ଓଡ଼ିଶା ଭୁବନେଶ୍ୱର

ଦଲାଲ ମୁକ୍ତ ହେବ ତହସିଲ ଅଫିସ, ଜମିକୁ ମନଇଚ୍ଛା ଦଲାଲ ବାରମ୍ବାର ବିକ୍ରି କରିପାରିବେ ନାହିଁ : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଦଲାଲ ମୁକ୍ତ ହେବ ତହସିଲ ଅଫିସ ।  ଗୋଟିଏ ଜମିକୁ ମନଇଚ୍ଛା ଦଲାଲ ବାରମ୍ବାର ବିକ୍ରି କରିପାରିବେ ନାହିଁ ।  ଲୋକଙ୍କୁ ଉନ୍ନତମାନର ରାଜସ୍ବ ସେବା ଯୋଗାଇବାକୁ ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  ରାଜସ୍ବ ସେବା ହାତ ପାହାନ୍ତରେ ପହଞ୍ଚାଇବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି ।  ସେହିପରି ସବୁ କିଛି ଏଣିକି ଅନଲାଇନରେ ହେବ ।

ନଗଦ ଟଙ୍କା କାରବାର ହଟିବ ବୋଲି ସେ କହିଛନ୍ତି ।  ଆଜିଠାରୁ ସହଜ ହୋଇଛି ଜମିଜମା ପଞ୍ଜୀକରଣ ଓ କିଣାବିକା ।  ଘରେ ବସି ଅନଲାଇନରେ ହେବ ସ୍ଲଟ୍ ବୁକ୍ ।  ଲୋକସେବା ଭବନରେ ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲରେ ସବ୍ -ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଆରମ୍ଭ ହୋଇଛି  ।  ବାକି ଥିବା ଅନ୍ୟ ତହସିଲଗୁଡ଼ିକରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବ ।  ଏହା ପୂର୍ବରୁ ଇ-ରେଜିଷ୍ଟ୍ରେସନ୍ ମୋବାଇଲ୍ ଆପ୍ ମଧ୍ୟ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL