ତା.୨୨୦୧୨,୨୦୨୪
ଭୁବନେଶ୍ଵର ଯୁବପିଢ଼ିଙ୍କ ମଧ୍ୟରେ କ୍ରିକେଟ୍ ପ୍ରତିଥିବା ସ୍ନେହ, ଶ୍ରଦ୍ଧା, ଉତ୍ସାହକୁ ଆହୁରି ଦ୍ବିଗୁଣିତ କରିବା ପାଇଁ ରବିବାର ଦିନ ଭୁବନେଶ୍ଵର ସେଣ୍ଟ ଜୋଶେଫ୍ ହାଇସ୍କୁଲଠାରେ “ଏକ୍ସେଲ କ୍ରିକେଟ୍ ଏକାଡ଼େମୀ’” ଆତ୍ମପ୍ରକାଶ କରିଛି । ଆଇନଜୀବୀ କବିତା ସୁଆର ଓ ଶ୍ରୀମନ୍ତ ସୁଆର ଓ କୋଚ ଆଜାଦ୍ ସାରଙ୍କ ପ୍ରଚେଷ୍ଟାରେ ଏହି ଏକାଡ଼େମୀ ଗଠନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଏକ୍ସେଲ୍ ସିଡ଼ କ୍ରିକେଟ୍ ଟୁର୍ଣାମେଣ୍ଟ- ୨୦ ୨୪ ଚଳିତ ମାସ ୨୨ରୁ ୨୯ ମଧ୍ୟରେ ଆୟୋଜିତ କରାଯାଇଛି । ଏହି ଟୁର୍ଣାମେଣ୍ଟରେ ଚଉଦ ବର୍ଷରୁ କମ୍ ବୟସ ଶୃଙ୍ଖଳା ଚମ୍ପିଅନସିପ୍ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସମୁଦାୟ ୧୬ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ସେମାନେ ବିଭିନ୍ନ ପର୍ଯ୍ୟାୟରେ ୪ଟି ପୁଲ୍ ମଧ୍ୟରେ ବିଭାଜିତ ହୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି ଏବଂ ଡିସେମ୍ବର ୨୯ ତାରିଖରେ ଫାଇନାଲ୍ ମ୍ୟାଚ୍ ଓ ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହେବ । ସେହିଦିନ ମାନ୍ୟ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେବେ ।
ଆଜି ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶ୍ରୀ ବିଶ୍ୱଜିତ୍ ବର୍ମନ୍, ଜଏଣ୍ଟ ସେକ୍ରେଟାରୀ, ଓଡ଼ିଶା ହୁମାନ୍ ରାଇଟସ୍ କମିଶନ୍ ଓ ଶ୍ରୀ ସୁଦର୍ଶନ ଛୋଟରାୟ, ଏମିନେଣ୍ଟ ସାମ୍ବାଦିକ, ଟି.ବି.ଟି. ଅନସାଂରୀ, ଆଇ ଆଣ୍ଡ ପି.ଆର୍. ଡିପାର୍ଟମେଣ୍ଟ, ସୟେଦ୍ ତୁଫାୟଲ ଅହମ୍ମଦ୍ (କ୍ରିକେଟର) ଓ ଶ୍ରୀ ରଘୁନାଥ ରାଓ, ପ୍ରେସିଡେଣ୍ଟ, “ଏକ୍ସେଲ୍ କ୍ରିକେଟ୍ ଏକାଡ଼େମୀ” ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ପ୍ରଦୀପ ପ୍ରଜ୍ଜ୍ଵଳନ ମାଧ୍ୟମରେ ଏକ୍ସେଲ୍ କ୍ରିକେଟ୍ ଏକାଡ଼େମୀକୁ ଆନୁଷ୍ଠାନିକ ଭାବରେ ଅନାବରଣ କରିଥିଲେ ଏବଂ ଟୁର୍ଣ୍ଣାମେଣ୍ଟର ଅୟାରମ୍ଭ କରିଥିଲେ । ସମବେତ କ୍ରିକେଟର ଓ କ୍ରୀଡ଼ା ପ୍ରେମୀଙ୍କୁ ଉଦବୋଧନ ଦେଇ ଅତିଥିମାନେ ଭାରତରେ କ୍ରିକେଟ୍ ପ୍ରତି ବଢ଼ୁଥିବା ଆନୁଗତ୍ୟ ବିଷୟରେ କହିଥିଲେ ଓ କ୍ରିକେଟ କେଉଁଭଳି ସର୍ବସାଧାରଣଙ୍କ ଖେଳ ହେଇଛି, ତା’ର ଉଦାହରଣ ମାନ ଦେଇଥିଲେ ।
କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାରେ ପ୍ରଧାନ, ବିଶିଷ୍ଟ ସମାଜସେବୀ ଓ ସୁଶ୍ରୀ ମହାନ୍ତି, (ଆଇନିଜୀବି ଓ ନୃତ୍ୟଙ୍ଗନା) ସଂଯୋଜନା କରିଥିଲେ ।