ଅର୍ଥନୀତି ଜାତୀୟ ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା

କେନ୍ଦ୍ର କ୍ୟାବିନେଟ୍ ୩୧ ମାର୍ଚ୍ଚ, ୨୦୨୧ରେ  ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବଜେଟ୍ ବିଶିଷ୍ଟ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ)କୁ ଅନୁମୋଦନ କରିଥିଲା । ୨୦୨୧-୨୨ରୁ ୨୦୨୬-୨୭ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ମୋଟ ୧୭୧ ଜଣ ଆବେଦନକାରୀ ପଞ୍ଜୀକୃତ ହୋଇଛନ୍ତି। ପିଏଲଆଇଏସଏଫପିଆଇର ହିତାଧିକାରୀ ଚୟନ ପ୍ରକ୍ରିୟା ଏକ ଏକକାଳୀନ କାର୍ଯ୍ୟ ଭାବେ କରାଯାଇଥିଲା ଓ ତା’ପୂର୍ବରୁ ବ୍ୟାପକ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ସକ୍ରିୟ ଅଂଶୀଦାର ସଂପର୍କ ଓ ବ୍ୟାପକ ପ୍ରଚାର ଅଭିଯାନ କରାଯାଇଥିଲା ।

ଉତ୍ପାଦନ ପ୍ରକ୍ରିୟାରେ ସ୍ୱଦେଶୀ ଉତ୍ପାଦିତ କୃଷି ଜାତ ଦ୍ରବ୍ୟ (ଆଡିଟିଭ୍, ଫ୍ଲେଭର୍ସ ଏବଂ ଖାଇବା ତେଲ ବ୍ୟତୀତ) ବ୍ୟବହାରକୁ ବାଧ୍ୟତାମୂଳକ କରି, ଏହି ଯୋଜନା ସ୍ଥାନୀୟ ସୁତ୍ରରୁ କଞ୍ଚାମାଲ କ୍ରୟକୁ ଯଥେଷ୍ଟ ବୃଦ୍ଧି କରିଛି ଓ ତଦ୍ବାରା ଗ୍ରାମୀଣ ଓ ଅନୁନ୍ନତ ଅଂଚଳଗୁଡ଼ିକୁ ଉପକୃତ କରିବା ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିଛି । ଏହାବ୍ୟତୀତ, ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଉଦ୍ଦିଷ୍ଟ କଞ୍ଚାମାଲର ସ୍ଥାନୀୟ ଉତ୍ପାଦନ ଉପରେ ଗୁରୁତ୍ୱ ଦେବା ଦ୍ୱାରା ଅତିରିକ୍ତ ଅଣ-କୃଷି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ଯାହାକି ଗ୍ରାମୀଣ ଅଂଚଳର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ।

ଏହି ସ୍କିମ ଘରୋଇ ଉତ୍ପାଦନ ବୃଦ୍ଧିକରି, ମୂଲ୍ୟ ସଂଯୁକ୍ତ କରି ଓ ଘରୋଇ କଞ୍ଚାମାଲର ଉତ୍ପାଦନ ବୃଦ୍ଧି ସମେତ ରୋଜଗାର ବୃଦ୍ଧି କରି ସାମଗ୍ରୀକ ଭାବେ ଦେଶର ଆର୍ଥିକ ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଯୋଗଦାନ ଦେଇଛି । ଏହି ଯୋଜନା ବଡ଼ କଂପାନି, ମିଲେଟ୍-ଭିତ୍ତିକ ଉତ୍ପାଦ, ଅଭିନବ ଏବଂ ଜୈବିକ ଉତ୍ପାଦ ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ସହାୟତା କରିବା ସହିତ ବିଶ୍ୱସ୍ତରରେ ଭାରତୀୟ ବ୍ରାଣ୍ଡଗୁଡ଼ିକୁ ପ୍ରୋତ୍ସାହିତ କରୁଛି। ଏହି ଯୋଜନାର ହିତାଧିକାରୀଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୧୩ଟି ସ୍ଥାନରେ ପ୍ରାୟ ୮୯୧୦ କୋଟି ଟଙ୍କା ନିବେଶ କରାଯାଇଛି। ୨୦୨୪ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ୨.୮୯ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି।

ସରକାର ନିଜର ବିଭିନ୍ନ ସ୍କିମ ଯେପରିକି ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସୱାଇ), ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ) ଏବଂ ପ୍ରଧାନମନ୍ତ୍ରୀ ଲଘୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା (ପିଏମଏଫଏମଇ) ମାଧ୍ୟମରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା (ଏସଏମଇ)ଗୁଡ଼ିକୁ ସକ୍ରିୟଭାବେ ସହାୟତା କରୁଛନ୍ତି । ଏସବୁ ସ୍କିମ ଏସଏମଇଗୁଡ଼ିକୁ ଆର୍ଥିକ, ବୈଷୟିକ ଓ ବିପଣନ ସହାୟତା ଯୋଗାଉଛି ଓ କ୍ଷମତା ସଂପ୍ରସାରଣ, ଉଦ୍ଭାବନ ଓ ସଂଗଠିକରଣକୁ ପ୍ରେତ୍ସାହିତ କରୁଛି । ଏସଏମଇଗୁଡ଼ିକ ମଧ୍ୟ ପିଏମକେଏସଓ୍ବାଇ ସ୍କିମର ବିଭିନ୍ନ ଅଂଶ ଅଧିନରେ ବି ଲାଭ ପାଇପାରିବେ । ପିଏମଏଫଏମଇ ଅଂସଗଠିତ ସଂସ୍ଥାଗୁଡ଼ିକର ସଂଗଠିକରଣ, ବ୍ୟାଙ୍କ  ଋଣ ସୁବିଧା, ଆଧୁନିକ ଭିତ୍ତିଭୂମି ଓ ବର୍ଦ୍ଧିତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ଉପରେ ଗୁରୁତ୍ବ ଦିଏ । ପିଏଲଆଇ ସ୍କିମ ଅଧିନରେ, ହିତାଧିକାରୀମାନଙ୍କ ଏକ ବଡ଼ ଅଂଶ ହେଉଛନ୍ତି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା (ଏମଏସଏମଇ), ଯେଉଁମାନଙ୍କ ମଧ୍ୟରୁ ୭୦ଟି ଏଏସଏମଉ ସିଧାସଳଖ ପଂଜୀକୃତ ହୋଇଥିବାବେଳେ ଅନ୍ୟ ୪୦ଟି ବୃହତ କମ୍ପାନିମାନଙ୍କ ଲାଗି ଠିକା ଉତ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ସାମୂହିକ ଭାବରେ, ଏହି ପଦକ୍ଷେପଗୁଡିକ ଉଦ୍ଭାବନକୁ ପ୍ରୋତ୍ସାହିତ କରି, ପ୍ରତିଯୋଗିତାରେ ଉନ୍ନତି ଆଣି, ବଜାର ପ୍ରବେଶକୁ ସମ୍ପ୍ରସାରଣ କରି, ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବ୍ୟାପକ ମୂଲ୍ୟ ଶୃଙ୍ଖଳାକୁ ସମର୍ଥନ କରି ଏସଏମଇଗୁଡ଼ିକୁ ସୁଦୃଢ଼ କରୁଛି ।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇଏସଏଫସିଆଇ) ଅଧୀନରେ, ଭାରତ ସରକାର ବିଦେଶରେ ଭାରତୀୟ ଖାଦ୍ୟ ବ୍ରାଣ୍ଡଗୁଡିକର ପ୍ରସାର ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ଏବଂ ବିଶ୍ୱ ବଜାରରେ ଭାରତୀୟ ବ୍ରାଣ୍ଡର ଉପଭୋକ୍ତା ଖାଦ୍ୟ ଉତ୍ପାଦଗୁଡ଼ିକର ବ୍ରାଣ୍ଡିଂ ଏବଂ ମାର୍କେଟିଂ କାର୍ଯ୍ୟକୁ ସହାୟତା କରନ୍ତି । ହିତାଧିକାରୀଙ୍କୁ ବିଦେଶରେ ବ୍ରାଣ୍ଡିଂ ଏବଂ ମାର୍କେଟିଂ ବାବଦରେ ସେମାନଙ୍କ ଖର୍ଚ୍ଚର ୫୦ ପ୍ରତିଶତ ଫେରସ୍ତ କରାଯାଏ, ଯାହାକି ସେମାନଙ୍କ ବାର୍ଷିକ ଖାଦ୍ୟ ଉତ୍ପାଦ ବିକ୍ରିର ୩ ପ୍ରତିଶତ କିମ୍ବା ବାର୍ଷିକ ୫୦ କୋଟି ଟଙ୍କା, ଯେଉଁଟି କମ, ରେ ସୀମାବଦ୍ଧ । ଏଥି ନିମନ୍ତେ ଯୋଗ୍ୟତା ଅର୍ଜନ କରିବା ପାଇଁ ଆବେଦନକାରୀଙ୍କୁ ୫ ବର୍ଷରେ ସର୍ବନିମ୍ନ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବର୍ତ୍ତମାନ ପିଏଲ୍ଆଇ ଯୋଜନାରେ ୭୩ ଜଣ ହିତାଧିକାରୀ ଅଛନ୍ତି।

ଗତକାଲି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବନୀତ ସିଂ ବିଟ୍ଟୁ ଏହି ସୂଚନା ଦେଇଛନ୍ତି।

ପିଏଲଆଇ ଯୋଜନା ଅଧୀନରେ ପ୍ରଦତ୍ତ ସହାୟତାର ଢାଞ୍ଚା :

କ. ହିତାଧିକାରୀ ଏହି ଯୋଜନାର ବର୍ଗ-୧, ବର୍ଗ-୨ ଏବଂ ମିଲେଟ୍ ଭିତ୍ତିକ ଉତ୍ପାଦ ବର୍ଗ ଅଧୀନରେ ପ୍ରୋତ୍ସାହନ ଦାବି କରିବା ପାଇଁ ସର୍ବନିମ୍ନ ବାର୍ଷିକ ବିକ୍ରି ଅଭିବୃଦ୍ଧି ୧୦% ହାସଲ କରିବା ଆବଶ୍ୟକ । ବର୍ଗ-୧ ଅଧୀନରେ କମ୍ପାନିଗୁଡ଼ିକୁ ସେମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଅଙ୍ଗୀକୃତ  ପୁଞ୍ଜିନିବେଶ କରିବାକୁ ପଡ଼ିବ। ଯଦି କୌଣସି କମ୍ପାନୀ ୨୦୨୩-୨୪ ଶେଷ ସୁଦ୍ଧା ପୁଞ୍ଜିନିବେଶ ନ କରେ, ତେବେ ସେ ଏହି ଯୋଜନା ଅଧୀନରେ ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ହେବ ନାହିଁ।

ଖ. ବର୍ଗ-୩, ଅର୍ଥାତ୍ ବ୍ରାଣ୍ଡିଂ ଏବଂ ମାର୍କେଟିଂ ଅଧୀନରେ, କୌଣସି କମ୍ପାନୀ ବିଦେଶରେ ବ୍ରାଣ୍ଡିଂ ଏବଂ ମାର୍କେଟିଂ ପାଇଁ ହୋଇଥିବା ଖର୍ଚ୍ଚର ୫୦% ହାରରେ ଆର୍ଥିକ ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ଅଟେ, ଯାହା କି ଖାଦ୍ୟ ଉତ୍ପାଦ ବିକ୍ରିର ସର୍ବାଧିକ ୩% କିମ୍ବା ବାର୍ଷିକ ୫୦ କୋଟି ଟଙ୍କା, ଯେଉଁଟି କମ ହୋଇଥିବ । ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ଖର୍ଚ୍ଚ ୫ କୋଟି ଟଙ୍କା ହେବା ଉଚିତ୍ ।

Tag:

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL