ବନବିଭାଗ ର ବନୀକରଣ ଅସଲ ଚିତ୍ର: ବୃକ୍ଷ ଚାରାରୋପଣ କରି ବନବିଭାଗ ବିନ୍ଦାସ୍: କେତେ ଚାରା ବଞ୍ଚିଲା କେତେ ମଲା ହିସାବ ନାହିଁ..
ରେଙ୍ଗାଲି, ଡ଼ିସେମ୍ବର 14
(ଡ଼ଃ ନିବେଦିତା ନାଥ )
ସରକାର ପରିବେଶ ସୁରକ୍ଷା ପାଇଁ ସ୍ବତନ୍ତ୍ର ଗୁରୁତ୍ବ ଦେଇ ନୂତନ ଜଙ୍ଗଲ ସୃଷ୍ଟି କରି ସବୁଜ ବଳୟ ପାଇଁ ବନୀକରଣ ଯୋଜନା କାର୍ଯ୍ଯକାରୀ କରାଯାଉଛି।ଏଥିପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି। ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା, ବୃକ୍ଷ ହିଁ ଜୀବନ ଏଭଲି ଅନେକ ସ୍ଲୋଗାନ ଦେଇ ପ୍ରତି ବର୍ଷ ବନମହୋତ୍ସବ ଧୁମ୍ ଧାମ୍ ରେ ଆୟୋଜିତ ହେଉଛି। ପ୍ରତିବର୍ଷ ଅସଂଖ୍ଯ ବୃକ୍ଷ ଚାରାରୋପଣ କରାଯାଉଛି। ବୃକ୍ଷ ରୋପଣ ରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କୁ ଅନୁଷ୍ଠାନ କୁ ପ୍ରକୃତି ବନ୍ଧୁ ସମ୍ମାନ ଦେଇ ପୁରସ୍କୃତ କରାଯାଉଛି। ତେବେ ବୃକ୍ଷ ଚାରା ରୋପଣ ପରେ ସେଥିରୁ କେତେ ଚାରା ବଞ୍ଚିଲା କେତେ ଚାରା ମରିଗଲା ଏହାର ହିସାବ ବନ ବିଭାଗ ପାଖରେ ନାହିଁ। ଏହା ଜନ ସୂଚନା ଅଧିକାର ଆଇନ ମାଧ୍ୟମ ରେ ବନବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ରୁ ଜଣା ପଡିଛି। ଅର୍ଥାତ୍ ଚାରାରୋପଣ କରିଦିଅ ଚାରା ବଞ୍ଚିଲା କି ମରିଗଲା ଆମର ଯାଏ କେତେ ଆସେ କେତେ ସରକାର କା ମାଲ୍ ଦରିଆ ମେ ଡାଲ୍ ଭଲି ନୀତି ରେ ଚାଲିଛି ବନବିଭାଗ ର ବନୀକରଣ ଯୋଜନା। ଚାରା ରୋପଣ କରି ଚାରା ର ଯତ୍ନ ନିଆଯାଉ ନଥିବାରୁ ସିଂହଭାଗ ଚାରା ଅକାଳ ରେ ନଷ୍ଟ ହେଉଥିବା ସଚେତନ ମହଲ ରେ ଅଭିଯୋଗ ହେଉଛି।
ସୂଚନା ଅଧିକାର ଆଇନ ମାଧ୍ୟମ ରେ ପ୍ରାପ୍ତ ସୂଚନା ଅନୁଯାୟୀ ସମ୍ବଲପୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ରେଙ୍ଗାଲି ବନାଞ୍ଚଳ ର ବିଭିନ୍ନ ସଂରକ୍ଷିତ ଓ ଅଣ ସଂରକ୍ଷିତ ଜଙ୍ଗଲ ଓ ଗ୍ରାମ ଜଙ୍ଗଲ ରେ ୨୦୨୩/୨୪ ବର୍ଷ ରେ ବନୀକରଣ ପାଇଁ ୧କୋଟି ୫୮ଲକ୍ଷ ୩୯ହଜାର ୫୧୨ ଟଙ୍କା ସରକାରୀ ଅନୁଦାନ ମିଳିଥିଲା। ମିଳିଥିବା ସମସ୍ତ ଅନୁଦାନ ରାଶି ବିନିଯୋଗ କରାଯାଇ ୨୦୨୩/୨୪ ଆର୍ଥିକ ବର୍ଷ ରେ ୧ଲକ୍ଷ ୩୩ ହଜାର ୫ଶହ ଚାରାରୋପଣ କରାଯାଇଥିବା ବନବିଭାଗ ସୂଚନା ଦେଇଛି। ତେବେ ବନୀକରଣ ଯୋଜନା ରେ ଲଗାଯାଇଥିବା ଚାରା ମଧ୍ଯ ରୁ କେତେ ବଞ୍ଚିଛି ଓ କେତେ ମରିଯାଇଛି ବୋଲି ଆବେଦନକାରୀ ମାଗିଥିବା ତଥ୍ଯ ର କୌଣସି ଉତ୍ତର ବନବିଭାଗ ଦେଇ ନାହିିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ ବନବିଭାଗ ପାଖରେ କେତେ ଚାରା ବଞ୍ଚିଛି କେତେ ମରି ଗଲା ଏହାର କୌଣସି ହିସାବ ନାହିଁ । ଏହି ପରିପ୍ରେକ୍ଷୀ ରେ ଚାରାରୋପଣ ପରେ ଚାରା ର ଯତ୍ନ ରକ୍ଷଣାବେକ୍ଷଣ ଦାୟିତ୍ବ କାହାର ବୋଲି ପ୍ରଶ୍ନ ହେଉଛି। ଏଭଲି ରୀତି ରେ ସରକାର ଙ୍କ ବନୀକରଣ ଯୋଜନା ପରିବେଶ ସୁରକ୍ଷା ବୃକ୍ଷ ହିଁ ଜୀବନ ର ସଫଳ ରୂପାୟନ କେମିତି ଚାଲିଛି ଏଥିରୁ ଅନୁମାନ କରାଯାଇ ପାରେ।
ଏସଂକ୍ରାନ୍ତ ରେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ସୁଜାତା ପଟେଲ ଙ୍କୁ ପଚରା ଯିବାରୁ ସ୍ପଷ୍ଟ ତଥା ସନ୍ତୋଷଜନକ ଉତ୍ତର ନଦେଇ ଦେଖିକି କହିବି ବୋଲି କହିଛନ୍ତି।