କାରରେ ଆସୁଥିବା କ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ : ଅଳ୍ପକେ ବର୍ତ୍ତିଲେ ୪ ବ୍ୟବସାୟୀ, ଦୁଇ ଖୋଖା ଜବତ ସହ ତଦନ୍ତ କରୁଛି ପୋଲିସ |
ଗଞ୍ଜାମ, ଡ଼ିସେମ୍ବର 5
(ଶବର କୁମାର ତରାଇ)
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମା ଓ ଋଷିକୁଲ୍ୟା ଜଳ ସେଚନ ଉପ ବିଭାଗ ଅଫିସ ମଧ୍ୟ୍ୟରେ ଜାତୀୟ ରାଜପଥରେ 16 ଗତକାଲି ବିଳମ୍ବିତ ରାତ୍ରରେ ବାଇକ ଆସି କାଜୁ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି l ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକ ରେ ଆସି କାର ରେ ବସି ଥିବା ଚାରି ଜଣଙ୍କ ମଧ୍ୟରୁ ଗୌରବ ସେଠୀ ନାମକ ଜଣେ କାଜୁ ବ୍ୟବସାୟୀଙ୍କ ଉପରକୁ ଗୁଳିକାଣ୍ଡ ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବ୍ୟବସାୟୀ ମାନେ l ପୋଲିସ ଗୁରୁବାର ଦିନ ଘଟଣା ସ୍ଥଳରେ ପହଂଚି ଦୁଇଟି ଖୋଖା ସହ ବ୍ୟଵସାୟୀ ମାନେ ବ୍ୟବହାର କରଥିବା ଏକ କାରକୁ ହୂମ୍ମା ଫାଣ୍ଡି ପୋଲିସ ଜବତ କରି ତଦନ୍ତ ଜାରି ରଖିଛି | ଦୃର୍ବତ ମାନେ ବାଇକରେ ଆସି କାର କୁ ପିଛା କରି ଗୁଳି ଫୁଟାଇଥିଲେ | କାରର ମିରର ରେ ବାଜିଛି ଗୁଳି | ଭୟରେ କାର ନମ୍ବର ଡ଼ବଲୁ ବି 36ଏମ 0361ଛାଡ଼ି ବ୍ୟବସାୟୀ ମାନେ ଦୌଡ଼ି ପଳେଇଯାଇଥିଲେ l ଏନେଇ ହୁମ୍ମା ଫାଣ୍ଡି ରେ ଏକ ମାମଲା କେଶ ନୁମ୍ବର 773/24 ରେ ମାମଲା ରୁଜୁହୋଇଛି l ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ | ଏସଡିପିଓ ଗୌରହରି ସାହୁ, ରମ୍ଭା ଥାନା ଅଧିକାରୀ, ସାଇଣ୍ଟିଫେଟିକ ଟିମ ପହଁଚି ତଦନ୍ତ ଜରି ରଖିଛି |ପ୍ରକାଶ ଥାଉକି ରମ୍ଭା ଥାନା ଅଞ୍ଚଳ ରେ ଗତ କିଛି ଦିନ ମଧ୍ୟ୍ୟରେ 10 ରୁ ଉର୍ଦ୍ଧ ମନ୍ଦିରେ ଚୋରି ହୋଇଛି l ବର୍ତମାନ ଏହି ଘଟଣା ପୋଲିସ ଙ୍କୁ ଏକ ପ୍ରକାର ଖୋଲା ଚାଲେଞ୍ ହୋଇଛି ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି l







