ଓଡ଼ିଶା

ହାଇକୋର୍ଟରେ ହାଜର ହେଲେ ବ୍ରହ୍ମପୁର ଏସପି, ଆସନ୍ତାକାଲି ଶୁଣାଣୀ

ବ୍ରହ୍ମପୁର : ହାଇକୋର୍ଟ ଗଲେ ବ୍ରହ୍ମପୁର ଏସପି । ବ୍ୟକ୍ତିଗତ ଭାବେ ହାଜର ହେବେ ସର୍ବଣା ବିବେକ ଏମ । ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏନେଇ ଆଜି ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ ।

ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମ କୁ ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ l ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କହିବା ସମୟରେ ଏସପି ଏକ ଇଲେକ୍ସନ ପିଟିସନ ବିଷୟରେ କହିଥିଲେ। ପେଣ୍ଡିଂ ଇଲେକ୍ସନ ପିଟିସନ ଉପରେ ମନ୍ତବ୍ୟ ଦେଇଥିବାରୁ ବ୍ରହ୍ମପୁର ଏସ୍.ପି.ଙ୍କ ଠାରୁ ଶପଥ ପାଠ ତଲବ କରିଥିଲେ ହାଇକୋର୍ଟ। କାଲି ମାମଲା ଶୁଣାଣୀ ଅଛି । ଆସନ୍ତୁ ଶୁଣିବା ୨୨ ତାରିଖରେ କଣ କହିଥିଲେ ବ୍ରହ୍ମପୁର ଏସ୍ ପି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL