ଗଂଜାମଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୪ ମହାସମାରୋହରେ ପାଳିତ ହୋଇ ଯାଇଛି ।
ଛତ୍ରପୁର: ଡ଼ିସେମ୍ବର 4(ବ୍ୟୁରୋ)
ବିଶ୍ୱ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଏକ ଦିବ୍ୟାଙ୍ଗ ଜନଙ୍କ ଏକ ଶୋଭାଯାତ୍ରା ସକାଳ ୯ ଘଣ୍ଟା ସମୟରେ ଛତ୍ରପୁର ଉପର ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସହର ପରିକ୍ରମା କରି ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ଛତ୍ରପୁର NAC କଲ୍ୟାଣ ମଣ୍ଡପ ଠାରେ ପହଂଚିଥିଲେ । ଉକ୍ତ ରାଲିକୁ ଛତ୍ରପୁର NAC ଅଧ୍ୟକ୍ଷ୍ୟା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ ।
NAC କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୪ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୬୦୦ରୁ ଉର୍ଦ୍ଧ ଭିନ୍ନକ୍ଷମ ଲୋକମାନେ ଯୋଗଦାନ କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓଙ୍କ ସଂଯୋଜନା ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରତୀୟ ତଟରକ୍ଷା ବାହିନୀ ଗୋପାଳପୁର ୟୁନିଟର ସେନାନାୟକ ଶ୍ରୀ ବିକ୍ରମ ପଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାସଂଘର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଶ୍ୱ ଭିନ୍ନକ୍ଷମ ଦିବସ ୨୦୨୪ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରି ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ ନୁହନ୍ତି, ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବୋଧଶକ୍ତି ମନସ୍ଥତ୍ତ୍ୱଜ୍ଞ ଓ ବୋଧଶକ୍ତି ବୈଜ୍ଞାନିକ ପ୍ରଫେସର ଡଃ. ବସନ୍ତ କୁମାର ଦାସ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଶିକ୍ଷା, ପ୍ରଶିକ୍ଷଣ ଓ ନିଯୁକ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସଂମ୍ମାନନୀୟ ଅତିଥି ଭାବେ ଓଡିଶା ରାଜ୍ୟ ଆଇନଜୀବି ପରିଷଦର ମାନ୍ୟବର ସଦସ୍ୟ ଶ୍ରୀଯୁକ୍ତ ପୀତବାସ ପଣ୍ଡା ଯୋଗ ଦେଇ ଭିନ୍ନକ୍ଷମ ଲୋକମାନଙ୍କ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଏବଂ ସେମାନଙ୍କ ନିଯୁକ୍ତିରେ ଅଦାଲତର ଭୂମିକା ଓ ଆଇନଜୀବି ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସଂମ୍ମାନନୀୟ ଅତିଥି ଭାବେ ମହାନସଙ୍ଘର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାବତ ଯୋଗ ଦେଇ ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ବିଭିର୍ଣ୍ଣ ସେବାମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ୨୦୨୪ ମସିହାର ଅନ୍ତର୍ଯ୍ୟାତୀୟ ଭିନ୍ନକ୍ଷମ ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସଂମ୍ମାନନୀୟ ଅତିଥି ଭାବେ ସମାଜସେବୀ ଶ୍ରୀ ବନମାଳୀ ସେଠି ଯୋଗ ଦେଇ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ଭିନ୍ନକ୍ଷମତା ଉପରେ ଆଲୋକପାତ କରିଥିଲେ। ଏହା ବ୍ୟତୀତ ବିଶିଷ୍ଟ ସମାଜସେବୀ ଶ୍ରୀ ବଳଭଦ୍ର ରାଉତରାୟ ଅନ୍ୟତମ ସାନମାନନୀୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଏହି ମନ୍ଦିରରେ ଚାଲନ୍ତି ପ୍ରତିମାଗୁଡିକୁ ନମନ କରିବା ସହ ସମାଜର ପ୍ରତ୍ୟକ ବ୍ୟକ୍ତି ଏହି ପ୍ରଗତିର ରଥକୁ ଆଗକୁ ନେବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ଯଦି କେବେ ସୁଯୋଗ ମିଳେ ତେବେ ସେ ନିଜେ ଏଥିରେ ସାମିଲ ହେବେବୋଲି ପ୍ରତିଶୃତି ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିବା ରୋଟାରୀ କ୍ଳବର assistant Governor ଶ୍ରୀମତୀ ବନ୍ଦିତା ସାହୁ ତ୍ରିପାଠୀ ଯୋଗ ଦେଇ ଭିନ୍ନକ୍ଷମ ଲୋକମାନଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ପ୍ରାରମ୍ଭରେ ସମର୍ଥ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିଵେକ୍ଷଣ କରିଥିବା ବେଳେ ଭିନ୍ନକ୍ଷମ କଳାକାର ଶ୍ରୀ ସୁଦର୍ଶନ ପାଢ଼ୀ ଓ ଭୁବନେଶ୍ୱର ସ୍ଥିତ ଭିନ୍ନକ୍ଷମ କଳାକାର ଶ୍ରୀ ହରିହର ଦେଓ ଓ ତାଙ୍କ ସହଯୋଗୀ କଳାକାର ମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୁଗ୍ଧ କରିଥିଲେ। ବିଶିଷ୍ଟ ଭିନ୍ନକ୍ଷମ ସମାଜସେବୀ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଶିଷ୍ଟ ସମାଜ ସେବୀ ଶୁଶ୍ରୀ ଫାବେନା ପାଲକା ଓ ବିଶିଷ୍ଟ କ୍ରୀଡାବିତ ଶ୍ରୀ ନରହରି ବେହେରାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିନନ୍ଦନୀକା ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସଂମ୍ମାନୀତ କରାଯାଇଥିଲା । ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଗୋଟିଏ ଗୋଟିଏ ପ୍ଲାସ୍ଟିକ ବାଲ୍ଟି, କମ୍ବଳ, ପ୍ଲାଷ୍ଟିକ ମଗ, ବ୍ରଶ, ଜିଭକୋରା, ପେଷ୍ଟ ଓ ସାବୁନ ଇତ୍ୟାଦି ମହାସଂଘ ତରଫରୁ ପ୍ରଦାନ କରାଯାଇଥିଲା । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓ ଧନ୍ୟବାଦ ଅର୍ପଣ କରିବା ପରେ ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ଲୋକମାନଙ୍କୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।