ସି.ଏସ୍.ସି. ଇ-ଗଭର୍ଣ୍ଣାନ୍ସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ଏବଂ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର୍ କୋଅପରେଟିଭ୍ ଲିମିଟେଡ୍ (ଇଫକୋ) ମଧ୍ୟରେ ସହଭାଗିତା
- କୃଷି ଉତ୍ପାଦକତାକୁ ପ୍ରୋତ୍ସାହନ ଏବଂ ଗ୍ରାମୀଣ ବିକାଶକୁ ସହାୟତା କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ
- ସାର, ବିହନ ଏବଂ କୃଷି ରାସାୟନିକ ପଦାର୍ଥ ଉପଲବ୍ଧ ହେବା ଦ୍ୱାରା ୧୦,୦୦୦ ଏଫ.ପି.ଓ. ଉପକୃତ ହେବେ
କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଧୀନରେ ୧୦,୦୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ସମେତ ଅନ୍ୟ ଏଫପିଓଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ କୃଷି ଇନପୁଟ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସିଏସସି ଇ-ଗଭର୍ଣ୍ଣାନ୍ସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ଏବଂ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (ଇଫକୋ) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ସିଏସସି ଏସପିଭିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସଞ୍ଜୟ ରାକେଶ ଏବଂ ଇଫକୋର ବିପଣନ ନିର୍ଦ୍ଦେଶକ ଯୋଗେନ୍ଦ୍ର କୁମାର ଉପସ୍ଥିତ ଥିଲେ।
ଅତ୍ୟାବଶ୍ୟକ କୃଷି ଉପକରଣ ମାଧ୍ୟମରେ ଏଫପିଓଗୁଡ଼ିକର ସୁଦୃଢ଼ୀକରଣ
‘‘୧୦,୦୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ର ଗଠନ ଏବଂ ପ୍ରୋତ୍ସାହନ ପାଇଁ ଭାରତ ସରକାରଙ୍କ କେନ୍ଦ୍ରୀୟ କ୍ଷେତ୍ର ଯୋଜନା’’ ୨୦୨୦ରେ ଆରମ୍ଭ ହୋଇଥିଲା ।
କୃଷକମାନଙ୍କୁ ସୁଦୃଢ଼ କରିବା, ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଏବଂ କୃଷି ଜାତ ଦ୍ରବ୍ୟର ଏକତ୍ରୀକରଣ ମାଧ୍ୟମରେ ଆୟ ବୃଦ୍ଧି କରିବା ଏହାର ଲକ୍ଷ୍ୟ । ଏହି ଯୋଜନା ଅଧୀନରେ
ଏଫପିଓଗୁଡ଼ିକୁ ସ୍ଥିରତା ଏବଂ ଆର୍ଥିକ ସକ୍ଷମତା, ନିଯୁକ୍ତି ସୁଯୋଗ ଏବଂ ଗ୍ରାମୀଣ ବିକାଶରେ ଯୋଗଦାନ କରିବା ପାଇଁ ଜନ ସେବା କେନ୍ଦ୍ର (ସିଏସସି) ଭାବରେ ସଶକ୍ତ କରାଯାଉଛି ।ଏହି ସହଯୋଗ ଅଧୀନରେ ଏଫପିଓମାନେ ଇଫକୋ ଦ୍ୱାରା ଯୋଗାଇ ଦିଆଯାଉଥିବା ସାର, ବିହନ ଏବଂ କୃଷି ରାସାୟନିକ ପଦାର୍ଥ ସମେତ ଗୁରୁତ୍ୱପୂର୍ଣ୍ଣ କୃଷି ଇନପୁଟ୍ ପାଇପାରିବେ । ଏହି ସମ୍ବଳଗୁଡ଼ିକ ସମଗ୍ର ଦେଶରେ ଦୀର୍ଘସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରି ଉତ୍ପାଦକତାକୁ ଯଥେଷ୍ଟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।
ଗ୍ରାମୀଣ ସମୃଦ୍ଧି ଏବଂ କୃଷକ କଲ୍ୟାଣର ଅଗ୍ରଗତି
ଏହି ଅବସରରେ ଶ୍ରୀ ସଞ୍ଜୟ ରାକେଶ ଏହି ପଦକ୍ଷେପର ପରିବର୍ତ୍ତନଶୀଳ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ସିଏସସି ଏବଂ ଇଫକୋର ବ୍ୟାପକ ସେବା ପାଇବା ଦ୍ୱାରା ଏଫପିଓ ସହ ଜଡିତ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ବିଶେଷ ଉପକୃତ ହେବେ । ଏହି ସହଯୋଗ କେବଳ ଗ୍ରାମୀଣ ବିକାଶକୁ ବଢ଼ାଇବ ନାହିଁ ବରଂ ଭାରତର କୃଷକ ସମାଜରର ଡିଜିଟାଲ ସଶକ୍ତୀକରଣରେ ମଧ୍ୟ ଯୋଗଦାନ କରିବ । ସିଏସସି ଏସପିଭି ଗ୍ରାମୀଣ ସଶକ୍ତୀକରଣରେ ଏକ ଉତ୍ସର୍ଗୀକୃତ ଅଂଶୀଦାର ଭାବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ), ଟେଲି-ପରାମର୍ଶ, ଫସଲ ବୀମା, ଇ-ପ୍ରାଣୀ ଚିକିତ୍ସା ସେବା, କିଷାନ କ୍ରେଡିଟ୍ କାର୍ଡ ସୁବିଧା ଏବଂ ପିଏମ କିଷାନ ଯୋଜନା ସହାୟତା ଭଳି ସେବା ପ୍ରଦାନ କରୁଛି । ଗ୍ରାମୀଣ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ କୃଷକଙ୍କ କଲ୍ୟାଣକୁ ଆଗକୁ ବଢ଼ାଇବା ଦିଗରେ ଏହି ବୁଝାମଣାପତ୍ର ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ସିଏସସି ଏସପିଭି ଏବଂ ଇଫକୋର ମିଳିତ ଉଦ୍ୟମରେ ଏହି ଭାଗିଦାରୀ କୃଷି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସାମଗ୍ରିକ ଗ୍ରାମୀଣ ବିକାଶରେ ଯୋଗଦାନ କରିବ ବୋଲି ଆଶା କରାଯାଉଛି ।