ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
● ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ଏକନାଥ ସିନ୍ଦେ ଏବଂ ଶ୍ରୀ ଅଜିତ ପାୱାରଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
● ମହାରାଷ୍ଟ୍ରରେ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ଏକନାଥ ସିନ୍ଦେ ଏବଂ ଶ୍ରୀ ଅଜିତ ପାୱାରଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି । ମହାରାଷ୍ଟ୍ରର ବିକାଶ ପାଇଁ କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ସେ ଟ୍ୱିଟ୍ କରି ଲେଖିଛନ୍ତି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଦେବେନ୍ଦ୍ର ଫଡନଭିସଙ୍କୁ ଅଭିନନ୍ଦନ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ଏକନାଥ ସିନ୍ଦେ ଏବଂ ଶ୍ରୀ
ଅଜିତ ପାୱାରଙ୍କୁ ଅଭିନନ୍ଦନ । ଏହି ଦଳ ଅଭିଜ୍ଞତା ଏବଂ ସକ୍ରିୟତାର ମିଶ୍ରଣ ଏବଂ ଏହି ଦଳର ସାମୂହିକ ପ୍ରୟାସ ଯୋଗୁଁ ମହାୟୁତି ମହାରାଷ୍ଟ୍ରରେ ଐତିହାସିକ ଜନାଦେଶ ପାଇଛି । ରାଜ୍ୟବାସୀଙ୍କ ଆକାଂକ୍ଷା ପୂରଣ ଓ ସୁଶାସନ ସୁନିଶ୍ଚିତ କରିବା ପାଇଁ ଏହି ଟିମ୍ ଯଥାସମ୍ଭବ ଉଦ୍ୟମ କରିବ। ମହାରାଷ୍ଟ୍ରର ବିକାଶ ପାଇଁ କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି।