ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ବିପଦ ସଙ୍କୁଳ ଦଦରା କୋଠା ରେ ଚାଲିଛି ଜାମବାହାଲ ସ୍କୁଲ…

ବିପଦ ସଙ୍କୁଳ ଦଦରା କୋଠା ରେ ଚାଲିଛି ଜାମବାହାଲ ସ୍କୁଲ:

-ଛାତ ରୁ ଖସୁଛି ସିମେଣ୍ଟ ଅତଡା:
କୋଠରୀ ଭିତରୁ ଦିଶୁଛନ୍ତି ସୂର୍ଯ୍ୟ ଚନ୍ଦ୍ର ତାରା:
-୫ଶ୍ରେଣୀ ରେ ଜଣେ ଶିକ୍ଷକ

ରେଙ୍ଗାଲି, ଡ଼ିସେମ୍ବର 14
(ଡ଼ଃ ନିବେଦିତା ନାଥ)

ଶିକ୍ଷା କୁ ମୌଳିକ ଅଧିକା
ପରିସରଭୁକ୍ତ କରାଯାଇ ବାଧ୍ଯତା ମୂଳକ ଶିକ୍ଷା ଆଇନ୍ ପ୍ରଣୟନ କରାଯିବା ସହିତ ଶିକ୍ଷାନୁଷ୍ଠାନ ଗୁଡିକର ମୌଳିକ ଭିତ୍ତିଭୂମିର ବିକାଶ ପାଇଁ କଳାପଟା ଅଭିଯାନ,ସର୍ବ ଶିକ୍ଷା ଅଭିଯାନ,ମୋ ସ୍କୁଲ ଅଭିଯାନ ଆଦି ଅନେକ ଯୋଜନା କାର୍ଯ୍ଯକ୍ଷମ କରାଗଲା। ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଲା। ତେବେ ବିଡମ୍ବନାର ବିଷୟ ଯେ ତଥା କଥିତ ବିକାଶ ଯୋଜନା ର ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ରେଙ୍ଗାଲି ଗ୍ରାମପଞ୍ଚାୟତ ର ଜାମବାହାଲ ଗ୍ରାମ ରେ ଥିବା ପ୍ରାଥମିକ ବିଦ୍ୟାଳୟ ପାଇଁ ଅପହଞ୍ଚ ହୋଇ ପଡିଛି। ବିପଦ ସଙ୍କୁଳ ଦଦରା ଶ୍ରେଣୀ କୋଠରୀ ରେ ପାଠ ପଢା ଚାଲିଛି । ଶ୍ରେଣୀ କୋଠରୀର ଛାତ ରୁ ସିମେଣ୍ଟ ଅତଡା ଖସି ଚଟାଣ ରେ ପଡୁଛି। ସିମେଣ୍ଟ ଅତଡା ଖସି ପଡୁଥିବାରୁ ଛାତ ରେ ଲାଗିଥିବା ଲୁହାଛଡ ଜଳଜଳ ହୋଇ ଦୃଶ୍ୟମାନ ହେଉଛି। କେବଳ ସେତିକି ନୁହେଁ କାନ୍ଥ ରୁ ମଧ୍ଯ ସିମେଣ୍ଟ ପ୍ଳାଷ୍ଟର ଖସି ଯାଇ ଇଟା ଦିଶୁଛି। ଝରକା ଉପର ଅଂଶ କାନ୍ଥ ଦବିଯାଇ ସିମେଣ୍ଟ ଖସୁଥିବା ଯୋଗୁଁ ଝରକା ଖୋଲାଯାଇ ପାରୁନାହିଁ। ୫ଟି ଶ୍ରେଣୀ ପାଇଁ ଥିବା ୪ଟି କୋଠରୀ ମଧ୍ଯ ରୁ ଗୋଟିଏ ଆଜବେଷ୍ଟସ କୋଠରୀ ଭିତରୁ ସୂର୍ଯ୍ୟଚନ୍ଦ୍ର ତାରା ଦିଶୁ ଥିବା ରୁ ଉକ୍ତ କୋଠରୀ ରେ ପାଠପଢା ହେଉନାହିଁ। ଉକ୍ତ କୋଠରୀ କୁ ରୋଷେଇ ଘର ରୂପେ ବ୍ୟବହାର କରାଯାଉଛି। ଆଉ ଦୁଇଟି କୋଠରୀ ର ଛାତ ଉପରୁ ସିମେଣ୍ଟ ଅତଡା ଖସିପଡି ବିପଦ ସଙ୍କୁଳ ଅବସ୍ଥା ରେ ଥିବା ସତ୍ତ୍ବେ ଗୋଟିଏ କୋଠରୀ ରେ ୩ଟି ଶ୍ରେଣୀ ର ପାଠ ପଢା ଏବଂ ଅନ୍ୟ କୋଠରୀ ରେ ମଧ୍ଯାହ୍ନ ଭୋଜନ ସାମଗ୍ରୀ ରଖି ଷ୍ଟୋର୍ ରୁମ୍ କରାଯାଇଛି । ସୂଚିତ ଯେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ରୋଷେଇ ଘର ଓ ଷ୍ଟୋର୍ ରୁମ୍ ଥିବା ବେଳେ ଜାମବାହାଲ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଘର ନାହିଁ କି ଷ୍ଟୋର୍ ରୁମ୍ ନାହିଁ। କିଛି ବର୍ଷ ତଳେ ନିର୍ମିତ ଅନ୍ୟ ଏକ କୋଠରୀ ଛାତ ଉପରୁ ବର୍ଷା ପାଣି ଝରିପଡି ଚଟାଣ ରେ ଗଳି ପଡୁଥିବାରୁ ବର୍ଷାଋତୁ ରେ ୫ଟି ଶ୍ରେଣୀ ର ଛାତ୍ର ଛାତ୍ରୀ ଗୋଟିଏ କୋଠରୀ ରେ ଅଭାବନୀୟ ଅବସ୍ଥାରେ ପାଠ ପଢିବାକୁ ବାଧ୍ଯ ହେଉଛନ୍ତି। ଏହି ଅବ୍ୟବସ୍ଥାର ପ୍ରତିକାର ପାଇଁ ସ୍କୁଲ ପରିଚାଳନା କମିଟୀ ପକ୍ଷରୁ ବିଇଓ ଏବଂ ବିଡିଓ ଙ୍କୁ ଦାବୀପତ୍ର ଦିଆଯାଇଥିଲା। ଏହା ପରେ ଜରାଜୀର୍ଣ୍ଣ କୋଠରୀ ର ମରାମତି ପାଇଁ ୩ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ବିଭାଗୀୟ ଯନ୍ତ୍ରୀ ସ୍କୁଲ କୋଠରୀ ର ଅବସ୍ଥା ନୀରିକ୍ଷଣ କରି ଜରାଜୀର୍ଣ୍ଣ କୋଠରୀ ଗୁଡିକ ମରାମତି ଯୋଗ୍ୟ ନୁହେଁ ବୋଲି ରିପୋର୍ଟ ଦେଇ ନୂତନ କୋଠା ନିର୍ମାଣ ପାଇଁ ସୁପାରିସ କରିଥିଲେ। କିନ୍ତୁ ବିଭାଗୀୟ ଯନ୍ତ୍ରୀ ଙ୍କ ସୁପାରିସ କାର୍ଯ୍ୟକାରୀ ହୋଇନାହିଁ। ଅପର ପକ୍ଷରେ ମରାମତି ପାଇଁ ମଞ୍ଜୁର ହୋଇଥିବା ୩ଲକ୍ଷ ଟଙ୍କା ରେ ଛାତ ରୁ ପାଣି ଗଡୁଥିବା କୋଠରୀ ଉପରେ ବ୍ଳୁ ସିଟ୍ ଛାଉଣି କରିବାକୁ ପରିଚାଳନା କମିଟି ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରିଥିଲେ ମଧ୍ଯ କମିଟୀ ର ଅନୁରୋଧ କୁ ଖାରଜ କରି ଦିଆଗଲା । ଶ୍ରେଣୀ କୋଠରୀ ଛାତ ରୁ ପାଣି ଝରୁଛି ପଛକେ ମରାମତି ପାଇଁ ମଞ୍ଜୁର ହୋଇଥିବା ୩ ଲକ୍ଷ ଟଙ୍କା ଖର୍ଚ୍ଚ ନହୋଇ ସରକାରୀ ତହବିଲ୍ ରେ ପଡିରହିଛି।
ଦୀପତଳ ଅନ୍ଧାର ଭଲି ରେଙ୍ଗାଲିବ୍ଲକ ସଦର ମହକୁମାରୁ ୪କିଲୋମିଟର ଦୂରତା ରେ ଥିବା ଜାମବାହାଲ ପ୍ରାଥମିକ ବିଦ୍ୟାଳୟ ର ଏଭଲି ଶୋଚନୀୟ ସ୍ଥିତି। ୧୯୯୦ ମସିହା ରେ ଆଦିବାସୀ ଅଧ୍ୟୁଷିତ ଜାମବାହାଲ ଗାଁ ରେ ଏହି ସ୍କୁଲ ଖୋଲାଯାଇ ଥିଲା। ପ୍ରଥମ ରୁ ୫ମ ୫ଟି ଶ୍ରେଣୀ ରେ ୩୫ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ସମସ୍ତେ ଆଦିବାସୀ ସଂପ୍ରଦାୟର। ୫ଟି ଶ୍ରେଣୀ ର ୩୫ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ୨ଜଣ ଶିକ୍ଷକ ଙ୍କୁ ନିଯୋଜିତ କରାଯାଇଥିବା ବେଳେ ଗତ ୬ମାସ ହେଲା ଜଣେ ଶିକ୍ଷକ ଙ୍କୁ ସିଆରସିସି ଦାୟିତ୍ବ ଦିଆଗଲା ପରେ ମାତ୍ର ଜଣେ ଶିକ୍ଷୟିତ୍ରୀ ୫ଟି ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କୁ କିଭଲି ଶିକ୍ଷାଦାନ କରୁଥିବା ଅନୁମାନ ସାପେକ୍ଷ। ସିଆରସିସି ହେଲା ପରେ ଏହି ସ୍କୁଲ ରେ ଅବସ୍ଥାପିତ ଅନ୍ୟ ଶିକ୍ଷକ ଜଣକ ଶିକ୍ଷାଦାନ ପାଇଁ ସମୟ ଦେଇ ପାରୁ ନାହାନ୍ତି। ଅନ୍ୟ ଜଣେ ଶିକ୍ଷକ ଙ୍କୁ ଏଠାରେ ଡେପୁଟେସନ ରେ ନଦେଇ ଜଣେ ଶିକ୍ଷୟିତ୍ରୀଙ୍କୁ ୫ଟି ଶ୍ରେଣୀ ର ଶିକ୍ଷାଦାନ ଦାୟିତ୍ବ ଦେବା କେତେଦୂର ଯୁକ୍ତି ସଙ୍ଗତ ବୋଲି ପ୍ରଶ୍ନ ହେଉଛି। ଦୟନୀୟ ଭିତ୍ତିଭୂମି ସାଙ୍ଗକୁ ଜଣେ ଶିକ୍ଷୟିତ୍ରୀ ଅଲ୍ ଇନ୍ ୱାନ୍ ରେ ଜାମବାହାଲ ପ୍ରାଥମିକ ବିଦ୍ୟାଳୟର ର ଶିକ୍ଷା ବ୍ୟବସ୍ଥା କୁ ଭଗବାନ ଭରସା। ଜିଲ୍ଲା ପ୍ରଶାସନ,ଶିକ୍ଷା ବିଭାଗ ଅଧିକାରୀ ଏବଂ ଶିକ୍ଷା ମନ୍ତ୍ରଣାଳୟ ଏଥିପ୍ରତି ଗୁରୁତ୍ବ ଦେଇ ଶୀଘ୍ର ପ୍ରତିକାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL