ଗଞ୍ଜାମ

ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ନେଇ ପ୍ରସ୍ତୁତି ବୈଠକ l

ଗଞ୍ଜାମ :ଡ଼ିସେମ୍ବର 3
(ଶବର କୁମାର ତରାଇ)

ଗଞ୍ଜାମ ଜିଲ୍ଲା ର ଋଷିକୁଲ୍ୟା ମୁହାଁଣ ରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେ ସୁରକ୍ଷା ନେଇ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ବନ ବିଭାଗ ର ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖୋର ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ବ୍ରହପୁର ରୁଦ୍ର ପ୍ରସାଦ ରଥ,ସୁଶ୍ମିତା ବିଶ୍ୱାଳ,ମଣି କେଶରୀ ହାଁସଦା,ମନୋଜ ପାତ୍ର, ଦିବ୍ୟ ଶଙ୍କର ବେହେରା, ଦିବ୍ୟରଞ୍ଜନ ବେହେରା ପ୍ରମୁଖ ବନ ଅଧିକାରୀ ମାନେ ଯୋଗଦେଇଥିଲେ l ଚଳିତ ବର୍ଷ ଅଲିଭ ରିଡଲେ ଙ୍କ ସୁରକ୍ଷା କିଭଳି ହୋଇପାରିବ ସେ ସମ୍ପର୍କିତ ତଥ୍ୟ ଅଧିକାରୀ ମାନେ ଉପସ୍ଥାପନ କରିଥିଲେ l ଗଞ୍ଜାମ, ଛତ୍ରପୁର, ଚିକିଟି ପ୍ରମୁଖ ତହସିଲଦାର,ଗଞ୍ଜାମ ଥାନା ଅଧିକାରୀ, , ଗ୍ରାସୀମ କମ୍ପାନୀ ଅଧିକାରୀ, ମେରାଇନ ବିଭାଗ ଓ ଋଷିକୁଲ୍ୟା କଇଁଚ ସୁରକ୍ଷା ସମିତି ସମ୍ପାଦକ ରବିନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL