍ୟ, ସହଯୋଗ ଓ ବନ୍ଧୁତ୍ୱ ବଳରେ ଆମେ ନିଶ୍ଚୟ ସମସ୍ତ ପ୍ରତିବନ୍ଧକ କୁ ହଟାଇ ଆଗକୁ ବଢ଼ି ପାରିବା ଓ ସମାଜକୁ ଠିକ ରାସ୍ତା ଦେଖାଇ ପାରିବା l
 
ଜୟ ହିନ୍ଦ, ଜୟ ଓଡିଶା l

ମୁଖ୍ୟ ସମ୍ପାଦକ: ସୁଦର୍ଶନ ଛୋଟରାୟ

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL