ରାଜନୀତି ସଂସଦ ସମାଚାର

ସଂସଦରେ ଭଉଣୀର ପ୍ରଥମ ଦିନ; ଖୁସିରେ ଫଟୋ ଉଠାଇଲେ ରାହୁଲ

ନୂଆଦିଲ୍ଳୀ: ୱାୟାନାଡ଼ର ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ। ଭଉଣୀଙ୍କ ସଂସଦରେ ପ୍ରବେଶ ନେଇ ବେଶ୍‌ ଖୁସି ଅଛନ୍ତି ରାହୁଲ୍‌।

ପ୍ରଥମ ଥର ନିର୍ବାଚନ ଲଢିଲେ ଆଉ ଜିତିଲେ ମଧ୍ୟ । ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଲୋକସଭା ଉପନିର୍ବାଚନରେ ଏକ ବଡ ସଫଳତା ପାଇଛନ୍ତି । ସେ ୪ ଲକ୍ଷରୁ ଅଧିକ ଭୋଟରେ ଜିତିଛନ୍ତି । ଭୋଟ୍ କ୍ଷେତ୍ରରେ ନିଜ ଭାଇ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ପ୍ରିୟଙ୍କା । ପ୍ରଥମ ଥରରେ ସେ ଏକ ଐତିହାସିକ ବିଜୟ ଲାଭ କରିଛନ୍ତି ।

ତେବେ ଶପଥ କାର୍ଯ୍ୟକ୍ରମରେ ସଂସଦରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ନିଜ ପକେଟରୁ ମୋବାଇଲ ବାହାର କରି ନବନିର୍ବାଚିତ ଭଉଣୀର ଫଟୋ ଉଠାଇଥିଲେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । ଭଉଣୀର ଖୁସିର ମୂହୁର୍ତ୍ତକୁ ନିଜ ମୋବାଇଲରେ କଏଦ କରିଥିଲେ ଭାଇ। ଭାଇ-ଭଉଣୀଙ୍କର ଏକ ନିଆରା ସମ୍ପର୍କ ବାରି ହୋଇପଡୁଥିଲା ପୁରା ସଂସଦରେ । ଶପଥନେଇ ସାରି ସଂସଦରେ ନିଜ ଭାଇକୁ ମଧ୍ୟ ନମସ୍କାର କରିଛନ୍ତି ପ୍ରିୟଙ୍କା ଓ ହସି ହସି ପ୍ରତି ନମସ୍କାର ଜଣାଇଛନ୍ତି ଭାଇ ରାହୁଲ ।

ଅନ୍ୟପଟେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ପ୍ରିୟଙ୍କା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କଠାରୁ ଆଶିର୍ବାଦ ଗ୍ରହଣ କରିଛନ୍ତି । ସେଠାରେ ମଧ୍ୟ ଏକ ଖୁସିର ମାହୋଲ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

You may also like

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL