ଜାତୀୟ ଜ଼ିଲ୍ଲା

ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ (ଏଲବିଏସଏନଏଏ)ର ୯୯ତମ ଫାଉଣ୍ଡେସନ କୋର୍ସର ଉଦଯାପନୀ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

  • ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଅନୁଯାୟୀ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନରେ ସରକାରୀ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
  • “ଚିନ୍ତା” ପରିବର୍ତ୍ତେ “ଚିନ୍ତନ”; ମାଧ୍ୟମରେ ଏବଂ “ବ୍ୟଥା” ପରିବର୍ତ୍ତେ “ବ୍ୟବସ୍ଥା” ସ୍ଥାପନ କରି ସମସ୍ୟାର ଅଧିକ ପ୍ରଭାବଶାଳୀ ସମାଧାନ କରାଯାଇପାରିବ
  • କାର୍ଯ୍ୟଗୁଡ଼ିକର ପର୍ଯ୍ୟବେକ୍ଷଣ, ବିଶ୍ଳେଷଣ ଏବଂ ଡକ୍ୟୁମେଣ୍ଟେସନ୍ ଯେକୌଣସି ସମସ୍ୟାର ସମାଧାନ ଖୋଜିବାରେ ସାହାଯ୍ୟ କରିବ
  • ଅଧିକାରୀଙ୍କ ଭୂମିକା ହେଉଛି ପ୍ରଶାସନକୁ “ପ୍ରତିକ୍ରିୟାଶୀଳ” ନୁହେଁ ବରଂ “ସକ୍ରିୟ” କରିବା
  • କୌଣସି କାର୍ଯ୍ୟକଳାପ ଏକାକୀ ଫଳପ୍ରଦ ହୋଇନଥାଏ ତେଣୁ ମୋଦୀ ସରକାର ‘ସମ୍ପୂର୍ଣ୍ଣ ସରକାର’ ଆଭିମୁଖ୍ୟ ରେ କାର୍ଯ୍ୟ କରୁଛନ୍ତି
  • ନୀତିର ଭାବନାକୁ ବୁଝିବା ଏବଂ ସମ୍ବେଦନଶୀଳତାର ସହ କାର୍ଯ୍ୟକାରୀ କରିବା ଅଧିକାରୀଙ୍କ ଦାୟିତ୍ୱ
  • ବିକାଶ ଯେପରି ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବ ଏବଂ ପ୍ରତ୍ୟେକ ଘରେ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ହେବ ତାହା ସୁନିଶ୍ଚିତ କରିବା ଅଧିକାରୀମାନଙ୍କର ଦାୟିତ୍ୱ ଅଟେ
  • ଆପଣ ଯେ କୌଣସି ଜିଲ୍ଲାକୁ ଯାଆନ୍ତୁ, ଆପଣ ଏଆଇ ସାହାଯ୍ୟରେ ବିଚ୍ଛିନ୍ନ ତଥ୍ୟକୁ ଏକାଠି କରିବାକୁ ଚେଷ୍ଟା କରନ୍ତୁ, ଏହି ଛୋଟ ଛୋଟ ପରୀକ୍ଷଣ ଦେଶକୁ ଆଗକୁ ନେବାରେ ସହାୟକ ହେବ
  • ଫାଇଲରେ ଫସିଯିବା ପରିବର୍ତ୍ତେ ଫାଇଲର ଉଦ୍ଦେଶ୍ୟ ଲୋକଙ୍କ ଲାଇଫକୁ ଆଗକୁ ବଢ଼ାଇବା ହେବା ଉଚିତ
  • ଦେଶର ଜନସଂଖ୍ୟାର ୫୦% ଲୋକ ନୀତି ନିର୍ଦ୍ଧାରଣ ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ନହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମହିଳାଙ୍କ ନେତୃତ୍ୱାଧୀନ ବିକାଶର ଧାରଣା ଅସମ୍ପୂର୍ଣ୍ଣ ରହିବ

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସିନକ ଏକାଡେମୀ (ଏଲବିଏସଏନଏଏ)ରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଯୁବ ଅଧିକାରୀମାନଙ୍କୁ ଉଦବୋଧନ ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ଆଜି ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ଗଠନ କରୁଥିବା ସ୍ଥପତିଙ୍କ ଏକ ଗୋଷ୍ଠୀ ଏଠାରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଅଭ୍ୟାସ, ପରିଶ୍ରମ ଏବଂ ଶକ୍ତିରେ ପରିପୂର୍ଣ୍ଣ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଯେ ୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ଭାରତ ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହେବ । ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଯୁବ ଅଧିକାରୀମାନେ ଆଗାମୀ ୨୫ ବର୍ଷ ମଧ୍ୟରେ କରିଥିବା କାର୍ଯ୍ୟ ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିବା ମହାନ ନେତାଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ଶ୍ରୀ ଶାହ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ। ଦେଶର୧୪୦ କୋଟି ନାଗରିକ ଏକାଠି ହୋଇ ଏହାକୁ ବାସ୍ତବ ରୂପ ଦେଲେ ହିଁ ଏହି ମିଶନ ସଫଳ ହେବ
ବୋଲି ସେ କହିଛନ୍ତି। କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆମକୁ ଏକ ଭାରତ ଗଠନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ଯେଉଁଠାରେ ପ୍ରତ୍ୟେକ ନାଗରିକ ଆତ୍ମସମ୍ମାନ ଏବଂ ସମସ୍ତ ଆବଶ୍ୟକ ସୁବିଧା ସହିତ ପରବର୍ତ୍ତୀ ପିଢ଼ିର ନେତୃତ୍ୱ ନେଇପାରିବେ । ଭାରତକୁ ସବୁ କ୍ଷେତ୍ରରେ ଏକ ନମ୍ବର କରିବା ଦ୍ୱାରା ବିକଶିତ ଭାରତର ସ୍ୱପ୍ନ ପୂରଣ ହେବ ନାହିଁ ବୋଲି ସେ କହିଥିଲେ। ଏହି ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ୧୪୦ କୋଟି
ଲୋକ ପୂର୍ଣ୍ଣ ଶକ୍ତି ଏବଂ ସମାନ ସୁଯୋଗ ସହିତ ଆଗକୁ ବଢ଼ିବେ । ଶ୍ରୀ ଅମିତ ଶାହା କହିଥିଲେ ଯେ, ପ୍ରଶାସନିକ ସେବାରେ ନିଜ ପରିବର୍ତ୍ତେ ଅନ୍ୟମାନଙ୍କ ପାଇଁ ଚିନ୍ତା କରିବା ଠାରୁ ବଡ଼ ମନ୍ତ୍ର ଆଉ କିଛି ନାହିଁ । ସାର୍ବଜନୀନ ଜୀବନରେ ପ୍ରବେଶ କରିବା ପରେ ଅଧିକାରୀମାନେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଧ୍ୟାନ ଦେବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି। ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ସମୟରେ ଅଧିକାରୀମାନେ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏବଂ ଡାଟାର ସର୍ବାଧିକ
ବ୍ୟବହାର କରିବା ଉଚିତ, ଯାହା ସେମାନଙ୍କ ନିଷ୍ପତ୍ତିକୁ ଅଧିକ ପ୍ରଭାବଶାଳୀ ଏବଂ ସଠିକ୍ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ବିକାଶ ପରିସଂଖ୍ୟାନରୁ ନୁହେଁ ବରଂ ଫଳାଫଳରୁ ଆସିଥାଏ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୂର୍ଣ୍ଣ ସରକାର ଆଭିମୁଖ୍ୟ' ବିଷୟରେ ଉଲ୍ଲେଖ କରି ଶ୍ରୀ ଶାହ କହିଥିଲେ ଯେ କୌଣସି କାର୍ଯ୍ୟକଳାପ ଅଲଗା ହୋଇ ଫଳପ୍ରଦ ହୋଇପାରିବ ନାହିଁ ଏବଂ ଏହି ଆଭିମୁଖ୍ୟ ସହିତ କାର୍ଯ୍ୟ କରିବା ଦ୍ୱାରା ହିଁ ସଫଳତା ହାସଲ କରାଯାଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ସହିତ ସାମାଜିକ ସୌହାର୍ଦ୍ଦ୍ୟ ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ହେବ, କାରଣ ପ୍ରତ୍ୟେକ ବ୍ୟକ୍ତି ସମାନ ସୁଯୋଗ ନ ପାଇଲେ ଦେଶ ବିକାଶ ପଥରେ ଅଗ୍ରଗତି କରିପାରିବ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଏଠାରେ ଉପସ୍ଥିତ ଥିବା ମନୋନିତ ପ୍ରଶାସନିକ ସେବା ଅଧିକାରୀଙ୍କ ମଧ୍ୟରୁ ୩୮% ହେଉଛନ୍ତି ମହିଳା। ସେ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ଦେଶର ୫୦ ପ୍ରତିଶତ ଜନସଂଖ୍ୟା ନୀତି ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ସାମିଲ ନ ହେବେ, ସେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା 'ମହିଳା ନେତୃତ୍ୱାଧୀନ ବିକାଶ;ର ଧାରଣା ପୂରଣ ହେବ ନାହିଁ। ନୀତି ପ୍ରଣୟନ କରିବା ସରକାରଙ୍କ ଦାୟିତ୍ୱ ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ଅଧିକାରୀଙ୍କ ଦାୟିତ୍ୱ ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି, କାର୍ଯ୍ୟକାରିତା ଭାବନା ବିନା ନୀତି କାର୍ଯ୍ୟକାରୀ କରିବା ସମ୍ଭବ

ନୁହେଁ। ନୀତିଗୁଡ଼ିକ ଯେପରି ସଠିକ ଭାବରେ ଏବଂ ସମ୍ବେଦନଶୀଳତାର ସହ ସଠିକ୍ ଦିଗରେ କାର୍ଯ୍ୟକାରୀ ହୁଏ ତାହା ସୁନିଶ୍ଚିତ କରିବା ସେମାନଙ୍କ ଦାୟିତ୍ୱ ବୋଲି ସେ
ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଅଧିକାରୀଙ୍କ କାମ ହେଉଛି ସରକାରଙ୍କୁ ପ୍ରତିକ୍ରିୟାଶୀଳ ନୁହେଁ, ବରଂ ସକ୍ରିୟ କରିବା। ବିକାଶ ଯେପରି ଶେଷ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ପ୍ରତ୍ୟେକ ଘରେ ଶୌଚାଳୟ, ବିଜୁଳି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ ତାହା ସୁନିଶ୍ଚିତ କରିବା ଅଧିକାରୀଙ୍କ ଦାୟିତ୍ୱ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଶାହ କହିଥିଲେ ଯେ, ଯେଉଁମାନେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଛାତ୍ର ଭାବରେ ଶିଖିବାର ଭାବନା ବଜାୟ ରଖିବେ ସେମାନେ ହିଁ ପ୍ରକୃତରେ ପ୍ରଗତି ହାସଲ କରିପାରିବେ । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଅନେକ ବିଶିଷ୍ଟ ଅର୍ଥନୀତିଜ୍ଞ ବିଶ୍ୱାସ କରୁଥିଲେ ଯେ ଜିଏସଟି ଭାରତରେ ସଫଳ ହେବ ନାହିଁ, କିନ୍ତୁ ଆଜି ଜିଏସଟି ଆମ ଦେଶର ଆର୍ଥିକ ଅଭିବୃଦ୍ଧିର ମୂଳଦୁଆ ପାଲଟିଛି । ଆଗାମୀ ଦିନରେ ମେକ୍ ଇନ୍ ଇଣ୍ଡିଆ ଦେଶ ପାଇଁ ଗର୍ବର ଉତ୍ସ ପାଲଟିବ, କାରଣ ଭାରତ ବିଶ୍ୱ ସ୍ତରୀୟ ଉତ୍ପାଦନ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପାଇଁ ଏକ ହବ୍ ରେ ପରିଣତ ହୋଇଛି। ଶ୍ରୀ ଶାହ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ମୋଦୀ ସରକାର ଭାରତରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀ ଅମିତ ଶାହ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ଆଣିଥିବା ନୂତନ ଶିକ୍ଷା ନୀତି ଭାରତର ଯୁବକମାନଙ୍କୁ ବିଶ୍ୱର ଯୁବକମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ । ମାତୃଭାଷାରେ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରିବା ଦ୍ୱାରା ପିଲାଙ୍କ ବୁଝିବା ଓ ଯୁକ୍ତି କରିବାର କ୍ଷମତା ବୃଦ୍ଧି ପାଇଥାଏ ବୋଲି ସେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଆପଣ ଯେକୌଣସି ଜିଲ୍ଲାକୁ ଯାଆନ୍ତୁ, ଏଆଇ ସହାୟତାରେ ଆଇସୋଲେଟେଡ୍ ଡାଟାକୁ ଏକାଠି କରିବାକୁ ଚେଷ୍ଟା କରିବା ଉଚିତ୍ । ଆପଣଙ୍କର ଛୋଟ ଛୋଟ ପରୀକ୍ଷଣ ଦେଶକୁ ଆଗକୁ ନେବାରେ ଉପଯୋଗୀ ହେବ । ସେ କହିଛନ୍ତି ଯେ, ଆପଣ ଯେକୌଣସି ଜିଲ୍ଲାକୁ ଯେଉଁଠି ବି ଯାଆନ୍ତୁ, ଏଆଇ ସହାୟତାରେ ଭିନ୍ନ ଭିନ୍ନ ତଥ୍ୟକୁ ଏକାଠି କରିବା ପାଇଁ କାମ କରିବା ଉଚିତ। ଆପଣଙ୍କର ଏହି ଛୋଟ ଛୋଟ ପରୀକ୍ଷଣ ଦେଶକୁ ଆଗକୁ ନେବାରେ ସହାୟକ ହେବ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ), ଉତ୍ତରପୂର୍ବରେ ବିଦ୍ରୋହ ଏବଂ ନିଶା ଦ୍ରବ୍ୟ କାରବାର ଆମଦେଶ ପାଇଁ ଚାରୋଟି ପ୍ରମୁଖ ଆହ୍ୱାନ । ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ଦୃଢ଼ ନୀତି ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ଏହି ଚାରିଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି।  ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ବାମପନ୍ଥୀ ଉଗ୍ରବାଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯିବ ବୋଲି ସେ ଦୋହରାଇଛନ୍ତି। ଶ୍ରୀ ଅମିତ ଶାହ କହିଥିଲେ ଯେ ଯେପର୍ଯ୍ୟନ୍ତ ଆମେ ସ୍ୱାଧୀନ ଭାରତର ସ୍ୱାଧୀନ ନାଗରିକ ହେବାର ଆତ୍ମବିଶ୍ୱାସ ହାସଲ ନକରିବା ଏବଂ ଆମ ଇତିହାସ ଓ ପରମ୍ପରା ପାଇଁ ଗର୍ବ ଅନୁଭବ କରିବା ନାହିଁ, ସେପର୍ଯ୍ୟନ୍ତ ଆମେ ଭାରତକୁ ମହାନ କରିପାରିବା ନାହିଁ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ "ବିକାଶ ବି, ଐତିହ ବି" (ଐତିହ୍ୟ ସହିତ ବିକାଶ) ନାମକ ଏକ ନୂତନ ସ୍ଲୋଗାନ ଦେଇଛନ୍ତି, ଯେଉଁଥିପାଇଁ ସମସ୍ତେ ଗର୍ବର ସହ ନିଜ ଖାଦ୍ୟ, ପୋଷାକ ଏବଂ ସଂସ୍କୃତିକୁ ଗ୍ରହଣ କରିବା ଏବଂ ଅନୁସରଣ କରିବା ଉଚିତ୍ । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ଇଂରେଜମାନଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ୧୫୦ ବର୍ଷ ପୁରୁଣା ଆଇନକୁ ବଦଳାଇବା ପାଇଁ ତିନୋଟି ନୂତନ ଅପରାଧିକ ଆଇନ ପ୍ରଣୟନ କରିଛନ୍ତି। ଏହି ତିନୋଟି ନୂଆ ଆଇନ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବା ପରେ ଦେଶର ଯେକୌଣସି ସ୍ଥାନରେ ଏଫଆଇଆର ପଞ୍ଜୀକୃତ ହେଉଥିବା ମାମଲାରେ ୩ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ ନ୍ୟାୟ ପ୍ରଦାନ କରିବେ। ଏହି ଆଇନଗୁଡ଼ିକରେ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଆସନ୍ତା ୧୦ ବର୍ଷ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ୯୦% ରେ ପହଞ୍ଚିବ ଏବଂ ଆମର ନ୍ୟାୟ ବ୍ୟବସ୍ଥା ବିଶ୍ୱର ସବୁଠାରୁ ଆଧୁନିକ ହେବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି। ଶ୍ରୀ ଅମିତ ଶାହ କହିଛନ୍ତି ଯେ ଚିନ୍ତା ପରିବର୍ତ୍ତେ ବିଚାର ବିମର୍ଶ ଓ ଆଲୋଚନା ଦ୍ୱାରା ଏବଂ ଦୁଃଖ ପରିବର୍ତ୍ତେ ବ୍ୟବସ୍ଥା ସୃଷ୍ଟି କରି ଯେ କୌଣସି ସମସ୍ୟାର ସମାଧାନ କରାଯାଇପାରିବ । ସେ କହିଥିଲେ ଯେ ଚିନ୍ତା ଆମର ଚିନ୍ତନ କରିବାର କ୍ଷମତାକୁ ହ୍ରାସ
କରିଥାଏ, ସେଥିପାଇଁ ଯୋଗ ଏବଂ ଧ୍ୟାନକୁ ଦୈନନ୍ଦିନ କାର୍ଯ୍ୟରେ ସାମିଲ୍ କରିବା ଉଚିତ୍ । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ଏକ
ରୋଡମ୍ୟାପ୍ ପ୍ରସ୍ତୁତ କରିବା, ମାଇକ୍ରୋ ପ୍ଲାନିଂ କରିବା, ଏହାକୁ କାର୍ଯ୍ୟକାରୀ ତଥା ମଧ୍ୟବର୍ତ୍ତୀ ସମୀକ୍ଷା କରିବା ଏବଂ ନିରନ୍ତର ଫଲୋଅପ୍ ସୁନିଶ୍ଚିତ କରିବା ଜରୁରୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL