ସିନେମା

୯ ବର୍ଷ ପରେ ପରସ୍ପରଠାରୁ କାହିଁକି ଅଲଗା ହେଲେ ଏ. ଆର୍. ରେହମାନ୍ ଓ ସାଇରା ବାନୁ?

କାହିଁକି ୨୯ ବର୍ଷ ପରେ ଏ. ଆର୍. ରେହମାନ୍ ଓ ସାଇରା ବାନୁଙ୍କ ମଧ୍ୟରେ ବିଚ୍ଛେଦ ହେଲା ? କାହିଁକି ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ବ୍ୟବଧାନ ବଢ଼ି ବଢ଼ି ଚାଲିଲା ? କାହିଁକି ସମ୍ପର୍କର ବ୍ୟବଧାନ କମ କରିବାକୁ ରେହମାନ୍ କିମ୍ବା ସାଇରା ବାନୁ ମଧ୍ୟରେ ବୁଝାମଣା ରହିଲା ନାହିଁ ? ସ୍ବାମୀ-ସ୍ତ୍ରୀ ସମ୍ପର୍କର ସବୁ ଗୁମର ଖୋଲି ସାରିବା ପରେ କାହିଁକି ପ୍ରାଇଭେସିକୁ ସମ୍ମାନ ଦେବାକୁ ଲୋକଙ୍କୁ ଅନୁରୋଧ କଲେ ରେହମାନ୍ ଓ ସାଇରା ? ରେହମାନ୍ ଓ ସାଇରାଙ୍କ ବିଚ୍ଛେଦ ଘୋଷଣାର କେଇ ଘଣ୍ଟା ପରେ ରେହମାନଙ୍କ ଟ୍ରୁପର ଗୀତାର ବାଦକ ମୋହିନୀ ଦେ ମଧ୍ୟ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେବେ ବୋଲି ଘୋଷଣା କରିଛନ୍ତି । କଣ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ସେ ପଶିଯାଇ ଅଡୁଆ ସୃଷ୍ଟି କରିଛନ୍ତି କି !!!

ସ୍ବରକୁ ନେଇ ସେ ତାଙ୍କ ପ୍ରେମରେ ପଡ଼ିଥିଲେ… ୧୯୯୫ରେ ଦୁହିଁଙ୍କର ବିବାହ ହୋଇଥିଲା । ୨୯ ବର୍ଷରୁ ଅଧିକ ସମୟ ସ୍ବାମୀ-ସ୍ତ୍ରୀ ସମ୍ପର୍କ ମଧ୍ୟରେ ଆବଦ୍ଧ ହୋଇ ରହିଲେ । ୨ଟି ଝିଅ ଓ ଗୋଟେ ପୁଅ ଅଛନ୍ତି । ପିଲାମାନେ ମଧ୍ୟ ବଡ଼ ହୋଇଗଲେଣି । ହେଲେ ୨୯ ବର୍ଷ ପରେ… ଯେଉଁ ସ୍ବର ଦିନେ ସେମାନଙ୍କ ଜୀବନକୁ… ସେମାନଙ୍କ ମଧ୍ୟରେ ସମ୍ପର୍କକୁ ମଜଭୁତ କରିଥିଲା, ଆଜି ସେ ଜୀବନ, ସେ ସମ୍ପର୍କ ବେସୁରା ହୋଇଯାଇଛି । ଗ୍ରାଣ୍ଡ ଥାର୍ଟି ବିବାହ ବାର୍ଷିକୀ ପାଳନ ପୂର୍ବରୁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି ଓସ୍କାର୍ ବିଜେତା ଗାୟକ ତଥା ସଙ୍ଗୀତଜ୍ଞ ଏ. ଆର୍. ରେହମାନ୍ । ଯେଉଁ ସାଇରା ବାନୁଙ୍କୁ ଦିନେ ସେ ନିଜ ସୁଲଳିତ ସ୍ବରରେ ନିଜର କରି ଦେଇଥିଲେ, ଏବେ ତାଙ୍କୁ ପର କରି ଦେଇଛନ୍ତି । ସାଇରା ଏବେ, ରେହମାନଙ୍କ ପୂର୍ବତନ ସ୍ତ୍ରୀ ।

ଗତ ମଙ୍ଗଳବାର, ନିଜ ଓକିଲ ବନ୍ଦନା ଶାହଙ୍କ ମାଧ୍ୟମରେ ମିଳିତ ପ୍ରେସ ବିବୃତ୍ତି ଜାରି କରି, ସହମତି ଆଧାରରେ ପରସ୍ପରଠାରୁ ଅଲଗା ହୋଇଥିବା ସ୍ପଷ୍ଟ କରିଛନ୍ତି ଉଭୟ ଏ. ଆର୍. ରେହମାନ୍ ଏବଂ ସାଇରା ବାନୁ । ଆଉ କିଛିଦିନ ପରେ ଗ୍ରାଣ୍ଡ ଥାର୍ଟି ବିବାହ ବାର୍ଷିକୀ ପାଳିଥାନ୍ତେ । ବିଚ୍ଛେଦ ହେବାର ନିଷ୍ପତ୍ତି ବହୁତ କଷ୍ଟରେ ନେଇଥିବା ଉଭୟେ କହିଛନ୍ତି । ତେବେ ଏତେ କଷ୍ଟ କରୁଥିଲେ କାହିଁକି ? କଣ ଦରକାର ଥିଲା ୩ଟି ପିଲା, ପୁଣି ବଡ଼଼ ହୋଇ ସାରିଥିବା ବେଳେ ଏଭଳି ନିଷ୍ପତ୍ତି ନେବାର ? ଉଭୟ ରେହମାନ୍ ଏବଂ ସାଇରାଙ୍କ କହିବା କଥା, ସେମାନଙ୍କ ମଧ୍ୟରେ ଭଲ ପାଇବା କିଛି କମ ନଥିଲା । କିନ୍ତୁ ଟେନସନ୍ ଏବଂ ୟାଡୁ-ସ୍ୟାଡୁ ସମସ୍ୟା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବ୍ୟବଧାନ ବଢ଼ାଇ ଦେଲା । ବ୍ୟବଧାନ କମାଇବାକୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରୁ କେହି ବି ବ୍ରିଜ୍ ହେବାକୁ ଚେଷ୍ଟା କଲେନାହିଁ । ତେଣୁ ଅତି କଷ୍ଟରେ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଥିବା କହିଛନ୍ତି ସେମାନେ । ଗ୍ରାଣ୍ଡ ଥାର୍ଟି ବିବାହ ବାର୍ଷିକୀ ପାଳିବାକୁ ସେମାନଙ୍କର ବହୁତ ଇଚ୍ଛା ଥିଲା । କିନ୍ତୁ ଭଙ୍ଗା ହୃଦୟରେ ତାକୁ ପାଳନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ରେହମାନ୍ ଓ ସାଇରା ।

ସ୍ବରରୁ ସୃଷ୍ଟି ସମ୍ପର୍କ, ବେସୁରା ହୋଇଯିବାର କାରଣ କଣ କେବଳ ଟେନସନ୍ ଏବଂ ୟାଡୁ-ସ୍ୟାଡୁ ସମସ୍ୟା ! କେଉଁ ପରିବାରରେ ଟେନସନ୍ ନାହିଁ… କେଉଁ ପରିବାରରେ ସମସ୍ୟା ନାହିଁ… କେଉଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର-ମନାନ୍ତର ନାହିଁ !!! …ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର-ମନାନ୍ତର ଏହା କଣ ଚିର ସ୍ଥାୟୀ ! ନା, କେବେ ବି ନୁହେଁ, ମତାନ୍ତର-ମନାନ୍ତର, ଟେନସନ୍ ଏବଂ ୟାଡୁ-ସ୍ୟାଡୁ ସମସ୍ୟା କେବେ ବି ସ୍ବାମୀ-ସ୍ତ୍ରୀର ସମ୍ପର୍କରେ ଚିରସ୍ଥାୟୀ ନୁହେଁ, ସବୁବେଳେ କ୍ଷଣସ୍ଥାୟୀ । ତେବେ କାହିଁକି ଏ. ଆର୍. ରେହମାନ୍ ଏବଂ ସାଇରା ବାନୁ ଏଭଳି ନିଷ୍ପତ୍ତି ନେଲେ ! ତାହା ପୁଣି ଏ ବୟସରେ… ପୁଣି ବିବାହର ୨୯ ବର୍ଷ ପରେ… କଣ ଏହା ପଛରେ ଅନ୍ୟ କିଛି କାରଣ ରହିଛି କି !

ରେହମାନ୍ ଓ ସାଇରାଙ୍କ ଓକିଲ ବନ୍ଦନା ଶାହଙ୍କୁ ସାମ୍ବାଦିକ ଏ ପ୍ରଶ୍ନ ବି ପଚାରିଥିଲେ । ଯାହାର ଉତ୍ତର ଥିଲା, ଝିଅ ଖୋଜିବାକୁ କାଳେ ଏ. ଆର୍. ରେହମାନଙ୍କ ପାଖରେ ସମୟ ନାହିଁ । ପୁନର୍ବିବାହ ପ୍ରସଙ୍ଗରେ ମଧ୍ୟ ନିଜ ଓକିଲଙ୍କ ମାଧ୍ୟମରେ ଉତ୍ତର ରଖିଛନ୍ତି ରେହମାନ । ଯଦି ତାଙ୍କୁ ଜଣେ ସରଳ ଏବଂ ସାଧାରଣ ମହିଳା, ଯିଏକି ପ୍ରୋବଲେମ୍ ସୃଷ୍ଟି କରୁ ନଥିବେ, ହେଲେ ଚଳିବ । ଏମିତି ସ୍ତ୍ରୀ ମିଳିଲେ, କାଳେ ରେହମାନଙ୍କ ମ୍ୟୁଜିକ୍ ଜୀବନ ଓ ବ୍ୟକ୍ତିଗତ ଜୀବନ ସମାନ୍ତରାଳ ଭାବେ ଚାଲିପାରିବ । ବୋଧହୁଏ, ଆଉ ଅଧିକ ବୁଝାଇବା ଦରକାର ନାହିଁ… କାରଣ ସମଝଦାରୋଁ କେଲିଏ ରେହମାନ୍ ନେ ଢେର୍ ସାରେ ଇସାରା ଛୋଡ଼ ଦିୟେ ହୈ…

ଇସାରା… ହଁ, ରେହମାନ୍ ଓ ସାଇରା ସେମାନଙ୍କ ବିଚ୍ଛେଦ ଖବର ସର୍ବସାଧାରଣରେ ଖୁଲ୍ଲାସା କରିବାର କେଇ ଘଣ୍ଟା ଯାଇନି, ରେହମାନଙ୍କ ମ୍ୟୁଜିକ୍ ଟ୍ରୁପରୁ ଆସିଛି ବଡ଼ ଖବର । ରେହମାନଙ୍କ ଟ୍ରୁପର ଗୀତାର ବାଦକ ମୋହିନୀ ଦେ, ତାଙ୍କ ସ୍ବାମୀ ମାର୍କ ହାର୍ଟସଚ୍‌ଙ୍କଠାରୁ ଅଲଗା ହେଉଥିବା ଘୋଷଣା କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦିନେ ନିଜ ସ୍ବରରେ ସାଇରାଙ୍କୁ ନିଜର କରି ଦେଇଥିବା ଏ. ଆର୍. ରେହମାନ୍, କଣ ମୋହିନୀଙ୍କ ଗୀତାର୍ ଧୁନ୍‌ରେ ଝୁମି ଯାଇଛନ୍ତି କି ! ସତରେ କଣ ରେହମାନ୍ ଓ ସାଇରାଙ୍କ ବିଚ୍ଛେଦ ପଛରେ ମୋହିନୀ ଲିଙ୍କ୍ ରହିଛି ! ରେହମାନଙ୍କ ଓକିଲ କିନ୍ତୁ କହିଛନ୍ତି, ନା… ସେମିତି କିଛି ନାହିଁ ।

ସାମ୍ବାଦିକ ସମ୍ମିଳନୀରେ ସମ୍ପର୍କର ସବୁ ଗୁମର ଖୋଲି ଦେବା ପରେ ସେମାନଙ୍କ ପ୍ରାଇଭେସିକୁ ସମ୍ମାନ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଏ. ଆର୍. ରେହମାନ୍ ଓ ସାଇରା ବାନୁ । ପୁଣି ଏବେ ସେମାନଙ୍କ ଓକିଲ କହିଲେଣି ରେହମାନ୍ ଓ ସାଇରାଙ୍କ ବିଚ୍ଛେଦ ପଛରେ ମୋହିନୀ ଲିଙ୍କ ନାହିଁ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL