ଓଡ଼ିଶା

ସୁଦାନରୁ ପୁଅକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଆଦର୍ଶଙ୍କ ପରିବାର

ଜଗତସିଂପୁର : ସୁଦାନରୁ ପୁଅକୁ ଫେରାଇ ଆଣିବାକୁ ନିବେଦନ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଦାନରେ ବନ୍ଦୀ ଥିବା ଆଦର୍ଶ ବେହେରାଙ୍କ ବାପା ଓ ମାଆ । କାଲି ପାରାଦୀପର କଳିଙ୍ଗ ବାଲିଯାତ୍ରା ଉଦଘାଟନ ପାଇଁ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ଆଦର୍ଶଙ୍କ ବାପା-ମାଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଆଦର୍ଶଙ୍କୁ ଖୁବଶୀଘ୍ର ଫେରାଇ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ବିଦ୍ରୋହୀମାନେ ଜଣେ ଓଡ଼ିଆ ଯୁବକଙ୍କୁ ଅପହରଣ କରି ନେଇଛନ୍ତି । ଅପହୃତ ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଅଞ୍ଚଳରେ । ଆଦର୍ଶଙ୍କୁ ସୁଦାନରେ ରାପିଡ ସପୋର୍ଟ ଫୋର୍ସେସ(ଆରଏସଏଫ୍) ଅପହରଣ ପରେ ବନ୍ଦୀ କରି ରଖିଛି । ଯାହାର ଏକ ଭିଡ଼ିଓ ପରିବାର ଲୋକଙ୍କ ପାଖରେ ପହଂଚିବା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL