ଜାତୀୟ ରାଜ୍ୟ ରାଜନୀତି

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ଦେଶର ଶାସନ ପ୍ରଣାଳୀକୁ ସରଳ କରିବା ସହ ସର୍ବବ୍ୟାପୀ କରିଛି ଭାରତୀୟ ସମ୍ବିଧାନ: ମନମୋହନ ସାମଲ

  • ଆମ ସମ୍ବିଧାନ, ଆମ ସ୍ୱାଭିମାନ
  • କଂଗ୍ରେସ ସରକାର ସମୟରେ ରାଜନୈତିକ ସ୍ୱାର୍ଥ ପାଇଁ ସମ୍ବିଧାନକୁ ବଦଳାଇବାକୁ ଅପଚେଷ୍ଠା କରାଯାଇଥିଲା
  • ୨୦୧୫ରେ ପ୍ରଧାମନ୍ତ୍ରୀ ମୋଦିଜୀ ୨୬ ନଭେମ୍ବରକୁ “ସମ୍ବିଧାନ ଦିବସ” ଭାବେ ଘୋଷଣା କରିଥିଲେ

ଭୁବନେଶ୍ୱର, ତା.୨୬/୧୧: ସମ୍ବିଧାନ ଦିବସ ଆଜି ସମଗ୍ର ଦେଶରେ ପାଳନ କରାଯାଉଥିବାବେଳେ ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବୀ ପ୍ରକୋଷ୍ଟ ଓ ଲିଗାଲ ସେଲ୍ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉଦ୍‌ଘାଟନ କରି କହିଥିଲେ ଯେ, ଭାରତୀୟ ସମ୍ବିଧାନ ଆମ ଦେଶର ଶାସନ ପ୍ରଣାଳୀକୁ ସରଳ କରିବା ସହ ସର୍ବବ୍ୟାପୀ ତଥା ସମସ୍ତ ନାଗରିକଙ୍କୁ ଆଇନଗତ ଅଧିକାର ପ୍ରଦାନ କରିଛି । ଆମ ସମ୍ବିଧାନ, ଆମ ସ୍ୱାଭିମାନ । ଏହି ଅବସରରେ ଶ୍ରୀ ସାମଲ ଭାରତ ସମ୍ବିଧାନ ପ୍ରସ୍ତାବନାକୁ ଶପଥ କରାଇଥିଲେ । ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ କଂଗ୍ରେସ ସରକାର ସମୟରେ ସମ୍ବିଧାନର କାର୍ଯ୍ୟକାରିତାରେ ଅନେକ ତ୍ରୁଟି କରିବା ସହ ନିଜ ଦଳର ରାଜନୈତିକ ସ୍ୱାର୍ଥ ପାଇଁ ସମ୍ବିଧାନକୁ ବଦଳାଇବା ଏବଂ ଅପବ୍ୟବହାର କରିଥିଲେ ବୋଲି କହିଛନ୍ତି । ବୁଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ସୁଦର୍ଶନ ନାୟକ ଉପସ୍ଥାପନା କରିବା ପରେ ଅନ୍ୟତମ ବକ୍ତା କେନ୍ଦ୍ର ସରକାରଙ୍କ ଷ୍ଟାଡିଂ କାଉନ୍‌ସିଲ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ବିଧାୟକ ଅଗସ୍ତି ବେହେରା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରବିଶଂକର ପଟ୍ଟନାୟକ ପ୍ରମୁଖ ଅଭିଭାଷଣ ରଖିଥିଲେ ।
ସୂଚନାଯୋଗ୍ୟ, ସମ୍ବିଧାନ ଦିବସକୁ ପୂର୍ବରୁ ଆଇନ ଦିବସ ଭାବେ ପାଳନ କରାଯାଉଥିଲା । ଭାରତରେ ସମ୍ବିଧାନ ଗ୍ରହଣକୁ ସ୍ମରଣ କରିବା ପାଇଁ ପ୍ରତବର୍ଷ ୨୬ ନଭେମ୍ବରରେ ଭାରତରେ ପାଳନ କରାଯାଉଛି । ୨୬ ନଭେମ୍ବର ୧୯୪୯ରେ ଭାରତର ସମ୍ବିଧାନ ସଭା ନୂତନ ଭାବେ ପ୍ରସ୍ତୁତ ସମ୍ବିଧାନକୁ ଗ୍ରହଣ କଲା । ୨୬ ଜାନ୍ରୁ୍ରଆରୀ ୧୯୫୦ରେ ଏହା ଲାଗୁ ହୋଇଥିଲା । ଏହା ଭାରତୀୟ ଇତିହାସରେ ଏକ ନୂତନ ଯୁଗର ଆରମ୍ଭକୁ ଚିହ୍ନିଟ କରିଥିଲା । ତେବେ ଗେଜଟ୍ ବିଜ୍ଞପ୍ତି ଦ୍ୱାରା ୨୦୧୫ରେ ଭାରତ ସରକାର ୨୬ ନଭେମ୍ବରକୁ “ସମ୍ବିଧାନ ଦିବସ” ଭାବେ ଘୋଷଣା କରିଥିଲେ । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୧ ଅକ୍ଟୋବର ୨୦୧୫ରେ ମୁମ୍ବାଇରେ ଡ. ବାବାସାହେବ ଆମ୍ବେଦକରଙ୍କ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ସ୍ଥିତି ପାଇଁ ମୂଳଦୁଆ ପକାଇବାବେଳେ ଏହି ଘୋଷଣା କରିଥିଲେ । ଏହାପରେ ମୋଦିଜୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ବର୍ଷସାରା ଏହାକୁ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା । ଡ.ଆମ୍ବେଦର ସମ୍ବିଧାନ ଡ୍ରାଫ୍ଟ କମିଟିରେ ସଭାପତିତ୍ୱ କରିଥିବାରୁ ଓ ଏହାକୁ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କ ଚିନ୍ତାଧାରା ଏବଂ ଧାରଣା ବିସ୍ତାର କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ୱାରା ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ମୋଦିଜୀ ସ୍ଥିର କରିଥିଲେ । ଏହି ଦିନଠାରୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗ ପ୍ରଥମ ଥର ଲାଗି ସମ୍ବିଧାନ ଦିବସ ପାଳନ କରିଥିଲେ । ସେହିପରି ଶିକ୍ଷା ଏବଂ ସ୍ୱାକ୍ଷରତା ବିଭାଗ ଅନୁଯାୟୀ, ସମ୍ବିଧାନର ମୁଖବନ୍ଧ ଶିଷ୍ଟ୍ୟ ଉପରେ ସମସ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଠପଢ଼ାଯିବାର ନିଷ୍ପତି ହୋଇଥିଲା । ଏପରିକି ସମ୍ବିଧାନ ତଥା ଆମ୍ବେଦରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୬ ନଭେମ୍ବର ୨୦୧୫ରେ ଭାରତୀୟ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ହୋଇଥିଲା ।
ଏହି ଅବସରରେ ଡ.ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL