ଓଡ଼ିଶା

ଦାରୁଠେଙ୍ଗ ପଥର ଖଣିରୁ କୁମ୍ଭୀର ଉଦ୍ଧାର

ଭୁବନେଶ୍ଵର: ଭୁବନେଶ୍ବର ଦାରୁଠେଙ୍ଗ ନିକଟରେ ଥିବା ଏକ ପଥର ଖଣିରୁ ଗୋଟିଏ କୁମ୍ଭୀର ଉଦ୍ଧାର ହୋଇଛି। ସ୍ଥାନୀୟ ଜୁଝଗଡ଼ ଗାଁ ଲୋକ ଏହି କୁମ୍ଭୀରକୁ ଉଦ୍ଧାର କରିଛନ୍ତି। କୁମ୍ଭୀରଟି ଅନେକ ବାଛୁରୀ ଓ କୁକୁରଙ୍କୁ ଶିକାର କରିଥିଲା। କିଛି ମଣିଷ ବି କୁମ୍ଭୀର ଆକ୍ରମଣର ଶିକାର ହୋଇ କ୍ଷତାକ୍ତ ହୋଇଛନ୍ତି। ଏ ନେଇ ଅନେକ ଥର ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମଧ୍ୟ ବନ ବିଭାଗ ଚୁପ ଥିଲା। ବନ ବିଭାଗ ଏହାକୁ ଗୁଜବ ବୋଲି କହୁଥିଲା। ତେ​‌ବେ ଶନିବାର ସକାଳୁ ମାଛ ଜାଲରେ ଏହି କୁମ୍ଭୀର ଧରା ପଡିଛି। କୁମ୍ଭୀର ଏହି ପଥର ଖଣିକୁ କେମିତି ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL