ଓଡ଼ିଶା ଅଣଗେଜେଟେଜ୍ ବନ ସେବା ସଙ୍ଘ, ସମ୍ବଲପୁର ଜୋନ ର ସାଧାରଣ ପରିଷଦ ବୈଠକ – ୨୦୨୪ରେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶାର ସଂସ୍କୃତିର କେନ୍ଦ୍ରରେ ରହିଛି ଜଙ୍ଗଲ ଏବଂ ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ – ଧର୍ମେନ୍ଦ୍ର ପ୍ରଧାନ
• ସର୍ବଭାରତୀୟ ସ୍ତରରେ ଜଙ୍ଗଲ କ୍ଷେତ୍ରଫଳ ବା ଫରେଷ୍ଟ କଭରରେ ଓଡ଼ିଶା ହେଉଛି ଦେଶରେ ଦ୍ଵିତୀୟ ।
• ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୨୦୭୦ ସୁଦ୍ଧା ଭାରତକୁ କାର୍ବନ ଏମିଶନ କ୍ଷେତ୍ରରେ ନେଟ୍ ଜିରୋ କରିବାର ସଂକଳ୍ପ ଆମେ ନେଇଛୁ ।
• ଜାତୀୟ ଶିକ୍ଷାନୀତି ଅନୁଯାୟୀ ଯେଉଁ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ହେବ, ସେଥ୍ରେ ଓଡ଼ିଶାର ଜଙ୍ଗଲ-କୈନ୍ଦ୍ରିକ ସଂସ୍କୃତି, ଇତିହାସ ଓ ସମ୍ଭାବନା ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ ।
• ବନ କର୍ମଚାରୀମାନଙ୍କୁ ସଶକ୍ତ କରି ଏବଂ ନୂତନ ଟେକ୍ନୋଲଜିର ବ୍ୟବହାର କରି ଓଡ଼ିଶାକୁ ଦେଶର ଏକ ନମ୍ବର ଫରେଷ୍ଟ ଫୋର୍ସ ଭାବେ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ।
ବୁର୍ଗା, ସମ୍ବଲପୁର, ଡିସେମ୍ବର ୧୫ ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ଦେଶ ସ୍ବାଧୀନତାର ନେତୃତ୍ବ ବିକଶିତ ହୋଇଛି । ଜଙ୍ଗଲ ଆମକୁ ସନ୍ତୁଳିତ ଜୀବନ ପ୍ରଦାନ କରେ । ଫରେଷ୍ଟ ସଭଗରେଜ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି । ରାଜ୍ୟର ସର୍ବାଧିକ ଜଙ୍ଗଲ ସମ୍ପଦ ରହିଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ସମ୍ବଲପୁର ଅନ୍ୟତମ । ୨୦୨୫ରୁ ୨୦୭୦, ଅର୍ଥାତ ଆସନ୍ତା ୪୫ ବର୍ଷ ମଧ୍ୟରେ ଆମର ଜଙ୍ଗଲ ପରିସୀମାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଓଡ଼ିଶା ଅଣଗେଜେଟେଡ୍ ବଳ ସେବା ସଙ୍ଘ, ସମ୍ବଲପୁର ଜୋନ୍ ର ସାଧାରଣ ପରିଷଦ ବୈଠକରେ ଯୋଗଦେଇ ଜଙ୍ଗଲ ସୁରକ୍ଷା ଏବଂ ଓଡ଼ିଶାରେ ବର୍ତ୍ତମାନର ବ୍ୟବସ୍ଥା ଶୀର୍ଷକ ଆଲୋଚନାଚକ୍ର ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର 19ଟି ଅଭୟାରଣ୍ୟ ଭିତରୁ 4ଟି ରହିଛି ସମ୍ବଲପୁର ଅଞ୍ଚଳରେ । ତେଣୁ ଏ ଅଞ୍ଚଳର ଜନଜୀବନ, ବନ୍ୟଜନ୍ତୁ, ବନଜାତ ଦ୍ରବ୍ୟ, ଅର୍ଥନୀତି ଓ ସମାଜ, ଏସବୁ ମଧ୍ୟରେ ସମନ୍ଵୟ ରକ୍ଷା କରି ଏକ ସନ୍ତୁଳିତ ବ୍ୟବସ୍ଥାର ବିକାଶ କରାଯିବା ଆବଶ୍ୟକ । ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କେବଳ ପରିବେଶ ପାଇଁ ଅନୁକୂଳ ନୁହେଁ, ଏହା ମଧ୍ୟ ରୋଜଗାରର ଏକ ବଡ଼ ମାଧ୍ୟମ । ଆମ ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷିତ ରଖ୍ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ସୁଦୃଢ଼ କରାଯାଇପାରିବ ।
ଜଙ୍ଗଲ ଭିତରେ ରହିଥିବା ଜଳାଶୟଗୁଡ଼ିକର ବିକାଶ, ଜଙ୍ଗଲ ଜମିର ଅଧିକାର, ପେସା ଆଇନ ଠିକ୍ ଭାବେ କାର୍ଯ୍ୟକାରୀ କରିବା, ବନ୍ୟଜନ୍ତୁ ଓ ମଣିଷ ଭିତରେ ସଂଘର୍ଷକୁ ହ୍ରାସ କରିବା ଆଦି ଦିଗରେ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିବା ଆବଶ୍ୟକ । ସେହିପରି ପରିବର୍ତ୍ତିତ ବିଶ୍ବରେ ନୂତନ ଟେକ୍ନୋଲଜି ସହାୟତାରେ ଆମ ଜଙ୍ଗଲ ସମ୍ପଦର ବିକାଶ ଓ ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନିଆଯିବା ମଧ୍ଯ ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ 2070 ସୁଦ୍ଧା ଭାରତକୁ କାର୍ବନ ଏମିଶନ କ୍ଷେତ୍ରରେ ନେଟ୍ ବିରୋ କରିବାର ସଂଜଳ୍ପ ଆମେ ନେଇଛୁ ଏବଂ ମିଶନ LIFEର ପରିକଳ୍ପନା ସାଙ୍ଗକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଏକ ପେଜ୍ ମାଆ କେ ନାମ୍’ ଅଭିଯାନର ଶୁଭାରମ୍ଭ ମଧ୍ୟ କରିଛନ୍ତି ବୋଲି ସେ କହିଛନ୍ତି ।
ଓଡ଼ିଶାର ଆଠ ହଜାରରୁ ଅଧିକ ନନ୍-ଗେଜେଟେଡ୍ ବନ ଅଧୁକାରୀ ଓ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟବୋଧ ପାଇଁ ଓଡ଼ିଶାର ଜୈବ-ବିବିଧତା ସନ୍ତୁଳିତ ହୋଇ ରହିଛି । ସେମାନଙ୍କର ନିଯୁତି, ବେତନ ଓ ସ୍ବୀକୃତି ଆଦିକୁ ନେଇ ରହିଆସିଥିବା ବିଭିନ୍ନ ପ୍ରସଙ୍ଗ ବିଷୟରେ ଶ୍ରୀ ପ୍ରଧାନ ଅବଗତ ହୋଇଛନ୍ତି ।
ଜାତୀୟ ଶିକ୍ଷାନୀତିକୁ ରାଜ୍ୟରେ ବିଧବଦ୍ଧ ଭାବେ ଲାଗୁକରିବାର ବିଧବଦ୍ଧ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ଏହି ଶିକ୍ଷାନୀତି ଅନୁଯାୟୀ ଯେଉଁ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ହେବ, ସେଥ୍ରେ ଓଡ଼ିଶାର ଜଙ୍ଗଲ-ଜୈନ୍ଦ୍ରିକ ସଂସ୍କୃତି, ଇତିହାସ ଓ ସମ୍ଭାବନା ବିଷୟରେ ଶିକ୍ଷା ଦିଆଯିବ । ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲ ସାଙ୍ଗେ ଆଦିବାସୀ ଭାଇଭଉଣୀ ମାନଙ୍କର ଜୀବନ ଜୀବିକା ଯୋଡ଼ି ହୋଇରହିଛି । ଅତୀତରେ ଜଙ୍ଗଲରୁ ହିଁ ଦେଶ ସ୍ବାଧୀନତାର ନେତୃତ୍ବ ବିକଶିତ ହୋଇଥିଲା । ଏ ସମସ୍ତ ବିଷୟ ସାଙ୍ଗକୁ ସତତ ବିକାଶ ଲକ୍ଷ୍ୟ ବା ଏସ୍.ଡି.ଜି. ସଙ୍ଗେ ଜଙ୍ଗଲ ସମ୍ପଦକୁ ଯୋଡ଼ିବା ଦିଗରେ ମଧ୍ୟ ନୂତନ ପାଠକ୍ରମରେ ଗୁରୁତ୍ବ ଦିଆଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।
କେବଳ ରାଜଧାନୀ ଭୁବନେଶ୍ବରରେ ବିକାଶ କଲେ ଓଡ଼ିଶାର ବିକାଶ ହେବନାହିଁ । ବିକାଶର ସୁଫଳ ରାଜ୍ୟର ସମସ୍ତ ଅଞ୍ଚଳରେ ପହଞ୍ଚିବା ଦରକାର । ଆମର ସତତ ବିକାଶ ଲକ୍ଷ୍ୟ ସବୁକୁ ହାସଲ କରିବା ଦିଗରେ ଜଙ୍ଗଲ ସମ୍ପଦ ବିଶେଷ ସହାୟକ ହେବ । ଆମେ ନୂଆ ଟେକ୍ନୋଲଜିର ବ୍ୟବହାର କରି ତଥା ଆମ ବନ କର୍ମଚାରୀ ମାନଙ୍କୁ ସଶକ୍ତ କରି ଓଡ଼ିଶାକୁ ଦେଶର ଏକ ନମ୍ବର ଫରେଷ୍ଠ ଫୋର୍ସ ଭାବେ ପ୍ରସ୍ତୁତ କରିପାରିବା, ଯାହାହାରା ୨୦୪୭ ସୁଦ୍ଧା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଗଠନର ସ୍ୱପ୍ନ ସାକାର ହୋଇପାରିବ ।