ପୋଲାଭରମ ପ୍ରସଙ୍ଗ
ମାଲକାନଗିରି ଜିଲ୍ଲାର ସ୍ବାର୍ଥରକ୍ଷା ପାଇଁ ବିଜେଡି ସ୍ବରକୁ ଶାଣିତ କରିବ
> ବିଜେଡି ପ୍ରତିନିଧୂମଣ୍ଡଳୀ ନବୀନଙ୍କୁ ଭେଟି ଦିଲ୍ଲୀ ଗସ୍ତ ବିଷୟରେ ଅବଗତ କଲେ
> କେନ୍ଦ୍ର ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ପରେ ବିଜେଡିର ପଦକ୍ଷେପ
> ଏକତରଫା ଭାବେ ପ୍ରକଳ୍ପର ଉଚ୍ଚତା ବୃଦ୍ଧି ଯୋଗୁ ମାଲକାନଗିରି ଜିଲ୍ଲା ପ୍ରତି ବିପଦ ବଢ଼ିଛି
ଭୁବନେଶ୍ୱର, ୧୪/୧୨/୨୦୨୪: ପୋଲାଭରମ ପ୍ରକଳ୍ପକୁ ନେଇ ବିଜୁ ଜନତା ଦଳର ଯେଉଁ ପ୍ରତିନିଧ ମଣ୍ଡଳୀ ଦିଲ୍ଲୀ ଯାଇ ବିଭିନ୍ନ କେନ୍ଦ୍ର ଅଧିକାରୀଙ୍କୁ ଭେଟିଥିଲେ, ସେଇ ପ୍ରତିନିଧା ମଣ୍ଡଳୀ ଆଜି ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ପୋଲାଭରମ ପ୍ରକଳ୍ପ ହେଲେ, ମାଲକାନଗିରି ଜିଲ୍ଲାର ଶତାଧିକ ଗ୍ରାମ ସମ୍ପୂର୍ଣ ଜଳମଗ୍ନ ହେବ ବୋଲି ଆକଳନ କରାଯାଉଥିବା ବେଳେ, ବିଜୁ ଜନତା ଦଳ ମାଲକାନଗିରି ଜିଲ୍ଲାର ସ୍ବାର୍ଥରକ୍ଷା ପାଇଁ ସମସ୍ତ ଉଦ୍ୟମ କରିବ ବୋଲି ନବୀନ ପ୍ରତିନିଧ ଦଳର ସଦସ୍ୟ ମାନଙ୍କୁ କହିଥିଲେ। ବିଜେଡି ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ ଭେଟିଥିବା ଅଧିକାରୀମାନଙ୍କ ଠାରୁ ଉତ୍ତର ଆସିବା ପରେ ବିଜେଡି ତାର କାର୍ଯ୍ୟକ୍ରମ ସ୍ଥିର କରିବ ବୋଲି ନବୀନ କହିଥିଲେ I
ବିଜେଡି ସମନ୍ୱୟ କମିଟିର ଅଧ୍ଯକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଆଜି ନବୀନଙ୍କୁ ଭେଟିଥିବା ପ୍ରତିନିଧି ମଣ୍ଡଳୀରେ, ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ, ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ସୁବାଶିଷ ଖୁଣ୍ଟିଆ,
ମିଡ଼ିଆ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ, ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ରମେଶ ମାଝୀ, ଶ୍ରୀ ପ୍ରଦୀପ ମାଝି, ଶ୍ରୀ ମାନସ ମାଡକାମୀ, ଶ୍ରୀ ଭୃଗୁ ବକ୍ସିପାତ୍ର ଇତ୍ୟାଦି ଉପସ୍ଥିତ ଥିଲେ । ବିଜେଡି ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି ଆର ପାଟିଲଙ୍କୁ ଭେଟି ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ଶତାଧିକ ଗ୍ରାମ ଜଳମଗ୍ନ ହେବ ବୋଲି ଉଲ୍ଲେଖ କରିବା ସହିତ ଏହି ପ୍ରକଳ୍ପର କ୍ଷମତା ୩୬ ଲକ୍ଷ କ୍ୟୁସେକ ଜଳରୁ ଏକତରଫା ଭାବେ ୫୦ ଲକ୍ଷ କ୍ଲାସେକକୁ ବୃଦ୍ଧି କରାଯାଇ ଥିବାରୁ ଓଡିଶା ପାଇଁ ଏହି ବିପଦ ସୃଷ୍ଟି ହୋଇଛି। ଏହି କାରଣରୁ, ଓଡିଶl ବାରମ୍ବାର ସ୍ବର ଉତ୍ତୋଳନକରି ଆସୁଥିଲେ ହେଁ ପ୍ରକଳ୍ପର ପଛୁଆ ପାଣି କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବେ ବୋଲି ସର୍ଭେ କରାଯାଉ ନାହିଁ । ବିଜେଡି ପ୍ରତିନିଧି ମଣ୍ଡଳୀ ଅଧ୍ୟକ୍ଷ କେନ୍ଦ୍ର ଜଳ କମିସନ, ଆଦିବାସୀ ବ୍ୟାପାର ବିଭାଗର ସଚିବ, ପରିବେଶ ଓ ଜଙ୍ଗଲ ବିଭାଗର ସଚିବ ଓ ଜାତୀୟ ଜନଜାତି କମିସନଙ୍କୁ ମଧ୍ୟ ଭେଟି ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ହେବାକୁ ଥିବା କ୍ଷତି ସମ୍ପର୍କରେ ଅବଗତ କରିଥିଲେ । ଜାତୀୟ ଜନଜାତି କମିସନ ଏହି ପ୍ରସଙ୍ଗକୁ ଗୁରୁତର ସହିତ ନେଇ ସେ ଅତିଶୀଘ୍ର ପ୍ରଭାବିତ ହେବାକୁ ଥିବା ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ଥିତିର ଆକଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି, ଅନ୍ୟ ଅଧିକାରୀ ମାନେ ମଧ୍ୟ ପ୍ରସଙ୍ଗକୁ ଗୁରୁତର ସହିତ ନେଇ ଓଡ଼ିଶାର ଆଶଙ୍କା ପ୍ରତି ବିଚାର କରାଯିବ ବୋଲି କହିଥିଲେ ।
ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କ ଠାରୁ ସମସ୍ତ କଥା ଶୁଣିସାରିବା ପରେ, ନବୀନ ପଟ୍ଟନାୟକ କହିଥିଲେ, ମାଲକାନଗିରି ଜିଲ୍ଲାର ସ୍ବାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ସମସ୍ତ ଆବଶ୍ୟକ ପଦକ୍ଷେପ ନେବ । ଓଡ଼ିଶାର ସ୍ବାର୍ଥରକ୍ଷା ପାଇଁ ବିଜୁ ଜନତା ଦଳ ସବୁବେଳେ ସ୍ବର ଉତ୍ତୋଳନ କରି ଆସିଛି। ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟିଥିବା ଅଧିକାରୀ ମାନଙ୍କଠାରୁ ଉଠାଯାଇଥିବା ପ୍ରସଙ୍ଗ ଉପରେ ଉତ୍ତର ଆସିବା ପରେ ବିଜେଡି ତାର କାର୍ଯ୍ୟକ୍ରମ ସ୍ଥିର କରିବ ବୋଲି ନବୀନ କହିଥିଲେ I ପରେ ବିଜେଡି ସମନ୍ୱୟ କମିଟିର ଅଧ୍ଯକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମ ଆଗରେ ସମସ୍ତ ବିବରଣୀ ପ୍ରଦାନ କରିଥିଲେ I
86 ବ୍ୟାଗ୍ ଟ୍ରା
(ଡଃ ପ୍ରିୟବ୍ରତ ମାଝୀ) ଗଣମାଧ୍ଯମ ସଂଯୋଜକ ବିଜୁ ଜନତା ଦଳ






