ସମ୍ବଲପୁର ସମ୍ବଲପୁର

ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣା: ୪ଟି ଟିମ୍ ଗଠିତ

ବୁର୍ଲା: ବୁର୍ଲା ଭିମସାର  ପରିସରରୁ ଶିଶୁପୁତ୍ର ଚୋରି ଘଟଣାକୁ ନେଇ ତତ୍ପର ହୋଇଉଠିଛି ପ୍ରଶାସନ। ୪ଟି ଟିମ୍ ଗଠନ କରାଯାଇ ଚୋରିକରିଥିବା ମହିଳାଙ୍କୁ ଧରିବା ଲାଗି ଜୋରଦାର ପ୍ରଚେଷ୍ଟା ଚାଲିଛି। ଏନେଇ ବିଭିନ୍ନ ଜିଲ୍ଲା ପୁଲିସକୁ ଆଲର୍ଟ କରାଯାଇଛି। ଉକ୍ତ ମହିଳାଙ୍କ ଫଟୋ ବି ପୁଲିସ ପାଖକୁ ପଠାଯାଇଛି। ପ୍ରସୂତି ଓ ସ୍ତ୍ରୀରୋଗ ୱାର୍ଡରୁ ଏହି ନବଜାତ ଶିଶୁପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଛୁଆ ଚୋରି ହୋଇଥିବା ଜାଣିବା ପରେ ଶିଶୁର ବାପା ପ୍ରଥମେ ଭିମ୍ସାର ଫାଣ୍ଡି ଓ ପରେ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସହରର ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚଢ଼ଉ କରି ଖୋଳତାଡ଼ ଆରମ୍ଭ କରିଛି। ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଏକ ଦଳ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି।

ବୁର୍ଲା ଭିମସାର  ପରିସରରୁ ଶିଶୁପୁତ୍ର ଚୋରି ଘଟଣାକୁ ନେଇ ତତ୍ପର ହୋଇଉଠିଛି ପ୍ରଶାସନ। ୪ଟି ଟିମ୍ ଗଠନ କରାଯାଇ ଚୋରିକରିଥିବା ମହିଳାଙ୍କୁ ଧରିବା ଲାଗି ଜୋରଦାର ପ୍ରଚେଷ୍ଟା ଚାଲିଛି। ଏନେଇ ବିଭିନ୍ନ ଜିଲ୍ଲା ପୁଲିସକୁ ଆଲର୍ଟ କରାଯାଇଛି। ଉକ୍ତ ମହିଳାଙ୍କ ଫଟୋ ବି ପୁଲିସ ପାଖକୁ ପଠାଯାଇଛି।

ସୂଚନା ଅନୁସାରେ, ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବସନା ଥାନା ଅନ୍ତର୍ଗତ ବଡ଼େସଜାପାଲି ଗ୍ରାମର ମୋହନ ଦାସଙ୍କ ପତ୍ନୀ ସୀତା ପ୍ରସବ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ। ସାଙ୍ଗରେ ସୀତାଙ୍କ ଭଉଣୀ ମଧୁ ମଧ୍ୟ ଆସିଥିଲେ। ଅବସ୍ଥା ଗୁରୁତର ଥିବାରୁ ୨୪ ତାରିଖରେ ଡାକ୍ତର ବୁର୍ଲା ଭିମ୍ସାରକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ସେହିଦିନ ରାତିରେ ଭିମ୍ସାରରେ ଭର୍ତ୍ତି ହେବା ପରେ ୨୫ ତାରିଖ ଭୋର ସମୟରେ ସୀତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।
ପ୍ରସବ ପରେ ୱାର୍ଡରେ ଥିବା ସମୟରେ ଜଣେ ଅଜଣା ମହିଳା ଆସି ମଧୁଙ୍କ ସହ ସଂପର୍କ ସ୍ଥାପନ କରିଥିଲେ। ପ୍ରଥମଥର ଭିମସାରକୁ ଆସିଥିବାରୁ ସେମାନେ କୌଣସି ବ୍ୟବସ୍ଥା ବିଷୟରେ ଜାଣି ନଥିଲେ। ଏଭଳି ସମୟରେ ଉକ୍ତ ମହିଳା ଜଣକ ମଧୁଙ୍କୁ ସାହାଯ୍ୟ କରିଥିଲେ। ତାଙ୍କ ଘର ସମ୍ବଲପୁରରେ ବୋଲି କହିଥିଲେ। କେଉଁଠି ଶୌଚାଳୟ ଅଛି ଦେଖାଇବା ସହ ଡାକ୍ତରଖାନା ପରିସରରେ ଥିବା କ୍ୟାଣ୍ଟିନକୁ ନେଇ ଖାଦ୍ୟ ଆଣିବାରେ ସହଯୋଗ କରିଥିଲେ। ଏଭଳି ଭାବରେ ମହିଳା ଜଣକ ସେମାନଙ୍କ ସହ ଆତ୍ମୀୟତା ସ୍ଥାପନ କରିବାରେ ସଫଳ ହୋଇଥିଲେ।

ଗତକାଲି ମଧ୍ୟାହ୍ନରେ ସମସ୍ତେ ଖାଉଥିବା ସମୟରେ ସଂପୃକ୍ତ ମହିଳା ଛୁଆକୁ କୋଳେଇ ଖେଳାଉଥିଲେ। କୋଳରେ ଧରି ଖେଳାଇବା ଓ ବୁଲାଇବା ବାହାନାରେ ସେଠାରୁ ଖସି ଯାଇଥିଲେ। ମହିଳା ଜଣକ ଶିଶୁକୁ କୋଳରେ ଧରି ଆରାମରେ ବାହାରୁଥିବାର ଦୃଶ୍ୟ ସିସିଟିଭିରେ ରହିଛି। ଅଭିଯୋଗ ହେବା ପରେ ପୁଲିସ ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ ତନାଘନା ଆରମ୍ଭ କରିଛି। ହୀରାକୁଦ ଏସ୍ଡିପିଓ ଅମ୍ବିତ ମହାନ୍ତି ଓ ବୁର୍ଲା ଥାନା ଆଇଆଇସି ଅନୀଲ ପ୍ରଧାନ ଘଟଣାସ୍ଥଳକୁ ଆସି ପ୍ରାଥମିକ ତଦନ୍ତ କରିଛନ୍ତି। ଭିମ୍ସାର ଅଧୀକ୍ଷକ ଡା.ଲାଲମୋହନ ନାୟକ ଓ ଡାକ୍ତରଖାନା ପରିଚାଳକ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଭଳି ଘଟଣା ଭିମ୍ସାରରେ ପ୍ରଥମ ହୋଇଥିଲେ ସୁଦ୍ଧା ପିଲା ଚୋରି ପାଇଁ ଏକ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି। ପୂର୍ବରୁ ସୁଯୋଗ ଖୋଜୁଥିବା ବେଳେ ବୁର୍ଲା ବିଷୟରେ ଅଜ୍ଞଥିବା ଏହି ପରିବାରକୁ ଟାର୍ଗେଟ୍ କରିଥିବା ଅନୁମାନ କରାଯାଉଛି। ଏଭଳି ଘଟଣା ପୂର୍ବରୁ ଘଟିନଥିବାବେଳେ ତଦନ୍ତ ଚାଲିଥିବା ଭିମ୍ସାର ନିର୍ଦ୍ଦେଶକ ଡା.ଭାବଗ୍ରାହୀ ରଥ କହିଛନ୍ତି।

Tag:

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL