କଳା ଓ ସଂସ୍କୃତି ପୁରୀ ଭୁବନେଶ୍ୱର ସାପ୍ତାହିକ

କୋଣାର୍କ ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ

ପୁରୀ/ଭୁବନେଶ୍ୱର ତା01/11/2024ରିଖ            ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ସଂସ୍କୁତି ବିଭାଗ ଓ  ସଙ୍ଗୀତ  ନାଟକ ଏକାଡେମୀର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି  ପାଞ୍ଚ ଦିନିଆ 35 ତମ କୋଣାର୍କ ଉତ୍ସବ ଏବଂ 14 ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ।
1989 ମସିହା ଠାରୁ ଆରମ୍ଭ ହୋଇଛି ଏହି କୋଣାର୍କ ଉତ୍ସବ। ଏହାକୁ ଭାରତର ଅନ୍ୟତମ ବୃହତ୍ ନୃତ୍ୟ ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେ କୌଣସି ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ,ନୃତ୍ୟ ଅନୁଷ୍ଠାନ କୋଣାର୍କ ନାଟ୍ୟ ମଣ୍ଡପରେ ପାଦ ଥାପିବା ପାଇଁ ସ୍ଵପ୍ନ ଦେଖୁଥାନ୍ତି। ସେମାନଙ୍କ ଜୀବନ ସାଧନା ମାର୍ଗରେ ଅନୁରଣିତ ହେଉଥାଏ  କୋଣାର୍କ ନୃତ୍ୟ ଉତ୍ସବ। ଅନ୍ତତଃ ଥରେ ସେ ସୁଯୋଗ ମିଳୁ ଜୀବନ କାଳରେ । ଡିସେମ୍ବରର ସେ ପାହାନ୍ତି ଶୀତୁଆ ପାଗରେ ସଜେଇହୋଇଛି କୋଣାର୍କ। ପାଛୋଟି ନେଇଛି ତା କୋଳକୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ସ୍ଵପ୍ନଭୁକ୍ ଶିଳ୍ପୀ ମାନଙ୍କୁ। ସୂର୍ଯ୍ୟ ମନ୍ଦିରରେ  ରବିଙ୍କ ଏହି ରବିବାରରୁ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ। ଏ ଏକ ନୂଆ କିରଣ-ରବି କିରଣ । ଏ ନୂଆ ସରକାରଙ୍କ ପାଇଁ ନୂଆ ଏକ ଉଦଭାସିତ ଦିଗ। ରୂପ,ରସ ଆଉ ଛନ୍ଦର ପହିଲି ପୁଲକ। ରବିବାରରୁ ରବିଙ୍କ ନୀରବ ଆହ୍ଵାନ। କବି, ସାହିତ୍ୟିକ, ନୃତ୍ୟାଙ୍ଗନା, ଶିଳ୍ପୀ, ନାଟ୍ୟକାର , ପ୍ରଶାସକ, ରାଜନୈତିକ ନେତୃମଣ୍ଡଳୀ – ସବୁ ଶ୍ରେଣୀର, ସବୁ ପର୍ଯ୍ୟାୟର ଜନନାୟକ ମାନଙ୍କର ମଧୁର ମିଳନ। ପ୍ରେମ ଓ ପ୍ରଶାନ୍ତିର ଏକ ଅପୂର୍ବ ସମ୍ମୋହନ।  ଚନ୍ଦ୍ରଭାଗାର ଏ ଏକ ଶାଶ୍ୱତ ଆହ୍ଵାନ। ଦେଶ ବିଦେଶରୁ ଆସିଛନ୍ତି ବାଲୁକାଶିଳ୍ପୀ ଚନ୍ଦ୍ରଭାଗା କୂଳକୁ ଆଉ କୋଳକୁ । ସେଇଠୁ କଳା ନେଇ ସେମାନଙ୍କ ଚାତୁରୀ ଓ ନୈପୁଣ୍ୟରେ ମିଶାଇ ସୃଷ୍ଟି କରିବେ ବାଲୁକା କଳା। ଜୀବନ ସିନା ଛୋଟ, କାମ କିନ୍ତୁ ବଡ । ଉଚ୍ଛ୍ଵାସତ ତା’ଠୁ ଆହୁରି ବୃହତ୍।
ପାଞ୍ଚଦିନ ଧରି ସେମାନଙ୍କ ଏହି ସ୍ଵର ଓ ସ୍ଵାକ୍ଷର କୁ ବହନ କରିବା ଚନ୍ଦ୍ର ଭାଗର କୋଳ ଆଉ କୁଳ l ମନେହୁଏ ଏ ଉତ୍ସବରେ କୋଣାର୍କର ସେ ଦିନର ସେ ଶିଳ୍ପୀ ଗଢି ତୋଳିଥିବା ପଥର ମୂର୍ତ୍ତି ବି ମଧୁର ମୂର୍ଚ୍ଛନାରେ ନାଚୁଛନ୍ତି , ଗାଉଛନ୍ତି ଆଉ ସ୍ଵର ତୋଳୁଛନ୍ତି ବାଦ୍ୟରେ ଆଉ ଗାୟନରେ । ମହୁ ଆଉ ମୋହରେ ଜୀବନ ଦର୍ଶନକୁ ଖୋଜୁଛନ୍ତି ଏକ ଆତ୍ମିକ ଶୋଚନାରେ । ଶେଷକୁ ଏକ ଆଧ୍ୟାତ୍ମିକ ଚେତନାରେ ଉଦଭାସିତ ହେବେଏହି ଶିଳ୍ପୀକୂଳ ଏଇ ହେଉଛି ଉତ୍କଳୀୟ ସାଂସ୍କୃତିକ ପରମ୍ପରାର ଐତିହ୍ୟଓ ଭିତ୍ତିଭୂମି। ଉତ୍କଳ-ଉତ୍କୃଷ୍ଟ କଳାର ଦେଶ। କୋଣାର୍କରେ ପ୍ରତିଟି ପ୍ରାଣ ଶିଳ୍ପ ପ୍ରାଣ, ଶିଳ୍ପ ପ୍ରତି,କଳା ପ୍ରତି ଦରଦୀ ହୃଦୟ ସବୁଠି। ଆସନ୍ତୁ ଆମେ ସମସ୍ତେ ସେହି ଚନ୍ଦ୍ରଭାଗାର ସମ୍ମୋହନରେ ନିଜକୁ ହଜେଇ ଦେବା।
ଏହି ଉତ୍ସବ କୁ ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଉଦ୍ ଘାଟନ କରିଛନ୍ତି ତାଙ୍କ ସହିତ ଉପସ୍ଥିତ ଥିଲେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,ଜଗତସିଂହପୁର ର  ମାନ୍ୟବର ସାଂସଦ ଡ଼. ବିଭୁ ପ୍ରସାଦ ତରାଇ ,ମାନ୍ୟବର ବିଧାୟକ ପିପିଲି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ,ମାନ୍ୟବର ବିଧାୟକ ସତ୍ୟବାଦୀ ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର , ମାନ୍ୟବର ବିଧାୟିକାବ୍ରହ୍ମଗିରିଶ୍ରୀମତୀ ଉପାସନା ମହାପାତ୍ର ,ମାନ୍ୟବର ବିଧାୟକ କାକଟପୁର ତୁଷାରକାନ୍ତି ବେହେରା , ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ବଳୱନ୍ତସିଂହ ,ପର୍ଯ୍ୟଟନ ବିଭାଗର ନିର୍ଦ୍ଧେଶକ ଶ୍ରୀଯୁକ୍ତ ସମର୍ଥ ବର୍ମା ,  ପୁରୀ ର ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ l
ବିଶ୍ଵ ନିୟନ୍ତା କଳା ଠାକୁର ଜଣେ ବଡ କଳାକାର । ସ୍ରଷ୍ଟାଏ ବିଶ୍ଵକୁ ସୃଷ୍ଠି କରିବା ସମୟରେ ସବୁ ଜୀବଜଗତ,ତରୁଲତା,ପାହାଡ଼ ପର୍ବତ,ନଦ ନଦୀ, ବନ ଉପବନ,ଆକାଶ ଆଉ ସୌରମଣ୍ଡଳର ରୂପାୟନ କରିଛନ୍ତି। ସବୁଠି ତାଙ୍କର ଲୀଳା ଓ କଳା ପ୍ରକାଶିତ।
“ଜଳ, ସ୍ଥଳ, ବନ,ଗିରି, ଆକାଶ
ତୁମ୍ଭ ଲୀଳା ସବୁଠାରେ ପ୍ରକାଶ “।
ତାଙ୍କ ସୃଷ୍ଠିରେ ପୃଥିବୀର ତିନି ଭାଗ ଜଳ,ଏକ ଭାଗ ସ୍ଥଳ। ପୁଣି ଅଥଳ ଜଳ ରାଶି ରେ ଦେଇଛନ୍ତି ଅସରନ୍ତି ବାଲୁକା ବେଳା ଭୂଇଁ। ସେ ବାଲୁକା କୂଳକୁ ସମୁଦ୍ର ଲଂଘି ପାରୁନି,ଢେଉ ପରେ ଢେଉ ଉଠି ସେଇଠୁ ଫେରି ଯାଉଛି । ଅହରହ ଚାଲିଛି ତାର ଏହି ପ୍ରକ୍ରିୟା। ସମୁଦ୍ର ସେହି ବେଳା ଭୁଇଁ କି ଛୁଇଁ ଦେଇ ଚାଲିଯାଉଛି। ବେଳା ଭୂଇଁ ସହିତ ଅଥଳ ଜଳରାଶିର ଏ ସମ୍ପର୍କ ଅହର୍ନିଶ ଚାଲିଥାଏ। ସେହି ବାଲୁକାକୁ ନେଇ ଶିଳ୍ପୀ  କଳ୍ପନା କରିଛି ବାଲୁକା କଳା। ଓଡ଼ିଶାର ଏହି କଳାର କାରିଗରୀ ଓ ଶିଳ୍ପ ଚାତୁର୍ଯ୍ୟ ବିଶ୍ଵ ବନ୍ଦିତ । ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଉଛି ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ବିଗତ 14 ବର୍ଷ ଧରି । ଚନ୍ଦ୍ରଭାଗା କୂଳରେ ଓ କୋଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ। ଏ ବର୍ଷ ଆମ ଭାରତ ବର୍ଷରୁ ପ୍ରାୟ 121 ଜଣ ଶିଳ୍ପି ଯୋଗ ଦେଇଛନ୍ତି, ସେଥିରୁ 36 ଜଣ ମହିଳା ଓ 85 ଜଣ ପୁରୁଷ। ସ୍ପେନ୍, ଜର୍ମାନ୍, ରୁଷିଆ, ପର୍ତ୍ତୁଗାଲ, ଶ୍ରୀଲଙ୍କା, ମେକ୍ସିକୋ, ଜାପାନ ଓ UK ରୁ ପ୍ରାୟ 8 ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ପହଞ୍ଚିଛନ୍ତି ଚନ୍ଦ୍ରଭାଗା ବେଳାଭୂମି ରେ ତାଙ୍କ କଳା ନୈପୁଣ୍ୟ କୁ ରୂପ ଦେବା ପାଇଁ। ସେଥିରୁ ତିନିଜଣ ମହିଳା ପାଞ୍ଚ ଜଣ ପୁରୁଷ। ଏମାନଙ୍କୁ ଦେଖି  ଅଥଳ ଜଳରାଶିବି ସେଇ ମାନଙ୍କୁ ଏବଂ ତାଙ୍କ ବାଲୁକା କଳାକୁ ଟିକେ ଛୁଇଁ ଦେବାକୁ ଅସଂଖ୍ୟ ଢେଉରେ ତରଙ୍ଗାୟିତ ହେଉଛି। ଆକୁଳ ବ୍ୟାକୁଳ ରେ ଆନମନା ହେଉଛି। ଆସନ୍ତୁ ଆମେ ବି ସବୁ ହୃଦୟ ଦରଜାକୁ ଖୋଲିଦେବା ଓ ଆମ କଳା ଓ କୀର୍ତ୍ତି କୁ ସାଇତି ରଖିବା ଆଗାମୀ ପିଢି ପାଇଁ । ଆମ ଅସ୍ମିତାର ସ୍ଵର ଓ ସ୍ୱାକ୍ଷରକୁ ନେଇ ସ୍ଵାଭିମାନୀ ହେବା, ଗର୍ବ କରିବା।
ଆଜି କୋଣାର୍କର ପ୍ରଥମ ଦିନରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ।  ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି  ଏହି ତିନୋଟି ନୃତ୍ୟ ଶୈଳୀକୁ ଏକ ଅପୂର୍ବ ଭାବା ବେଗରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟ ଶୈଳୀର ଲାସ୍ୟ, ଭଙ୍ଗି, ମୁଦ୍ରା ଓ ଲାଳିତ୍ୟର ପରିପ୍ରକାଶ ଘଟିଥିଲା ସମସ୍ତ ଶିଳ୍ପୀ ମାନଙ୍କ ପରିବେଷଣରେ ।ସଙ୍ଗୀତରେ ସ୍ଵର ତୋଳିଥିଲେ ଗୁରୁ ଡ. ବିଜୟ କୁମାର ଜେନା ଓ ଗୁରୁ ବିଜୟ କୁମାର ବାରିକ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ। ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଦିଲ୍ଲୀ ରୁ  ଆସିଥିବା ମାଳତୀ ଶ୍ୟାମ ଓ ସାଥୀ ବୃନ୍ଦଙ୍କ ଦ୍ଵାରା ପରିବେଷଣ ହୋଇଥିଲା ଲକ୍ଷ୍ନୋ ଘରନାର ନୃତ୍ୟ“ନର୍ତନ ମଞ୍ଜରୀ” ନୃତ୍ୟ ଶୈଳୀକୁ ପରିବେଷଣ କରି ଏକ ଆଧ୍ୟାତ୍ମିକ ଚେତନାର ସ୍ପର୍ଶ ଦେଇଥିଲେ।
ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ର କର୍ମକର୍ତ୍ତାବୃନ୍ଦ ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି l
Tag:

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL