ଜାତୀୟ ଜ଼ିଲ୍ଲା

ଧାନକିଣା ସମ୍ପର୍କିତ ଅଭିଯୋଗର ତୁରନ୍ତ ଆଶୁ ସମାଧାନ

ଶୁଣାଣି ପାଇଁ ପ୍ରତି ଜିଲ୍ଲାରେ ନିଯୁକ୍ତ ନୋଡାଲ ଅଧିକାରୀ
ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ଚାଷୀମାନଙ୍କ ନିମନ୍ତେ ସରକାର ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି l କୃଷକମାନଙ୍କ ଧାନ ବିକ୍ରୟ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗର ତ୍ବରିତ ସମାଧାନ ପାଇଁ ସମସ୍ତ ଜିଲ୍ଲାରେ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି l କୃଷକମାନେ ଘରେ ବସି ସେମାନଙ୍କ ଟୋକନ ନମ୍ବର, ସର୍ବନିମ୍ନ ସହାୟତା ମୂଲ୍ଯ ପ୍ରାପ୍ଯ ଆଦି ସଂପର୍କରେ ଜାଣିପାରିବେ l ଏଥି ସହ ଇଣ୍ଟରଆକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି, ଯାହାଦ୍ୱାରା ଅଭିଯୋଗ ପଞ୍ଜିକରଣ ସହଜ ହୋଇଛି l
ଏପରିକି ରାଜ୍ଯ ଖାଦ୍ୟଯୋଗାଣ ନିଗମ ପରିସରରେ ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ଖୋଲା ଯାଇଛି l କୌଣସି ଅଭିଯୋଗ ଥିଲେ ଚାଷୀମାନେ ୧୯୬୭କୁ ପ୍ରତ୍ଯକ୍ଷ ଭାବେ ଯୋଗାଯୋଗ କରିପାରୁଛନ୍ତି l ଗତ ମାସକ ମଧ୍ୟରେ ୧୬ ହଜାର ୫୮୪ଟି କଲ ଆସିଥିବା ବେଳେ ସେଥିମଧ୍ୟରୁ ଧାନ ସଂଗ୍ରହ ସଂକ୍ରାନ୍ତୀୟ ୧୪ ହଜାର ୭୨୮ଟି କଲ ରହିଛି । ସେହିଭଳି ୧୩ ହଜାର ୩୬୫ଟି ଆଉଟ ଗୋଇଙ୍ଗ ରହିଛି । ଏଥିମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ରାଶି ପ୍ରଦାନ ଓ ଧାନ ସଂଗ୍ରହ ଯାଞ୍ଚ ସମ୍ପର୍କିତ କଲ ରହିଥିବା ଜଣାପଡିଛି ।
ଏହି ଅଭିଯୋଗକୁ ଭିତ୍ତିକରି ଅଧିକାରୀମାନେ ଏହାକୁ ଯାଞ୍ଚ କରିବା ସହ ସମାଧାନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରୁଛନ୍ତି l ଏତଦବ୍ଯତୀତ ଅଭିଯୋଗ ପୋର୍ଟାଲରୁ ପ୍ରାପ୍ତ ସୁଚନାକୁ ମଧ୍ୟ ଅଧିକାରୀମାନେ ଯାଞ୍ଚ କରି ଆବଶ୍ଯକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL