ଓଡ଼ିଶା

ଟ୍ରଲରରୁ ୩୦ କୁଇଣ୍ଟାଲ ମାଛ ଜବତ, ୯ ମତ୍ସ୍ୟଜୀବୀ ଗିରଫ

କେନ୍ଦ୍ରାପଡ଼ା: ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରୁ ବେଆଇନ ମାଛ ଧରୁଥିବା ବେଳେ ଟ୍ରଲର ଜବତ କରାଯିବା ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ ବିଭାଗ । ଅଭୟାରଣ୍ୟର ୧୦ କିଲୋମିଟର ଦୂରରେ ଥିବା ଡେଜ୍ ନାମକ ଏକ ଟ୍ରଲରକୁ ଜବତ କରାଯାଇଛି । ସେଥିରେ ଥିବା ଫିସ୍ ଫାଇଣ୍ଡର, ଭିଏଚଏଫ ଓ ୩୦ କୁଇଣ୍ଟାଲ ମାଛକୁ ଜବତ କରିଛି ବନ ବିଭାଗ । ଅଭୟାରଣ୍ୟରେ ବନ ବନ ବିଭାଗର ପାଟ୍ରୋଲିଂ ଟିମ୍ ହାତରେ ଧରା ପଡ଼ିଥିଲା ଟ୍ରଲର । ଗିରଫ ପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରାପଡ଼ା ସିଜେଏମ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେଲାପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL