ଓଡ଼ିଶା

କଟକରେ ପୁରୁଣା କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ

କଟକ : କଟକ ଜିଲ୍ଲାରେ ପୁଣି ଅଘଟଣ ଘଟିଛି। କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି। ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ଉପସ୍ଥିତ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କମିସନରେଟ୍‌ ପୁଲିସ କହିଛି, ଆଜି ଅପରାହ୍‌ଣ ୪ଟା ୪୫ରେ ମଣିସାହୁ ଛକ ନିକଟରେ ଥିବା ଏକ ଆପାଟ୍‌ମେଣ୍ଟର ଅଂଶବିଶେଷ ଭୁଶୁଡ଼ିଥିଲା। ଭୁଶୁଡ଼ିଥିବା ଛାତର ଅଂଶବିଶେଷ ନିକଟରେ ଥିବା ବସ୍ତିର ଘର ଉପରେ ପଡ଼ିଥିଲା। ଫଳରେ ଯେଉଁ ଛୋଟ ଘରେ ଅବଶେଷ ପଡ଼ିଥିଲା, ସେଠାରେ ଏକ ପରିବାର ରହୁଥିଲେ। ଦୁର୍ଘଟଣା ସଂପର୍କିତ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଥିଲେ। ସ୍ବାମୀ,ସ୍ତ୍ରୀ, ଜଣେ ମହିଳା ଓ ଦୁଇ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। ସେଠାରେ ବାପା, ମା’ ଓ ଜଣେ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
କଟକ ସହରରେ ଐତିହାସିକ ବାଲିଯାତ୍ରା ଗତ ୫ ତାରିଖ ଠାରୁ ଆରମ୍ଭ ହୋଇ ଏହା ଏବେ ଜାରି ରହିଛି। ମହାନଦୀ କୂଳରେ ଆୟୋଜିତ ଏହି ଯାତ୍ରାରେ ଲକ୍ଷାଧିକ ଲୋକ ଉତ୍ସାହର ସହିତ ଅଂଶଗ୍ରହଣ କରୁଛନ୍ତି। ଅନ୍ୟପଟରେ ସହରରେ ଆଜି ସନ୍ଧ୍ୟାରେ ଘଟିଥିବା ଅପ୍ରୀତିକର ଘଟଣା ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ ବାହିନୀ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL